ETV Bharat / state

କୁରାଳ ପଞ୍ଚମୀ ପାଇଁ ତଣ୍ଡାଗୁଡା ଉତ୍ସବମୁଖର, ଇଷ୍ଟ ପୂଜା କରୁଛନ୍ତି କୁମ୍ଭକାର ପରିବାର

author img

By ETV Bharat Odisha Team

Published : Dec 18, 2023, 9:19 PM IST

Kurala Panchami: କୁମ୍ଭକାର ପରିବାର ମୁଖ୍ୟ ପର୍ବ ହେଉଛି କୁରାଳ ପଞ୍ଚମୀ ପୂଜା । ଏହି ଅବସରରେ ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ସଦର ବ୍ଲକ ଅନ୍ତର୍ଗତ ତଣ୍ଡାଗୁଡା ଗ୍ରାମରେ ରବିବାର ଠାରୁ କୁରାଳ ପଞ୍ଚମୀ ପୂଜା ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

କୁରାଳ ପଞ୍ଚମୀ ପାଇଁ ତଣ୍ଡାଗୁଡା ଉତ୍ସବମୁଖର
କୁରାଳ ପଞ୍ଚମୀ ପାଇଁ ତଣ୍ଡାଗୁଡା ଉତ୍ସବମୁଖର
କୁରାଳ ପଞ୍ଚମୀ ପାଇଁ ତଣ୍ଡାଗୁଡା ଉତ୍ସବମୁଖର

ନବରଙ୍ଗପୁର: ଓଡ଼ିଶାରେ ବାରମାସରେ ତେର ପର୍ବ ପାଳନ କରାଯାଏ । ଏହା ବ୍ୟତୀତ କେତେକ ପୂଜା ବିଭିନ୍ନ ସମ୍ପ୍ରଦାୟର ଲୋକମାନଙ୍କ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ସେହିପରି କୁମ୍ଭାର ପରିବାର ମୁଖ୍ୟ ପର୍ବ ହେଉଛି କୁରାଳ ପଞ୍ଚମୀ ପୂଜା । ମାର୍ଗଶୀର ମାସ ପଞ୍ଚମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ କୁମ୍ଭାରମାନେ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରିଥାଆନ୍ତି । ତେବେ ପରମ୍ପରା ଅନୁଯାୟୀ ବର୍ଷକୁ ଥରେ ଏହି ପୂଜା କରିଥାନ୍ତି କୁମ୍ଭକାର ପରିବାର ।

ଏହି ଅବସରରେ ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ସଦର ବ୍ଲକ ଅନ୍ତର୍ଗତ ତଣ୍ଡାଗୁଡା ଗ୍ରାମରେ ରବିବାର ଠାରୁ କୁରାଳ ପଞ୍ଚମୀ ପୂଜା ଆରମ୍ଭ ହୋଇଛି । ପୂଜା ମଣ୍ଡପ ସମେତ ଗ୍ରାମରେ ରଙ୍ଗ ବେରଙ୍ଗର ବିଦ୍ୟୁତ ଆଲୋକମାଳା ସୁସଜିତ କରାଯାଇଛି । ଏନେଇ ତଣ୍ଡାଗୁଡା ଗ୍ରାମ ଉତ୍ସବମୁଖର ହୋଇ ଉଠିଛି । ରୀତିନୀତି ଅନୁଯାୟୀ ଶ୍ରୀଗଣେଶ, ଲକ୍ଷ୍ମୀ ନାରୟଣ, ଶିବ ପାର୍ବତୀ, ବ୍ରହ୍ମା ଓ ସରସ୍ବତୀଙ୍କ ମୃଣ୍ମୟ ମୂର୍ତ୍ତି ସ୍ଥାପନ କରାଯାଇ ପୂଜା ଅର୍ଚ୍ଚନା କରାଯାଉଛି । ସେହିପରି ପୁରୁଣା ପରମ୍ପରା ଓ ରୀତିନୀତି ଅନୁଯାୟୀ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହ ୫ ଦିନ ଧରି ଏହି ପର୍ବକୁ ପାଳନ କରାଯାଉଥିବା ବେଳେ ପ୍ରତ୍ୟେକ ଘରେ ଉଆ (ମାଟିପାତ୍ରକୁ ପୋଡା ଯାଉଥିବା ଭାଟି), ଚକ, ପିଟଣା ଓ ପିଣ୍ଡ ଆଦିକୁ ଅତ୍ୟନ୍ତ ନିଷ୍ଠା ସହକାରେ ପୂଜା କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ରାଉରକେଲାରେ ଧୁମଧାମରେ ସହରାଇ ପର୍ବ ପାଳନ

ମାର୍ଗଶୀର ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପବିତ୍ର କୁରାଳ ପଞ୍ଚମୀ ଉତ୍ସବ ପାଇଁ ପ୍ରତ୍ୟେକ କୁମ୍ଭକାର ପରିବାର ନିଜର ଘରକୁ ନୂଆ ରଙ୍ଗ କରିବା ସହ ପରିବାରର ପ୍ରତ୍ୟେକ ସଦସ୍ୟ ନୂତନ ବସ୍ତ୍ର ପରିଧାନ କରିଥାଆନ୍ତି । ରବିବାର ସକାଳୁ ଉଆ, ଚକ, ପିଟଣା, ପିଣ୍ଡ ଆଦିକୁ ପରିଷ୍କାର ଭାବେ ଧୂଆଯାଇ ସେଥିରେ ସୁନ୍ଦର ଭାବରେ ଚିତା ପକାଯାଇଥିଲା । ମହିଳାମାନେ ନୂତନ ବସ୍ତ୍ର ପରିଧାନ କରି ବ୍ରାହ୍ମଣ ପୁରୋହିତଙ୍କ ସହଯୋଗରେ ଅତ୍ୟନ୍ତ ନିଷ୍ଠାର ସହ ଧୂପ, ନୈବେଦ୍ୟ ଦେଇ ପୂଜା ମଣ୍ଡପରେ ପୂଜାର୍ଚ୍ଚନା କରିଥିଲେ । ଏହି ପୂଜାରେ କୁମ୍ଭକାରମାନେ ସେମାନଙ୍କ ଇଷ୍ଟ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରିଥାଆନ୍ତି । କାରଣ ଏହି ପଞ୍ଚମୀ ଦିନ କୁମ୍ଭକାର ଜନ୍ମ ନେଇଥିଲେ ବୋଲି ବିଶ୍ବାସ ରହିଛି । ବିଶେଷ କରି ପରିବାରର ମହିଳାମାନେ ଏହି ପୂଜାକୁ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରିବା ସହ ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ସହ ନିଜର ଏହି କୌଳିକ କାର୍ଯ୍ୟ କିପରି ସୁରୁଖୁରୁରେ ଚାଲିବ, ସେଥିପାଇଁ ଠାକୁରଙ୍କ ନିକଟରେ ଶୁଭ ମନାସୀ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Budhi Diwali: ଏଇଠି ମାସେ ପରେ ପାଳନ ହୁଏ ଦୀପାବଳି ପର୍ବ, ରହିଛି ଅନନ୍ୟ ପରମ୍ପରା

୫ ଦିନ ଧରି ଏହି ପର୍ବକୁ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରାଯାଉଥିବା ବେଳେ ଏହି ସମୟ ମଧ୍ୟରେ କୌଣସି ମାଟିପାତ୍ର ଗଢ଼ା ଯାଇନଥାଏ ଓ ଉତ୍ସବର ଉଦ୍‍ଯାପନୀ ପରେ ନୂତନ ଭାବେ ମାଟି ସାମଗ୍ରୀ ଗଢ଼ାଯାଏ । ପୂଜା ମଣ୍ଡପରେ ଶରଣପୁର ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଦ୍ବାରା ଦିନସାରା ଭଜନ କୀର୍ତ୍ତନ କରାଯାଉଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ଲୋକଙ୍କ ମନୋରଞ୍ଜନ ପାଇଁ ପ୍ରଥମ ଦିନ ଏକମ୍ବା ଗ୍ରାମର ପୌରାଣିକ ଗୀତିନାଟ୍ୟ 'ରାଗରେ ରାବଣ ଶାନ୍ତିରେ ସୀତା' ବା 'ଜାନକୀ ଲୁହରେ ଜଳୁଛି ଲଙ୍କା' ମଞ୍ଚସ୍ଥ ହୋଇଥିଲା । ସେହିପରି ମଙ୍ଗଳବାର ରାତିରେ କେନ୍ଦୁଗୁଡା ଗ୍ରାମର ପୌରାଣିକ ନାଟକ 'ଲିଭିଲା ସିନ୍ଦୁର ଭାଙ୍ଗିଲା ଚୁଡ଼ି' ଏବଂ ଶେଷ ଦିନରେ ଲଷ୍ମୀପୂର ଗ୍ରାମର ନାଟକ 'ମଣିଷ ବୁଝେନି ମନର କଥା' ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.