ETV Bharat / state

ଚର୍ମ ରୋଗରେ ପୀଡିତ ପୁଅ, ସହାୟତା ଅପେକ୍ଷାରେ ପରିବାର

author img

By

Published : Dec 27, 2022, 12:00 PM IST

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡା ସଦର ପଞ୍ଚାୟତର ବିଶ୍ୱନାଥ ନନ୍ଦ l ପୁଅର ଚିକିତ୍ସା ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ । ଚର୍ମ ରୋଗରେ ପୀଡିତ ବିଶ୍ୱନାଥ ନନ୍ଦଙ୍କ ପୁଅ ଆୟୁଷର ଚିକିତ୍ସା ପାଇଁ ଅର୍ଥ ଲୋଡା ପଡିଛି (Poor family needs govt help) । ଏବେ କେବେଳ ସରକାରୀ ସହାୟତା ଅପେକ୍ଷାରେ ରହିିଛି ପରିବାର । ଅଧିକ ପଢନ୍ତୁ

family needs govt help for treatment
ଚର୍ମ ରୋଗରେ ପୀଡିତ ପୁଅ, ସହାୟତା ଅପେକ୍ଷାରେ ପରିବାର
ଚର୍ମ ରୋଗରେ ପୀଡିତ ପୁଅ

ନବରଙ୍ଗପୁର: ଯେବେ ରୋଗ ସହିତ ଗରିବୀ ଯନ୍ତ୍ରଣା ଦିଏ । ସେତେବେଳେ ଅସହାୟ ହୋଇଯାଏ ପରିବାର। ଭାଗ୍ୟ ଯଦି ଖେଳ ଖେଳେ ତାହେଲେ ଗୁହାରି କରିବେ ବା କାହାକୁ । ନିଜ କର୍ମକୁ ନିନ୍ଦି ଭଗବାନ ଭରସାରେ ଜୀବନ ବିତେ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡା ସଦର ପଞ୍ଚାୟତର ବିଶ୍ୱନାଥ ନନ୍ଦ । ପୁଅର ଚିକିତ୍ସା ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ । ଚର୍ମ ରୋଗରେ ପୀଡିତ ବିଶ୍ୱନାଥ ନନ୍ଦଙ୍କ ପୁଅ ଆୟୁଷର ଚିକିତ୍ସା ପାଇଁ ଅର୍ଥ ଲୋଡା ପଡିଛି ( poor family needs govt help ) । ଏବେ କେବେଳ ସରକାରୀ ସହାୟତା ଅପେକ୍ଷାରେ ରହିଛି ପରିବାର ।

ଦିନେ ହସଖୁସିର ବିତୁଥିବା ସଂସାରରେ ଲଦି ହୋଇ ଯାଇଛି ଦୁଃଖର ପାହାଡ । ଏବେ କେବଳ ଅପେକ୍ଷା ସରକାରୀ ସହାୟତାକୁ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡା ସଦର ପଞ୍ଚାୟତର ବିଶ୍ବନାଥ ନନ୍ଦ । ପରିବାର କହିଲେ ସ୍ତ୍ରୀ ମାମିନୀ ମହାପାତ୍ର ଓ 2 ସନ୍ତାନ। ବିଶ୍ବନାଥ ମୂଲ ଲାଗୁଥିବା ବେଳେ ସ୍ତ୍ରୀ ମାମିନୀ ଘରେ କିଛି ପିଲାଙ୍କୁ ଟ୍ୟୁସନ କରିସେଥିରୁ ଯାହା ମିଳେ ସେତିକିରେ ପରିବାର ପେଟକୁ ଦାନା ଯୋଗାଡ ହୁଏ । ଏଭଳି ସ୍ଥିତିରେ ପରିବାର ଉପରେ ଲଦି ହୋଇଛି ଆଉ ଏକ ଯନ୍ତ୍ରଣା । ବିଶ୍ବନାଥଙ୍କ ସାନ ପୁଅ ଚର୍ମ ରୋଗରେ ପୀଡିତ ହୋଇଛନ୍ତି । ଯାହାକୁ ଦେଖି ସହ୍ୟ କରି ପାରୁନାହାନ୍ତି ବାପାମାଆ । ପୁଅର ଏଭଳି ଅବସ୍ଥା ଦେଇ ବାପାମାଆଙ୍କ ପେଟକୁ ଦାନା ଯାଉନାହିଁ । ବର୍ଷେ ପୂର୍ବେ ପୁଅ ଆୟୁଷର ମୁଣ୍ଡରେ ଏକ କ୍ଷତ ହୋଇଥିଲା ଆଉ ତାକୁ ସେଇ ସମୟରେ ସମ୍‌ ହସ୍ପିଟାଲ୍‌ରେ ଅପରେସନ ମଧ୍ୟ କରାଇଥିଲେ । ଆଉ ଏବେ କିଛି ଦିନ ହେବ ଦେହ ସାରା କଳା ପଡିଯିବା ସହ ଗାଲରେ ଏକ ମାଂସ ବଢି ଯାଇଛି । କିଏ କେତେ ପ୍ରକାର ରୋଗ ହୋଇଛି ବୋଲି କହୁଥିବା ବେଳେ ଭୁବନେଶ୍ବର କଟକ ନେଇ ସର୍ବସ୍ବାନ୍ତ ହୋଇ ସାରିଲେଣି ପରିବାର । ଉନ୍ନତ ଚିକିତ୍ସା ପାଇଁ ପରିବାର ପାଖରେ ଅର୍ଥ ମଧ୍ୟ ନାହିଁ । ଅସହାୟ ହୋଇପଡିଛି ପରିବାର ।

ଏହା ବି ପଢନ୍ତୁ....ଶ୍ରୀମନ୍ଦିରରେ ଅଘଟଣ, ବ୍ୟାରିକେଡ ଭିତରେ ଫସିଲା ଶିଶୁର ମୁଣ୍ଡ

ଆୟୁଷକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୁଅର ଏଭଳି ଅବସ୍ଥା ଦେଖି କୋହ ସମ୍ଭାଳି ପାରୁନାହାନ୍ତି ଘର ଲୋକ । କାକୁତି ମିନତୀ ହୋଇ ସରକାରଙ୍କୁ କିଛି ସାହାଯ୍ୟ ପାଇଁ ନିବେଦନ କରୁଛନ୍ତି । ତାଙ୍କ ପୁଅଟିକୁ ଭଲ କରିବାକୁ ଗୁହାରି କରୁଛନ୍ତି । ଏନେଇ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଯୋଗାଯୋଗ କରିଥିଲା ଆମ ଟିମ୍‌ । ସେ କହିଛନ୍ତି ଟେଲି ମେଡ଼ିସିନ ସହ ଯୋଗାଯୋଗ କରି ଉନ୍ନତ ଚିକିତ୍ସାର ବ୍ୟବସ୍ଥା କରାଯିବ । ବିଜୁ ସ୍ବାସ୍ଥ୍ୟକାର୍ଡ ଦ୍ବାରା ମଧ୍ୟ ଯାହା ସମ୍ଭବ କରିବା ସହ ଶିଶୁଟି କିପରି ଶୀଘ୍ର ଆରୋଗ୍ୟ ହେବ ସେଥିପ୍ରତି ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି । ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଲେ ପୁଣି ଆୟୁଷ ମୁହଁରେ ହସି ଫୁଟିବ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.