ETV Bharat / state

କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ - ନବରଙ୍ଗପୁରରେ ଗଞ୍ଜେଇ ଜବତ

ପୋଲିସ ଜାଲରେ ଗଞ୍ଜେଇ ମାଫିଆ । 1 କୋଟି କେଜିର ଗଞ୍ଜେଇ ସହ ଜଣେ ଗିରଫ । ଅଧିକ ପଢ଼ନ୍ତୁ

1 କୋଟି କେଜିର ଗଞ୍ଜେଇ ସହ ଜଣେ ଗିରଫ
1 କୋଟି କେଜିର ଗଞ୍ଜେଇ ସହ ଜଣେ ଗିରଫ
author img

By

Published : Jul 15, 2023, 7:33 AM IST

1 କୋଟି କେଜିର ଗଞ୍ଜେଇ ସହ ଜଣେ ଗିରଫ

ନବରଙ୍ଗପୁର: ମହାସମୁନ୍ଦ ପୋଲିସକୁ ଏକ ବଡ଼ ସଫଳତା । ଫଳ ଗଛର ଚାରା ସହିତ ଗଞ୍ଜେଇ ବୋଝେଇ କରି ବରଗଡ଼ ଅଞ୍ଚଳରୁ ମଧ୍ୟପ୍ରଦେଶକୁ ଯାଉଥିବା ଏକ ଟ୍ରକଟିକୁ ଧରିଲା ମହାସମୁନ୍ଦ ପୋଲିସ । ଜଣେ ଚୋରା ଚାଲାଣକାରୀଙ୍କୁ ଗିରଫ କରିବା ସହିତ ପ୍ରାୟ ୧ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରାଯାଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଏସପି ଧର୍ମେନ୍ଦ୍ର ସିଂଙ୍କ ନିର୍ଦ୍ଦେଶକ୍ରମେ ମହାସମୁନ୍ଦ ଜିଲ୍ଲାକୁ ପ୍ରବେଶ କରୁଥିବା ସମସ୍ତ ସନ୍ଦେହଜନକ ଗାଡି ଯାଞ୍ଚ କରାଯାଉଥିଲା । ଠିକ୍ ଏହି ସମୟରେ ବରଗଡ ଅଞ୍ଚଳରୁ ବେଆଇନ ଭାବେ କନ୍ଧମାଳର ଏକ ଧଳା ଆଇଚର୍ ଟ୍ରକ୍ ଗାଡ଼ି ରାୟପୁର ଦେଇ ମଧ୍ୟପ୍ରଦେଶ ଆଡ଼କୁ ଯାଉଥିବା ବେଳେ ପୋଲିସ ରେହଟିଖୋଲ ଗାଁ ନିକଟରେ ଅଟକାଇ ଥିଲେ । ଗାଡି ଚାଳକ ଡୋଗର ସିଂକୁ ଅଟକ ରଖି ପଚରାଉଚରା କରିବା ଫଳରେ ବୃକ୍ଷ ଓ ଉଦ୍ଭିଦ ଚାରା ନେଇ ମଧ୍ୟପ୍ରଦେଶକୁ ଯାଉଥିବା ପ୍ରକାଶ କରିଥିଲା ।

ପୋଲିସ୍ ଟିମ୍ ଚାଳକଙ୍କୁ ସନ୍ଦେହ କରି ଗାଡିଟିର ଯାଞ୍ଚ କରାଯାଇଥିଲା । ଗାଡି ପଛପଟେ ଥିବା ଟ୍ରଲିରେ ଗଛ ଓ ଉଦ୍ଭିଦ ଚାରା ଭରପୂର ରହିଥିବା ବେଳେ ସେ ସବୁକୁ ବାହାର କରିବା ବେଳକୁ ତା ମଧ୍ୟରେ ୧୬ ଖଣ୍ଡ ପ୍ଲାଷ୍ଟିକ ଅଖା ଭର୍ତ୍ତି ଗଞ୍ଜେଇ ଦେଖିବାକୁ ମିଳିଥିଲା । ସମସ୍ତ ପ୍ଲାଷ୍ଟିକ୍ ଅଖାରେ ୪୦୦ କିଲୋଗ୍ରାମ ଗଞ୍ଜେଇ ଦେଖିବାକୁ ମିଳିଥିଲା । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଗଞ୍ଜେଇ ଟ୍ରକ ଜବତ କରିବା ସହିତ ଏହି ଘଟଣାରେ ସମୃକ୍ତ ଡ୍ରାଇଭର ଡୋଗର ସିଂଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନବରଙ୍ଗପୁର ଏସପି ଧର୍ମେନ୍ଦ୍ର ସିଂ କହିଛନ୍ତି ।

ଅଧିକ ପଢ଼ନ୍ତୁ: ପାନ ଦୋକାନ ନାଁରେ ଚାଲିଥିଲା ଗଞ୍ଜେଇ ବ୍ୟବସାୟ, ବୋଲଡୋଜର ଚଢାଇଲା ପୋଲିସ

ଧର୍ମେନ୍ଦ୍ର ସିଂ କହିଛନ୍ତି,‘‘ଦୀର୍ଘ ଦିନଧରି ରାଇଘର ସୀମାବର୍ତ୍ତୀ ରାଜ୍ୟ ଛତିଶଗଡ଼କୁ ଓଡିଶାରୁ ବେଆଇନ ଭାବେ ଗଞ୍ଜେଇ ଚାଲାଣ ଉପରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ସମୟରେ ଅନ୍ୟ ରାଜ୍ୟ ସୀମାକୁ ମଧ୍ୟ ଗଞ୍ଜେଇ ଚାଲାଣ କରାଯାଉଥିବା ଖବର ମିଳିଥିଲା । ଏହାକୁ ଦୃଷ୍ଟିରେ ରେଖି ପୋଲିସ ପକ୍ଷରୁ ସବୁ ଚେକ୍ ପୋଷ୍ଟରେ କଡା ଚେକ୍ କରାଯାଉଥିବା । ଯାହା ଫଳରେ ପ୍ରାୟ ୧ କୋଟି ଟଙ୍କା ଗଞ୍ଜେଇ ଜବତ କରିବାରେ ପୋଲିସ ସଫଳ ହୋଇଛି ।’’ ତେବେ ନିକଟରେ ରାଜଧାନୀ ଭୁବନେଶ୍ବରେର ଗଞ୍ଜେଇ ସିଗାରେଟ ବିକ୍ରିକୁ ନେଇ ପାନ ଦୋକାନୀର ଦୋକାନ ଉପରେ ବୁଲଡୋଜର ଚଢାଇଥିଲା ଖଣ୍ତିଗିରି ପୋଲିସ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.