ETV Bharat / state

ହଟହଟା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ, ମିଳୁନି ସହାୟତା ରାଶି - financial

ଗରିବ ହିତାଧିକାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ଆଉ ଧାର କରି କରିଥିବା ଘର ପାଇଁ ହଇରାଣ ହରକତର ସାମ୍ନା କରୁଛନ୍ତି ହିତାଧିକାରୀ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Feb 9, 2019, 10:15 PM IST

ନବରଙ୍ଗପୁର: ଗରିବ ହିତାଧିକାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପ୍ରଣୟନ କରିଥିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ଏହି ଯୋଜନାରେ ମାଧ୍ୟମରେ ଅସହାୟ ତଥା ଚାଳ ଛପର ଘରେ ରହୁଥିବା ବ୍ୟକ୍ତିଙ୍କୁ ମିଳିବ ପକ୍କା ଘର। ଯୋଜନାରେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀଙ୍କୁ ପ୍ରଥମେ ୨୦ହଜାର ଟଙ୍କା ଓ ତାପରେ ୩୫ ହଜାର ଟଙ୍କା ଦେବା ପରେ ପ୍ରଶାସନ ଚୁପ ବସିଥିବା ଅଭିଯୋଗ ହୋଇଛି।

ନବରଙ୍ଗପୁର ଜିଲ୍ଲା କୋଷାଗୁମଡା ବ୍ଳକର ବଡଆମଡା ପଞ୍ଚାୟତରେ ୨୦୧୭-୧୮ ମସିହାରେ କାଉମର ଗାଁ, କିଡରିପାଲି, ଅଞ୍ଚଳା ଏବଂ ବଡଆମଡାର 17 ଜଣ ହିତାଧିକାରୀଙ୍କୁ ମିଳିଥିଲା କାର୍ଯ୍ୟାଦେଶ। ହେଲେ ଘର ନିର୍ମାଣ ପାଇଁ ସହାୟତା ରାଶି ମିଳିନଥିବା ବେଳେ ଧାର କରଜ କରି ସେମାନେ ଘର ନିର୍ମାଣ କରିଛନ୍ତି। ଫଳରେ ସେମାନେ ନାନା ହଇରାଣ ହରକତର ସାମ୍ନା କରୁଥିବା ବେଳେ ଏନେଇ ପ୍ରଶାସନକୁ ଜଣାଇଥିଲେ। ଏଥିପ୍ରତି ପ୍ରଶାସନ କର୍ଣ୍ଣପାତ କରୁନଥିବାର ଅଭିଯୋଗ କରିଛନ୍ତି ହିତାଧିକାରୀ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
undefined

ସେପଟେ, ଏହି କାର୍ଯ୍ୟାଦେଶ ଅନୁଯାୟୀ ଯଥାଶୀଘ୍ର ଘର ନିର୍ମାଣ କଲେ 20ହଜାର ଓ 10 ହଜାର ଟଙ୍କାର ପୁରସ୍କାରର ବ୍ୟବସ୍ଥା ମଧ୍ୟ ରହିଛି । ହେଲେ ଘର ନିର୍ମାଣ କରି ପ୍ରଶାସନକୁ ଫଟୋ ଉଠାଇ ଦିଆଯାଇଥିବା ସତ୍ତ୍ୱେ ହିତାଧିକାରୀଙ୍କ ଜମାଖାତାକୁ ଆସିପାରୁନି ଟଙ୍କା। ଏ ଘଟଣାରେ ତଦନ୍ତ କରିବା ପରେ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ ବୋଲି କୋଷାଗୁମଡା ବ୍ଲକର ବିଡିଓ କହିଛନ୍ତି।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.