ETV Bharat / state

ହିତାଧିକାରୀଙ୍କୁ ମିଳୁଛି ପ୍ଲାଷ୍ଟିକ ଚାଉଳ: ନିଆଁରେ ଜଳୁଛି, ପାଣିରେ ଭାସୁଛି! - ନବରଙ୍ଗପୁରରେ ହିତାଧିକାରୀଙ୍କୁ ମିଳୁଛି ପ୍ଲାଷ୍ଟିକ ଚାଉଳ

ଦୁର୍ଗମ ଅଞ୍ଚଳର ଗରିବ ହିତାଧିକାରୀଙ୍କୁ ମିଳୁଛି ପ୍ଲାଷ୍ଟିକ ଚାଉଳ ! ପିଡ଼ିଏସ ଚାଉଳରେ ମିଶିଛି ପ୍ଲାଷ୍ଟିକ ଚାଉଳ । ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଦହଡାମାଳ ଗାଁରୁ । ଅଧିକ ପଢନ୍ତୁ

PDS ହିତାଧିକାରୀଙ୍କୁ ମିଳୁଛି ପ୍ଲାଷ୍ଟିକ ଚାଉଳ !

author img

By

Published : Dec 8, 2021, 4:44 PM IST

Updated : Dec 8, 2021, 4:56 PM IST

ନବରଙ୍ଗପୁର : ଦୁର୍ଗମ ଅଞ୍ଚଳର ଗରିବ ହିତାଧିକାରୀଙ୍କୁ ମିଳୁଛି ପ୍ଲାଷ୍ଟିକ ଚାଉଳ ! ପିଡ଼ିଏସ ଚାଉଳରେ ମିଶିଛି ପ୍ଲାଷ୍ଟିକ ଚାଉଳ । ପାଣିରେ ପକାଇଲେ ଭାସୁଛି, ନିଆଁ ଲଗାଇଲେ ପ୍ଲାଷ୍ଟିକ ଭଳି ଜଳୁଛି । ଚୋବାଇଲେ ଚୁଇଁଗମ୍ ପରି ଲାଗୁଛି । ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନୂଆକୋଟ ପଞ୍ଚାୟତ ଦହଡାମାଳ ଗାଁରୁ । ଯାହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ।

PDS ହିତାଧିକାରୀଙ୍କୁ ମିଳୁଛି ପ୍ଲାଷ୍ଟିକ ଚାଉଳ !

ସୂଚନାଅନୁସାରେ, ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କୁ ପିଡ଼ିଏସ ଚାଉଳ ବଣ୍ଟନ କରାଯାଉଥିଲା । ହିତାଧିକାରୀ ଚାଉଳକୁ ଘରକୁ ନେବା ପରେ ସେଥି ମଧ୍ୟରୁ କିଛି ଚାଉଳ ଭିନ୍ନ ଆକୃତିର ଚାଉଳ ଦେଖିବାକୁ ପାଇଥିଲେ । ସେମାନେ ଏହାକୁ ପ୍ଲାଷ୍ଟିକ ଚାଉଳ ବୋଲି ପ୍ରଥମେ ସନ୍ଦେହ କରିଥିଲେ । ଏହାପରେ ସେହି ଚାଉଳକୁ ପାଣିରେ ପକାଇଥିଲେ ଏବଂ ନିଆଁ ଲଗାଇଥିଲେ । ସେହି ଭିନ୍ନ ଆକୃତିର ଚାଉଳ ପ୍ରଥମେ ପାଣିରେ ଭାସି ଥିଲା । ଚାଉଳରେ ନିଆଁ ସଂଯୋଗ କରିଥିଲେ ମଧ୍ୟ ନିଆଁ ଧରିଥିଲା ।

ଏହାପରେ ହିତାଧିକାରୀମାନେ ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ଉଭୟ ସରପଞ୍ଚ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ସେହି ଚାଉଳକୁ ଖାଇବାକୁ ମନା କରିଦେଇଥିଲେ ହିତାଧିକାରୀଙ୍କୁ । ଶୀଘ୍ର ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ପ୍ଲାଷ୍ଟିକ ଚାଉଳ ବଦଳରେ ଭଲ ଚାଉଳ ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଅନ୍ୟପଟେ ବିଭାଗୀୟ ଅଧିକାରୀଙ୍କ ପାଖରୁ ଏ ଘଟଣା ସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Last Updated : Dec 8, 2021, 4:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.