ETV Bharat / state

କଂଗ୍ରେସର ବନ୍ଦ ପାଳନ, ହନ୍ତସନ୍ତ ଜିଲ୍ଲାବାସୀ

author img

By

Published : Dec 26, 2019, 5:18 PM IST

କୋଷାଗୁମୁଡା ବ୍ଲକ ଗୁମଣ୍ଡଳୀ ଗ୍ରାମର ବହୁଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଅଧିକ ପଢନ୍ତୁ..

କଂଗ୍ରେସର ବନ୍ଦ ପାଳନ, ହନ୍ତସନ୍ତ ଜନତା
କଂଗ୍ରେସର ବନ୍ଦ ପାଳନ, ହନ୍ତସନ୍ତ ଜନତା

ନବରଙ୍ଗପୁର: କୋଷାଗୁମୁଡା ବ୍ଲକ ଗୁମଣ୍ଡଳୀ ଗ୍ରାମର ବହୁଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାକୁ 13 ଦିନ ବିତିଛି । ହେଲେ ପୋଲିସର ହାତ ଖାଲି । ପୋଲିସ ନା ଅଭିଯୁକ୍ତକୁ ଧରି ପାରିଛି ନା ପୋଷ୍ଟମର୍ଟମ ରିପୋର୍ଟ ଦେଖାଇ ପାରିଛି। ଯାହାକୁ ନେଇ ଏବେ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । 12 ଘଣ୍ଟିଆ ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ । ଏନେଇ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଜିଲ୍ଲାବାସୀ ।

କଂଗ୍ରେସର ବନ୍ଦ ପାଳନ, ହନ୍ତସନ୍ତ ଜନତା

ଗତ 14 ତାରିଖ ଦିନ ନବରଙ୍ଗପୁର କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଗୁମଣ୍ଡଳୀ ଗାଁ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା ହୋଇଥିବା ଅଭିଯୋଗକୁ 13 ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପୋଲିସ ଘଟଣାରୁ ପରଦା ଉଠାଇ ପାରିନାହିଁ । ଯାହାର ପ୍ରତିବାଦ କରିଛି ଜିଲ୍ଲା କଂଗ୍ରେସ। ଘଟଣାରେ ପୋଲିସ ତଦନ୍ତର ନିଷ୍କ୍ରିୟତା ତଥା ପୋଷ୍ଟମର୍ଟମ ରିପୋର୍ଟକୁ ସାର୍ବଜନୀନ କରିବା ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ଜିଲ୍ଲା କଂଗ୍ରେସ ।

ଶୀଘ୍ର ଘଟଣାର ପର୍ଦାଫାଶ କରିବା ପାଇଁ ନବରଙ୍ଗପୁର ବନ୍ଦ ପାଳନ କରିଛି ଜିଲ୍ଲା କଂଗ୍ରେସ । କୋରାପୁଟ ଜିଲ୍ଲାର ବହୁ ଚର୍ଚ୍ଚିତ କୁନ୍ଦୁଲି ଘଟଣା ଭଳି ଏହି ଘଟଣାକୁ ମଧ୍ୟ ଚପାଇଦେବାକୁ ଉଦ୍ୟମ ହେଉଥିବା କଂଗ୍ରେସ ଅଭିଯୋଗ କରିଛି। ତଦନ୍ତ ଆଳରେ ପୋଲିସ ପ୍ରଶାସନ ଜାଣିଶୁଣି ବିଳମ୍ବ କରି ପୋଷ୍ଟମର୍ଟମ ରିପୋର୍ଟକୁ ସାର୍ବଜନୀନ କରାନଥିବା ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ।

ଏହାସହ ଯଦି ଘଟଣାର ସଠିକ ରିପୋର୍ଟ ପ୍ରକାଶ କରାନଯାଏ ତେବେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଜିଲ୍ଲା କଂଗ୍ରେସ ତରଫରୁ ସୂଚନା ଦିଆଯାଇଛି । ଏନେଇ ଅନେକ ସମୟ ଧରି ପୋଲିସ ସହିତ ପ୍ରଦୀପ ମାଝୀଙ୍କ ଯୁକ୍ତିତର୍କ ହୋଇଥିଲା ।

ଏହି ଆନ୍ଦୋଳନ ସମୟରେ ଯାତ୍ରୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । କିଛି ଯାତ୍ରୀ ଏନେଇ ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ। କଂଗ୍ରେସର ଏହି ବନ୍ଦ ପାଳନ ଫଳରେ ସାଧାରଣ ଜନତା ପ୍ରଭାବିତ ହୋଇଥିବା ବେଳେ ପୋଲିସ ତଦନ୍ତରେ କଣ ପ୍ରଭାବ ପଡିବ ଓ ଘଟଣାରେ ତଦନ୍ତର ଦିଗ କେଉଁ ମୋଡ଼ ନେଉଛି ତାହା ଉପରେ ସଭିଙ୍କ ନଜର ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.