ETV Bharat / state

Nabarangpur Scrub Typhus: ୨୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ, ଗାଁରେ ପହଞ୍ଚିନି ମେଡିକାଲ ଟିମ୍ - ନବରଙ୍ଗପୁର ଅଜଣା ରୋଗ

କରୋନା ସଂକ୍ରମଣ ସାମାନ୍ୟ ଥମିବା ପରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍‌ରେ ବ୍ୟାପିଲା ସ୍କ୍ରବ୍‌ ଟାଇଫସ୍(Scrub Typhus) ରୋଗ । କେବଳ ଧୋଡ଼ିପାଣି ଗାଁରୁ ୨୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି ଅନ୍ୟ ଅଞ୍ଚଳକୁ ବି ବ୍ୟାପିବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ

Nabarangpur Scrub Typhus: ଲୋକେ ଆତଙ୍କିତ
Nabarangpur Scrub Typhus: ଲୋକେ ଆତଙ୍କିତ
author img

By

Published : Nov 25, 2021, 7:28 PM IST

ନବରଙ୍ଗପୁର: କରୋନା ସଂକ୍ରମଣ ସାମାନ୍ୟ ଥମିବା ପରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍‌ରେ ବ୍ୟାପିଲା ‘ସ୍କ୍ରବ୍‌ ଟାଇଫସ୍’ ରୋଗ । କେବଳ ଧୋଡ଼ିପାଣି ଗାଁରୁ ୨୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି ଅନ୍ୟ ଅଞ୍ଚଳକୁ ବି ବ୍ୟାପିବାର ସମ୍ଭାବନା ରହିଛି । ତେଣୁ ସ୍ଵାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରି ପ୍ରତିଷେଧକ ବ୍ୟବସ୍ଥା ଆରମ୍ଭ କରିଛି । ସନ୍ଦିଗ୍ଧଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ଜାରି ରହିଛି । ପୂର୍ବରୁ ଏହି ରୋଗ ବିଷୟରେ ଅଞ୍ଚଳବାସୀ ଆଦୌ କିଛି ଜାଣିନଥିବାରୁ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

Nabarangpur Scrub Typhus: ଲୋକେ ଆତଙ୍କିତ

ସୂଚନା ଅନୁଯାୟୀ ଧୋଡ଼ିପାଣି ଗାଁରେ କିଛି ବ୍ୟକ୍ତି ଅଜଣା ରୋଗରେ ଆକ୍ରାନ୍ତ ହୋଇଥିଲେ । ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଏମାନେ କେଉଁ ରୋଗରେ ଆକ୍ରାନ୍ତ ହୋଇଛନ୍ତି ସ୍ପଷ୍ଟ ହୋଇପାରିନଥିଲା। ତେବେ ମ୍ୟାଲେରିଆ ରୋଗର ସମସ୍ତ ଲକ୍ଷଣ ରୋଗୀଙ୍କ ଠାରେ ଦେଖିବାକୁ ମିଳିଥିଲା। ତେଣୁ ରାୟଗଡ଼ା ଜିଲ୍ଲା ବିଷମକଟକସ୍ଥିତ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ। ସେଠାରୁ ସୁସ୍ଥ ହୋଇ ଫେରିବା ପରେ ସେମାନେ ‘ସ୍କ୍ରବ୍‌ ଟାଇଫସ୍’ ରୋଗରେ ଆକ୍ରାନ୍ତ ହୋଇଥିଲେ ବୋଲି ଜଣାପଡ଼ିଥିଲା ।

ଗାଁରେ ସମାନ ଲକ୍ଷଣ ଥିବା ଆହୁରି ଅନେକ ଲୋକ ରହିଥିବାରୁ ଖବର ପାଇ ସ୍ଵାସ୍ଥ୍ୟ ବିଭାଗର ଗୋଟିଏ ଟିମ୍ ଗାଁରେ ପହଞ୍ଚିଥିଲା। ବିପିଏମ୍ ସୁଦୀପ୍ତ ରଞ୍ଜନ ରାଉତ, ଏଲ୍‌ ବଙ୍କିମ ମିଶ୍ରି, ଦେବେନ୍ଦ୍ର ହାଲବା, ତୋଳେନ୍ଦ୍ର ନାୟକ, ମନୋଜ ସାହୁ, ଦୁମିଳା ସାହୁ ପ୍ରମୁଖ ସନ୍ଦିଗ୍ଧଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ଆରମ୍ଭ କରିଥିଲେ। ମୋଟ ୩୧ଟି ନମୁନା ମଧ୍ୟରୁ ୧୯ ନମୁନା ପଜିଟିଭ୍ ଭାବେ ଚିହ୍ନଟ ହୋଇଥିଲା। କିଛି ନମୁନା ନବରଙ୍ଗପୁରକୁ ପରୀକ୍ଷା ପାଇଁ ପଠାଯାଇଛି। ଜ୍ଵର ହେବା ଏବଂ ଶରୀରର ତାପମାତ୍ରା ବଢ଼ିବା ସହ ଦୁର୍ବଳ ଲାଗିବା ଆଦି ଏହି ରୋଗର ଲକ୍ଷଣ କୌଣସି ବିଷାକ୍ତ ପୋକ କାମୁଡ଼ିବା ଦ୍ବାରା ରୋଗୀ ସଂକ୍ରମିତ ହୋଇଥାଏ ବୋଲି ଜଣାପଡ଼ିଛି ।

ପୂର୍ବରୁ ଏହି ଅଞ୍ଚଳରେ କେହି ‘ସ୍କ୍ରବ୍‌ ଟାଇଫସ୍’ ରୋଗରେ ଆକ୍ରାନ୍ତ ହେବା ସରକାରୀ ରେକର୍ଡ ନାହିଁ ତେବେ ଅଳ୍ପ ଦିନ ମଧ୍ୟରେ ୨୦ରୁ ଊର୍ଦ୍ଧ୍ଵ ଚିହ୍ନଟ ହୋଇଥିବାରୁ ଲୋକେ ଚିନ୍ତିତ ରହିଛନ୍ତି । ତେଣୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବିଶେଷଜ୍ଞ ଟିମ୍ ଆସି ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ସହ ରୋଗର କାରଣ ତଥା ନିରାକରଣ ସମ୍ପର୍କରେ ଅଧିକ ଅନୁଧ୍ୟାନ କରିବାକୁ ସାଧାରଣରେ ଦାବି ହୋଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.