ETV Bharat / state

ପଞ୍ଚାୟତ ଟକ୍କର: କିଏ ଦଖଲ କରିବ ନବରଙ୍ଗପୁର ଗଡ ? 3 ଦଳ ଆଶାବାଦୀ - panchayat election in Nabarangpur

ପଞ୍ଚାୟତ ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲ, ଯାଞ୍ଚ ଶେଷ ହେବାପରେ ଆସିସାରିଛି ଚୂଡାନ୍ତ ତାଲିକା । ନବରଙ୍ଗପୁରରେ ଜମିବାରେ ଲାଗିଛି ନିର୍ବାଚନ ପ୍ରଚାର । ନିର୍ବାଚନ ମୈଦାନରେ ପ୍ରାର୍ଥୀ ଓ ନେତାଙ୍କ ମଧ୍ୟରେ ଚାଲିଛି ଆରୋପ ଓ ପ୍ରତ୍ୟାରୋପ ରାଜନୀତି । ଅଧିକ ପଢନ୍ତୁ

ନବରଙ୍ଗପୁର
ନବରଙ୍ଗପୁର
author img

By

Published : Jan 27, 2022, 9:06 PM IST

ନବରଙ୍ଗପୁର: ପଞ୍ଚାୟତ ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲ, ଯାଞ୍ଚ ଶେଷ ହେବାପରେ ଆସିସାରିଛି ଚୂଡାନ୍ତ ତାଲିକା । ଏବେ ନବରଙ୍ଗପୁର ଜିଲ୍ଲାରେ ଜମିବାରେ ଲାଗିଛି ନିର୍ବାଚନ ପ୍ରଚାର । ମୈଦାନରେ ପ୍ରାର୍ଥୀ ଓ ନେତାଙ୍କ ମଧ୍ୟରେ ଚାଲିଛି ଆରୋପ ଓ ପ୍ରତ୍ୟାରୋପ ରାଜନୀତି । ପ୍ରାର୍ଥୀ ମାନେ ଭୋଟରଙ୍କୁ କିପରି ଆକୃଷ୍ଟ କରିବାରେ ସଫଳ ହେବେ ସେଥିପାଇଁ ଚାଲିଛି ରଣନୀତି ।

ପଞ୍ଚାୟତ ଟକ୍କର: କିଏ ଦକଳ କରିବ ନବରଙ୍ଗପୁର ଗଡ? 3 ଦଳ ଆଶାବାଦୀ

ସବୁ ପଦବୀ ପାଇଁ ନିର୍ବାଚନ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ଜିଲ୍ଲାର 26 ଟି ଜିଲାପରିଷଦ ଆସନ ପାଇଁ ଅଧିକ ଟକ୍କର ହେଉଥିବା ଦେଖିବାକୁ ମିଳିଛି। ସମସ୍ତ ପ୍ରାର୍ଥିଙ୍କ ଲାଗି ପ୍ରାୟ ସବୁ ଦଳର ନେତା ମାନେ ପ୍ରଚାର ଲାଗି ମୈଦାନରେ ଥିବା ବେଳେ ଭୋଟର କାହାକୁ ଗ୍ରହଣ କରିବେ ତାହା ସମୟ କହିବ।

ଜିଲ୍ଲା ପରିଷଦ ଦଖଲ ପାଇଁ 3 ପ୍ରମୁଖ ଦଳ ପକ୍ଷରୁ ବିଜୟ ସମ୍ଭାବନା ଥିବା ନେତାଙ୍କୁ ପ୍ରାର୍ଥୀ କରାଯାଇଛି । ଜିଲ୍ଲାରେ ବିଜେଡିର ମଙ୍ଗ ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ପ୍ରଦୀପ ମାଝୀ ଧରିଥିବା ବେଳେ ଦଳର ସଫଳତା ପାଇଁ ଉଭୟ ନେତା ମୈଦାନରେ ଲାଗିପଡିଛନ୍ତି ।

ବିଜେପି ମଧ୍ୟ ନିଜ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ଯୋରଜାର ଉଦ୍ୟମ ଜାରି ରଖିଛି । ଦଳର ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଜଗଦୀଶ ବିଷୋୟୀ ଓ ଗୌରୀ ଶଙ୍କର ମାଝୀ ନିଜ ପ୍ରାର୍ଥି ମାନଙ୍କ ପାଇଁ ପୁରା ଦମ ଲଗାଇଛନ୍ତି । କଂଗ୍ରେସର ପକ୍ଷରୁ ମୁନା ତ୍ରିପାଠୀ, ପୂର୍ବତନ ବିଧାୟକ ଭୁଜବଳ ମାଝୀ ଓ ଖେମରାଜ ବାଘ ନିର୍ବାଚନକୁ ନିଜ କାନ୍ଧରେ ନେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ କାମ କରୁଛନ୍ତି । ପୂର୍ବରୁ ପ୍ରଥମେ କଂଗ୍ରେସ ଦୁଇ ଦୁଇ ଥର ଜିଲ୍ଲା ପରିଷଦ ଆଶାତୀତ ସଫଳତା ପରିଷଦ ଗଠନ କରିଥିଲା । ଦିନେ କଂଗ୍ରେସର ଗଡ ଥିବା ନବରଙ୍ଗପୁରରେ, କଂଗ୍ରେସ ଏବେ ଅସ୍ତିତ୍ବ ହରାଇବା ସ୍ଥିତିରେ ।

ଜିଲ୍ଲା ପରିଷଦ ଆସନ ସବୁ ଦଳର ସମ୍ମାନର ବିଷୟ ହୋଇଥିବା ବେଳେ ମହିଳା ଓ ଯୁବ ଭୋଟରଙ୍କୁ ଅଧିକ ଗୁରୁତ୍ବ ଦେଉଛନ୍ତି ରାଜନୈତିକ ଦଳ । ଯୁବ ଓ ମହିଳା ଭୋଟର ହିଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ଜିଲ୍ଲାରେ ଆଲୋଚନା ହେଉଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.