ETV Bharat / state

ନବରଙ୍ଗପୁରରେ ବାଲ୍ୟ ବିବାହ ରୋକୁଛି ଅନ୍ବେଷା ଅଭିଯାନ

ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଜିଲ୍ଲାପାଳ ଅଜିତ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଜିଲ୍ଲାରେ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟିର ପ୍ରଶିକ୍ଷଣ ଶିବିର । ଅଧିକ ପଢନ୍ତୁ...

author img

By

Published : Jul 8, 2021, 9:38 AM IST

ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟିର ପ୍ରଶିକ୍ଷଣ

ନବରଙ୍ଗପୁର: ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଜିଲ୍ଲାରେ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟିର ପ୍ରଶିକ୍ଷଣ ଶିବିର ଆନୁଷ୍ଠିତ ହୋଇଯାଇଛି । ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଜିଲ୍ଲାପାଳ ଅଜିତ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଏହି ଶିବିର ଆରମ୍ଭ ହୋଇଛି । ଜିଲ୍ଲାର ଦଶ ଗୋଟି ବ୍ଲକର ୧୮୯ ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ୧୪୦ ଟି ଗ୍ରାମ ପଞ୍ଚାୟତର ଶିଶୁ ସୁରକ୍ଷା କମିଟି ଓ ଟାସ୍କ ଫୋର୍ସ କମିଟିର ପ୍ରଶିକ୍ଷଣ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ଜିଲ୍ଲାରେ ବାଲ୍ୟ ବିବାହ ବନ୍ଦ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଡଃ ମିଶ୍ର ଆରମ୍ଭ କରିଛନ୍ତି ଅନ୍ଵେଷା ଅଭିଯାନ । କମ ବୟସରେ ନାବାଳିକାଙ୍କୁ ବିବାହ ନକରି ପିତା ମାତା ଓ ସଂପ୍ରଦାୟକୁ ବୁଝାଇ କିଶୋରୀ ମାନଙ୍କର ପ୍ରତିଭାକୁ ବିକଶିତ କରିବା ହେଉଛି ଅନ୍ଵେଷା ଅଭିଯାନର ମୂଳ ଉଦ୍ଦେଶ୍ୟ ।

ଜିଲ୍ଲାର ସମସ୍ତ ବିଭାଗ ଗୁଡିକରେ କିଶୋରୀ ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ କାର୍ଯ୍ୟକ୍ରମ ଗୁଡିକୁ ତ୍ବରାନିତ୍ଵ କରାଯିବ, ବିଶେଷ କରି କିଶୋର କିଶୋରୀ ମାନେ ନିୟମିତ ସ୍କୁଲକୁ ଯାଇ ପାଠ ପଢିବା , ବୈଷୟିକ ଶିକ୍ଷାରେ କିଶୋର କିଶୋରୀ ମାନଙ୍କୁ ସାମିଲ କରିବା ,ଅଙ୍ଗନୱାଡି ସ୍ତରରେ ଅଦ୍ଵବିକା ଯୋଜନାରେ କିଶୋର କିଶୋରୀ ମାନଙ୍କୁ ସାମିଲ କରି ସେମାଙ୍କୁ ଜୀବନ ଶୈଳିର ଶିକ୍ଷା ଦେବା ସହିତ ତାଙ୍କର ନେତୃତ୍ଵ ବୃଦ୍ଧି ଆଦି ବିଷୟରେ ଏହି ଅନ୍ଵେଷା ଅଭିଯାନର ମୁଖ୍ୟ ଲକ୍ଷ୍ୟ ବୋଲି ପଞ୍ଚାୟତର ଶିଶୁ ସୁରକ୍ଷା କମିଟି ଓ ଟାସ୍କ ଫୋର୍ସ କମିଟିର ସଭ୍ୟସଭ୍ୟା ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି ।

ଏହି ପ୍ରଶିକ୍ଷଣ ଶିବିରରେ କରୋନା ମହାମାରୀ ସମୟରେ ଶିଶୁଙ୍କ ସୁରକ୍ଷା ,ବିପଦ ସଙ୍କୁଳ ପରିସ୍ଥିତିରେ ଥିବା ଶିଶୁଙ୍କର ଥଇଥାନ, “ଆଶୀର୍ବାଦ” ଯୋଜନର କାର୍ଯ୍ୟକାରିତା , ଶିଶୁ ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ଥିବା ସମସ୍ତ ସରକାରୀ ଯୋଜନା , ଶିଶୁ ସୁରକ୍ଷା କମିଟି ଓ ଟାସ୍କ ଫୋର୍ସ କମିଟି ର ସଭ୍ୟସଭ୍ୟା ମାନଙ୍କର ଦାୟିତ୍ଵ ଓ କର୍ତ୍ତବ୍ୟ ସଂପର୍କରେ ଆଲୋକପାତ କରାଯାଇଥିଲା । ଏଥି ସହିତ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟି ମାନଙ୍କୁ କିପରି ଅଧିକ କ୍ରିୟାଶୀଳ କରାଯିବା ତାହା ଉପରେ ବିଷାଦ ଭାବରେ ଆଲୋଚନା କରାଯାଇଥିଲା ।

ଆକ୍ସନଏଡ ସଂସ୍ଥାର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ , ପୂର୍ବତନ ସିଡିପିଓ ମନୋରମା ମାଝି ତଲିମି ଦାତା ହିସାହରେ ଏହି ପ୍ରଶିକ୍ଷଣକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟସଭ୍ୟା , ବ୍ଲକ ଅଧ୍ୟକ୍ଷ , ସମ୍ପୃକ୍ତ ବ୍ଲକର ବିଡିଓ , ସିଡିପିଓ , ସରପଞ୍ଚ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲାରେ ଶିଶୁ ସୁରକ୍ଷା, ବାଲ୍ୟବିବାହକୁ ରୋକିବା, ବାଲ୍ୟବିବାହ ମୁକ୍ତ ଗ୍ରାମ ଗଠନ ଓ “ଆଶୀର୍ବାଦ” ଯୋଜନର କାର୍ଯ୍ୟକାରିତା ଉପରେ ନିଜ ନିଜର ମତାମତ ପ୍ରଦାନ କରିଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.