ETV Bharat / state

ଟାଙ୍ଗିଆ ଚୋଟରେ ଜଣେ ଗୁରୁତର - ଗୁରୁତର

ଝରିଗାଁ ବ୍ଲକ ପୁପୁଗାଁ ପଞ୍ଚାୟତ ନାଗଯୋଡି ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି ଝରିଗାଁ ପୋଲିସ । ଗୁରୁତର ଜଣକ ହେଉଛନ୍ତି ତେଲନଦୀ ପଞ୍ଚାୟତ ଭୁରସିଡଙ୍ଗରି ଗ୍ରାମର ତିଳ ଗଣ୍ଡ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Apr 23, 2019, 3:58 AM IST

ନବରଙ୍ଗପୁର: ଝରିଗାଁ ବ୍ଲକ ପୁପୁଗାଁ ପଞ୍ଚାୟତ ନାଗଯୋଡି ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି ଝରିଗାଁ ପୋଲିସ । ଗୁରୁତର ଜଣକ ହେଉଛନ୍ତି ତେଲନଦୀ ପଞ୍ଚାୟତ ଭୁରସିଡଙ୍ଗରି ଗ୍ରାମର ତିଳ ଗଣ୍ଡ । ତିଳଙ୍କୁ ପୋଲିସ ଉଦ୍ଧାର କରି ପ୍ରଥମେ ଝରିଗାଁ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିଛି ।

ସୂଚନା ଯୋଗ୍ୟ ତିଳ ଗଣ୍ଡ ନିଜର ସାନ ପୁଅ କୁମ ଗଣ୍ଡ ସହ ତାରାକାନାଡିସ୍ଥିତ ବଡ଼ ପୁଅ ଚିତ୍ତ ଗଣ୍ଡଙ୍କ ଘରକୁ ଯାଇଥିଲେ l ସନ୍ଧ୍ୟା ସମୟରେ ଗ୍ରାମ ନିକଟରେ ଗୋଟିଏ ଗଛ ମୂଳରେ ବସିଥିବା ସମୟରେ ଜଣେ ଅଜଣା ଲୋକର ଟାଙ୍ଗିଆ ଚୋଟରେ ତାଙ୍କ ମୁଣ୍ଡକୁ ଆକ୍ରମଣ ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଗୁରୁତର ହୋଇପଡିଥିଲେ ସେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଗୁରୁତର ଅବସ୍ଥାରେ ତିଳଙ୍କୁ ଦେଖି କିଛି ଗ୍ରାମବାସୀ ଝରିଗାଁ ପୋଲିସକୁ ଖବର ଦେଇଥିଲେ l ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ପ୍ରଥମେ ଝରିଗାଁ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିଛି l ହେଲେ ତିଳଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ତୁରନ୍ତ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.