ETV Bharat / state

ନବରଙ୍ଗପୁରରେ ବଜ୍ରାଘାତ: ଜଣେ ମୃତ୍ୟୁ, ଦୁଇ ଗୁରୁତର - lightning at Nabarangpur

ନବରଙ୍ଗପୁର ଜିଲ୍ଲାରେ ୨ଟି ପୃଥକ ସ୍ଥାନରେ ବ୍ରଜପାତ୍ର ଘଟି ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି ।

one-person-was-killed-and-two-others-were-injured-in-lightning-at-nabarangpur
ନବରଙ୍ଗପୁର ଦୁଇ ପୃଥକ ସ୍ଥାନରେ ବଜ୍ରାଘାତରେ ଜଣେ ମୃତ୍ୟୁ ଓ ଦୁଇ ଗୁରୁତର
author img

By

Published : Jun 9, 2020, 5:39 AM IST

ନବରଙ୍ଗପୁର: ଜିଲ୍ଲାରେ ୨ଟି ପୃଥକ ସ୍ଥାନରେ ବ୍ରଜପାତ୍ର ଘଟି ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି ।

ନବରଙ୍ଗପୁର ଦୁଇ ପୃଥକ ସ୍ଥାନରେ ବଜ୍ରାଘାତରେ ଜଣେ ମୃତ୍ୟୁ ଓ ଦୁଇ ଗୁରୁତର

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ସୁନାଡଙ୍ଗାରି ଗ୍ରାମର ନରସିଂହ ମାଝୀ ସାଙ୍ଗମାନଙ୍କ ସହ ମାଝୀଗୁଡା ଗ୍ରାମକୁ କ୍ରିକେଟ ଖେଳ ଦେଖିବାକୁ ଯାଇଥିଲେ । ହଠାତ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ହେବାରୁ ଘରକୁ ଫେରୁଥିବା ସମୟରେ ମାଝୀଗୁଡା ଗ୍ରାମର ମୁଖ୍ୟ ରାସ୍ତା ଉପରେ ସେ ବଜ୍ରପାତର ଶିକାର ହୋଇଥିଲେ । ଘଟଣା ସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଚାଲିଯାଇଥିଲେ ।

ସେହିପରି ଝରିଗାଁ ବ୍ଲକର ସିରାଗୁଡା ଗ୍ରାମର ଗୁଣଧର ଯାନୀ ଏବଂ ବିଭିଷେନ୍ ଯାନୀ ଗାଁର ଜଣେ ବ୍ୟକ୍ତିର ଅନ୍ତିମ ସଂସ୍କାର କାର୍ଯ୍ୟରେ ଯୋଗଦେଇ ଫେରୁଥିବା ସମୟରେ ହଠାତ୍ ବଜ୍ରପାତ ହେବାରୁ ଘଟଣା ସ୍ଥଳରେ ହିଁ ଅଚେତ ହୋଇ ପଡିରହିଥିଲେ । ଗାଁ ଲୋକେ ଦୁହେଁ କୁ ଅଚେତ ଅବସ୍ଥାରେ ପଡିରହିଥିବା ଦେଖି ଆମ୍ବୁଲାନ୍ସ କୁ ଯୋଗାଯୋଗ କରିବା ସହ ଉମରକୋଟ ମେଡିକାଲ ରେ ସେମାନଙ୍କୁ ଭର୍ତ୍ତି କରାଇଥିଲେ । ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଡାକ୍ତର ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୟି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.