ETV Bharat / state

6 କିମି ଭାରରେ ବୁହା ହେଲେ ରୋଗୀ, ପହଞ୍ଚି ପାରିଲାନି ଆମ୍ବୁଲାନ୍ସ - ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତର ସର୍ଗିପାଣି ଗ୍ରାମରେ ଦୀର୍ଘ ୬ କିଲୋମିଟର ଭାରରେ ବୁହା ହେଲେ ରୋଗୀ । ଗାଁ କୁ ରାସ୍ତା ନଥିବା ଯୋଗୁଁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Sep 24, 2019, 6:14 AM IST

ନବରଙ୍ଗପୁର: ପୁଣି ଭାରରେ ବୁହା ହେଲେ ରୋଗୀ । ଗାଁ କୁ ରାସ୍ତା ନଥିବା ଯୋଗୁଁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଫଳରେ ଦୀର୍ଘ ୬ କିଲୋମିଟର ଭାରରେ ବୁହା ହେଲେ ରୋଗୀ । ଏହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତର ସର୍ଗିପାଣି ଗ୍ରାମରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସୂଚନାନୁଯାୟୀ, ସର୍ଗିପାଣି ଗ୍ରାମର ସାମ ସନ୍ତା ତିନି ଦିନ ହେଲା ଅସୁସ୍ଥ ଥିବାରୁ ତାଙ୍କୁ ଝରିଗାଁ ସ୍ବାସ୍ଥ୍ୟ କେନ୍ଦ୍ର ଆଣିବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ଗାଁ କୁ ରାସ୍ତା ନଥିବାରୁ ଛଅ କିଲୋମିଟର ଦୂର ଫୁଲଝରି ଗାଁ ନିକଟରେ ଆମ୍ବୁଲାନ୍ସ ଅଟକି ଯାଇଥିଲା । ଶେଷରେ ଗ୍ରାମବାସୀ ସାମ ସନ୍ତାଙ୍କୁ ଭାର କରି ପଥରିଆ ପାଦଚଲା ରାସ୍ତାରେ ଚାଲି ଚାଲି ପ୍ରାୟ ଛଅ କିଲୋମିଟର ଦୂରରେ ଥିବା ଆମ୍ବୁଲାନ୍ସ ନିକଟକୁ ପହଞ୍ଚାଇଥିଲେ ।

ସେଠାରୁ ଆମ୍ବୁଲାନ୍ସ ଯୋଗେ ଝରିଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ସୀମା ସାନ୍ତାଙ୍କୁ ଭର୍ତ୍ତି କରିଥିଲେ । ଝରିଗାଁ ବ୍ଲକରେ ଅନେକ ଗାଁ ମାନଙ୍କରେ ରାସ୍ତା ନଥିବା ଯୋଗୁଁ କିମ୍ବା ରାସ୍ତା ଖରାପ ହେତୁ ଗର୍ଭବତୀ ମହିଳା ଅବା ଅନ୍ୟାନ୍ୟ ରୋଗୀ ମାନଙ୍କୁ ଖଟିଆ ବା ଭାରରେ ବୁହା ହେବା ଭଳିଆ ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:- ଭାରରେ ବୁହା ହେଲେ ରୋଗୀ ,ଗାଁରେ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ
ତା-୨୩.୦୯.୨୦୧୯
ସ୍ଥାନ-ନବରଙ୍ଗପୁର
ରିପୋର୍ଟ-ତପନ ବିଶୋଇ
Anchor ଭାର ରେ ବୁହା ହେଲେ ରୋଗୀ ।ଗାଁ କୁ ରାସ୍ତା ନଥିବା ଯୋଗୁଁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ ।ଦୀର୍ଘ ୬ କିଲୋମିଟର ଭାର ରେ ବୁହା ହେଲେ ରୋଗୀ ।
ଏହି ପରି ଏକ ଘଟଣା ଦେଖିବାକୁମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ର ସର୍ଗିପାଣି ଗ୍ରାମରେ ।ସର୍ଗିପାଣି ଗ୍ରାମ ର ସାମ ସନ୍ତା ଙ୍କୁ ତିନି ଦିନ ହେଲା ଅସୁସ୍ଥତା ଥିବାରୁ ଝରିଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ଆଣିବା ପାଇଁ ଆମ୍ବୁଲାନ୍ସ କୁ ଫୋନ କରିଥିଲେ, ହେଲେ ଗାଁ କୁ ରାସ୍ତା ନଥିବାରୁ ଛଅ କିଲୋମିଟର ଦୂର ଫୁଲଝରି ଗାଁ ନିକଟରେ ଆମ୍ବୁଲାନ୍ସ ଅଟକି ଯାଇଥିଲା । ଶେଷରେ ଗ୍ରାମବାସୀ ସାମସନ୍ତା ଙ୍କୁ ଭାର କରି ପଥରିଆ ପଦାଚଳା ରାସ୍ତାରେ ଚାଲି ଚାଲି ପ୍ରାୟ ଛଅ କିଲୋମିଟର ଦୂରରେ ଥିବା ଆମ୍ବୁଲାନ୍ସ ନିକଟକୁ ପହଞ୍ଚାଇଥିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ଝରିଗାଁ ସ୍ୱାସ୍ଥ କେନ୍ଦ୍ର ରେ ସୀମା ସାନ୍ତା ଙ୍କୁ ଭର୍ତ୍ତି କରିଥିଲେ । ଝରିଗାଁ ବ୍ଲକ ରେ ଅନେକ ଗାଁ ମାନଙ୍କ ରେ ରାସ୍ତା ନଥିବା ଯୋଗୁଁ କିମ୍ବା ରାସ୍ତା ଖରାପ ହେତୁ ଗର୍ଭବତୀ ମହିଳା ଅବା ଅନ୍ୟାନ୍ୟ ରୋଗୀ ମାନଙ୍କୁ ଖଟିଆ ବା ଭାର ରେ ବୁହା ହେବା ଭଳିଆ ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଛି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.