ETV Bharat / state

ବଚସା ପରେ ସାଙ୍ଗକୁ ପଥରରେ ଛେଚି ହତ୍ୟାକଲା ସାଙ୍ଗ

author img

By

Published : Apr 10, 2022, 8:00 PM IST

ମୋବାଇଲ ହଜିବା ଘଟଣାକୁ କେନ୍ଦ୍ର କରି ଦୁଇ ଘନିଷ୍ଠ ସାଙ୍ଗଙ୍କ ମଧ୍ୟରେ ବଚସାରୁ ଜଘନ୍ୟ ହତ୍ୟାକାଣ୍ଡ । ଅଧିକ ପଢନ୍ତୁ

ବଚସା ପରେ ସାଙ୍ଗକୁ ପଥରରେ ଛେଚି ହତ୍ୟାକଲା ସାଙ୍ଗ
ବଚସା ପରେ ସାଙ୍ଗକୁ ପଥରରେ ଛେଚି ହତ୍ୟାକଲା ସାଙ୍ଗ

ନବରଙ୍ଗପୁର: ମୋବାଇଲ ହଜିବା ଘଟଣାକୁ କେନ୍ଦ୍ର କରି ଦୁଇ ଘନିଷ୍ଠ ସାଙ୍ଗଙ୍କ ମଧ୍ୟରେ ବଚସା ପରେ ଗଣ୍ଡଗୋଳରୁ ଜଘନ୍ୟ ହତ୍ୟାକାଣ୍ଡ । ସାଙ୍ଗକୁ ପଥରରେ ଛେଚି ହତ୍ୟାକଲା ଆଉ ଏକ ସାଙ୍ଗ । ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ପାରୁଆ ପଞ୍ଚାୟତ ଅଧିନସ୍ଥ ଛତାବେଡା ଆଦିବାସୀ ଗ୍ରାମରେ ।

ସୂଚନା ଅନୁଯାୟୀ, ଗତ ୭ ତାରିଖ ଦିନ ସନ୍ଧ୍ୟା ସମୟରେ ଏହି ଦୁଇ ସାଙ୍ଗ ଘନଶ୍ୟାମ ମାଝୀ ଓ ସୁକଲାଲ ରାଉତ ମଦ୍ୟପାନ କରି ଦୁହିଁଙ୍କ ମଧ୍ୟରେ ମୋବାଇଲ ହଜିଥିବା ଘଟଣାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିବାରୁ ଘନଶ୍ୟାମ ମାଝୀ ସୁକଲାଲ ରାଉତଙ୍କ ମୁଣ୍ଡରେ ପଥର ଛେଚି ଦେଇଥିଲେ । ମାତ୍ର ସେ ଚିକିତ୍ସାଳୟ ନ ଯାଇ ଝିଅ ଘରେ ରହି ଚିକିତ୍ସିତ ହେଉଥିଲେ । ଗତକାଲି(ଶନିବାର) ସନ୍ଧ୍ୟାରେ ସୁକଲାଲର ମୃତ୍ୟୁ ଘଟିଥିଲା ।

ଗତକାଲି ରାତି ସମୟରେ ସୁକଲାଲଙ୍କ ପରିବାର ପକ୍ଷରୁ ରାଇଘର ଥାନାରେ ଏତଲା ଦିଆ ଯାଇଥିଲା । ଖବର ପାଇ ରାଇଘର ଥାନା ଅଧିକାରୀ ଟଙ୍କଗିରି ଭୋଇ ସହ ଏକ ଟିମ୍ ଏବଂ ସାଇଣ୍ଟିଫିକ ଟିମ୍ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ଅଭିଯୁକ୍ତ ଘନଶ୍ୟାମକୁ ପୋଲିସ୍ ଗିରଫ କରିଛି । ତେବେ ମଦ୍ୟପାନ କରି ମୋବାଇଲ ଫୋନକୁ ନେଇ ଗଣ୍ଡଗୋଳ ହୋଇଥିଲା ନା ଅନ୍ୟ କୌଣସି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ପୋଲିସ ସେନେଇ ତଦନ୍ତ ଜାରି ରଖିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.