ETV Bharat / state

ବାସି ବିରିୟାନୀ ଖାଇ ଜଣେ ଶିଶୁ ମୃତ, 3 ଗୁରୁତର - food posioning death in nabarangapur

ପଡୋଶୀ ଘରୁ ବାସି ବିରିୟାନୀ ଆଣି ଖାଇବା ପଡିଲା ମହଙ୍ଗା । ଜଣେ ଶିଶୁ ମୃତ, ଅନ୍ୟ 3 ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି । ଅଧିକ ପଢନ୍ତୁ....

ବାସି ବିରିୟାନୀ ଖାଇ ଜଣେ ଶିଶୁ ମୃତ, 3 ଗୁରୁତର

author img

By

Published : May 24, 2021, 9:50 PM IST

ନବରଙ୍ଗପୁର: ପଡାେଶୀ ଘରୁ ବାସି ବିରିୟାନୀ ଆଣି ତାକୁ ଖାଇବା ପଡିଲା ମହଙ୍ଗା । ବିରିୟାନୀ ଖାଇ ଜଣେ ଶିଶୁ ମୃତ୍ୟୁ ମୁଖରେ ପଡିଥିବାବେଳେ ଅନ୍ୟ 3 ଶିଶୁ ଗୁରୁତର ହୋଇଛନ୍ତି । ଗୁରୁତର ଶିଶୁମାନଙ୍କୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗୁରୁତର ଅବସ୍ଥାରେ ଚିକିତ୍ସିତ କରାଯାଉଛି । ଏହି ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରପାଳିକା 8 ନମ୍ବର ୱାର୍ଡ କେନାଲ ସାହିରେ ।

ବାସି ବିରିୟାନୀ ଖାଇ ଜଣେ ଶିଶୁ ମୃତ, 3 ଗୁରୁତର

ଘଟଣା ଅନୁସାରେ କେନାଲ ସାହିର ଲକ୍ଷ୍ମଣ ହରିଜନଙ୍କ ତିନି ପୁଅ ଝିଅ ଓ ରାଇତ ହରିଜନଙ୍କ ଜଣେ ପୁଅ ପଡିଶା ଘରୁ ବାସି ବିରିୟାନୀ ଆଜି ସକାଳେ ଖାଇଥିଲେ । କିଛି ସମୟ ପରେ ସେମାନଙ୍କୁ ବାନ୍ତି ହେବାରୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । କିନ୍ତୁ ସେତେବେଳେ ସମସ୍ତଙ୍କ ଅବସ୍ଥା ଠିକ୍ ଥିବା ଦର୍ଶାଇ ପ୍ରାଥମିକ ଚିକିତ୍ସା କରି ଘରକୁ ପଠାଇ ଦେଇଥିଲେ ଡାକ୍ତର ।

କିନ୍ତୁ ସନ୍ଧ୍ୟା ସମୟରେ ପୁଣି ସମସ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକ ପୁଣିଥରେ ମେଡିକାଲ୍ ଆଣିଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଜଣେ 5 ବର୍ଷର ଝିଅ କୋୟେ ହରିଜନଙ୍କ ମୃତ୍ୟୁ ହୋଇଛି। ଅନ୍ୟ 3 ଶିଶୁ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣାକୁ ନେଇ ମେଡିକାଲରେ କିଛି ସମୟ ପାଇଁ ଉତ୍ତେଜନା ମଧ୍ୟ ଦେଖା ଦେଇଥିଲା ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.