ETV Bharat / state

କୋରୋନା ରୋଗୀଙ୍କୁ ଖାଦ୍ୟ ବାଣ୍ଟିଲା କଂଗ୍ରେସ

author img

By

Published : May 22, 2021, 12:45 PM IST

ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ପୁଣ୍ୟତିଥିକୁ ପ୍ରଦେଶ କଂଗ୍ରେସ କମିଟି ନିର୍ଦ୍ଦେଶକ୍ରମେ ଓଡ଼ିଶା ପ୍ରଦେଶ ବ୍ୟାପି କୋରୋନା ରୋଗୀଙ୍କୁ ସେବା ଓ ସହାୟତା କରିବା ନିମନ୍ତେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ବାନ ଦେଇଥିଲେ । ଅଧିକ ପଢନ୍ତୁ...

ରାଜୀବ ଗାନ୍ଧୀଙ୍କ ପୁଣ୍ୟତିଥିରେ କଂଗ୍ରେସ ପକ୍ଷରୁ କୋରୋନା ରୋଗୀଙ୍କୁ ଖାଦ୍ୟ ବଣ୍ଟନ

ନବରଙ୍ଗପୁର: କୋରୋନା ମହାମାରୀ ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଥିବା ବେଳେ ଗ୍ରାମାଞ୍ଚଳଠୁ ନେଇ ସହରାଞ୍ଚଳ, ସବୁଠି ସରକାର ଲକଡାଉନ ଓ ସଟଡାଉନ ଘୋଷଣା କରୁଛନ୍ତି । ଯାହା ଫଳରେ ଗ୍ରାମାଞ୍ଚଳର ଅଧିକାଂଶ ଲୋକେ ଭୋକ ଉପାସରେ ଦିନ କାଟୁଛନ୍ତି । ଏଭଳି ସ୍ଥିତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ପୁଣ୍ୟତିଥିକୁ ପ୍ରଦେଶ କଂଗ୍ରେସ କମିଟି ନିର୍ଦ୍ଦେଶକ୍ରମେ ଓଡ଼ିଶା ପ୍ରଦେଶ ବ୍ୟାପି କୋରୋନା ରୋଗୀଙ୍କୁ ସେବା ଓ ସହାୟତା କରିବା ନିମନ୍ତେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ବାନ ଦେଇଥିଲେ ।

ଏହି କ୍ରମରେ ଗତକାଲି(ଶୁକ୍ରବାର) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ କଂଗ୍ରେସ କମିଟି ତରଫରୁ ଏହି ଦିବସକୁ ସେବା ଦିବସ ଭାବେ ଗ୍ରହଣ କରି ଅନ୍ୟତମ କୋରୋନା ପ୍ରବଣ ଗ୍ରାମ ଜମାଦାର ପଡାଠାରେ ଥିବା କୋରୋନା ରୋଗୀ ଓ ତାଙ୍କ ପରିବାର ବର୍ଗଙ୍କ ମଧ୍ୟରେ ରନ୍ଧା ଖାଦ୍ୟ ବଣ୍ଟନ ସହ ମାସ୍କ ,ସାନିଟାଇଜର ଆଦି ବଣ୍ଟନ କରାଯାଇଥିଲା ।

ଏହାସହ କୋରୋନା ରୋଗର ମୁକାବିଲା ପାଇଁ ଲୋକଙ୍କୁ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସମ୍ପାଦକ କ୍ଷମାରାଜ୍ ବାଗ, ବ୍ଲକ୍ ସଭାପତି ଡମ୍ବରୁ ହରିନା, ଜିଲ୍ଲା ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ହୁମେଶ୍ଵର ହଂସ, ପ୍ରମୁଖ ଉପସ୍ଥିତ ଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.