ETV Bharat / state

ଅବହେଳିତ ଦ୍ବିତୀୟ କଳାପାଣି ଜେଲ, ଏଯାଏଁ ମିଳିନି ସ୍ମାରକୀ ମାନ୍ୟତା - Neglected Second Black Water Jail

ଇତିହାସର ଆଢୁଆଳରେ ଶହୀଦ ପୁଅ । ବୀରପୁତ୍ରଙ୍କ ବଳିଦାନକୁ ଧୀରେ ଧୀରେ ଭୁଲିଯାଉଛି ସମାଜ। ସଙ୍ଘର୍ଷ କରି ସଂଗ୍ରାମୀ ନାଁ ନେଇଥିବା ବେଳେ ଅଲୋଡ଼ା ଓ ଅବହେଳିତ ଅବସ୍ଥାରେ ପଡିଛି ଶହୀଦଙ୍କ ସ୍ମୃତି ସ୍ଥଳୀ । ସେଥିମଧ୍ୟରୁ ଦ୍ଵିତୀୟ କଳାପାଣିର ଆଖ୍ୟା ମୁଣ୍ଡାଇଥିବା ନବରଙ୍ଗପୁର ସହରର ପୁରୁଣା ଜେଲ । ସ୍ୱାଧୀନତା ସଂଗ୍ରାମର ମୂକସାକ୍ଷୀ ଭାବେ ଠିଆ ହୋଇଥିବା ଏହି ଜେଲ ଆଜି ଭଗ୍ନ ଅବସ୍ଥାରେ। ଅଳିଆ ଆବର୍ଜନା ସହ ବିଭିନ୍ନ ପ୍ରକାରର ଗଛ ଉଠି ଜଙ୍ଗଲ ସୃଷ୍ଟି ହେଲାଣି । ଜେଲ ସମ୍ପୂର୍ଣ୍ଣ ଭାଙ୍ଗି ରୁଜି ଯାଇଥିବା ବେଳେ ଆଉ କିଛି ଦିନ ପରେ ନିଜର ସତ୍ତା ହରେଇ ବସିବ । ସତେ ଯେମିତି ଭୂତ କୋଠୀ ଭାବେ ଦଣ୍ଡାୟମାନ ହୋଇ ସମ୍ମାନ ମାଗୁଛି ଶହୀଦଙ୍କ ସ୍ମୃତି ପୀଠ ।

ଅବହେଳିତ ଦ୍ବିତୀୟ କଳାପାଣି ଜେଲ, ମିଳିନି ଏଯାଏଁ ସ୍ନାରକୀର ମାନ୍ୟତା
ଅବହେଳିତ ଦ୍ବିତୀୟ କଳାପାଣି ଜେଲ, ଏଯାଏଁ ମିଳିନି ସ୍ମାରକୀ ମାନ୍ୟତା
author img

By

Published : Aug 18, 2020, 8:32 PM IST

ନବରଙ୍ଗପୁର: ଭାରତ ଛାଡ ଆନ୍ଦୋଳନରେ ମହାତ୍ମା ଗାନ୍ଧୀଙ୍କ ‘କର ଅବା ମର’ ଡାକରାର ବେଶ ପ୍ରଭାବ ପଡିଥିଲା ଅଭିଭକ୍ତ କୋରାପୁଟ ଜିଲ୍ଲାରେ । ରାଧାକୃଷ୍ଣ ବିଶ୍ଵାସ ରାଏ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିବା ବେଳେ ଶହ ଶହ ଆଦିବାସୀ ଏଥିରେ ସାମିଲ ହୋଇଥିଲେ । ନବରଙ୍ଗପୁର ଭଳି ଉପାନ୍ତ ଅଞ୍ଚଳ ମଧ୍ୟ ସାମିଲ ହୋଇଥିଲା ସ୍ୱାଧୀନତା ସଂଗ୍ରାମରେ । ଇଂରେଜ ସରକାର ବିରୋଧରେ ଲଢ଼େଇ କରି ବହୁ ସଂଗ୍ରାମୀ ଜେଲ ସଜା କାଟିଥିବା ବେଳେ ଅନେକ ଶହୀଦ ହୋଇଥିଲେ।

ପାପଡାହାଣ୍ଡି ଗୁଳିକାଣ୍ଡ ଘଟଣାରେ ଟୁରି ନଦୀ କୂଳରେ କିଛି ସଂଗ୍ରାମୀ ହୋଇଥିବା ବେଳେ ଆଉ ଆଠ ଜଣ ଶହୀଦ ହୋଇଥିଲେ ନବରଙ୍ଗପୁର ଜିଲ୍ଲାର ଜେଲରେ । ପର୍ଶୁରାମ ମାଳି, ଲଇଖନ ଭତ୍ରା, ଚେରୁ ପାଇକ, ଧବୀ କଳାର, ସୁକମନ ଭତ୍ରା, ରତନ ଭତ୍ରା, ଡମ୍ଭରୁ ମାଝି ଓ ଘାସିଆ ଗଣ୍ଡଙ୍କୁ ଇଂରେଜ ମାନେ ଅତି ନୃଶଂସ ଭାବେ ମାରି ଦେଇଥିଲେ ଏହି ଜେଲରେ ।

ଅବହେଳିତ ଦ୍ବିତୀୟ କଳାପାଣି ଜେଲ, ଏଯାଏଁ ମିଳିନି ସ୍ମାରକୀ ମାନ୍ୟତା

ସେମାନଙ୍କ ଜୀବନ ବିନିମୟରେ ଆମ ମୁଣ୍ଡ ଉପରେ ଉଡୁଛି ତ୍ରିରଙ୍ଗା । ପାପଡାହାଣ୍ଡିର ଶହୀଦ ସ୍ଥମ୍ଭକୁ ରାଜ୍ୟ ସ୍ମୃତି ସ୍ମାରକୀ ଭାବେ ମାନ୍ୟତା ମିଳିଛି, ହେଲେ ଯେଉଁ ଜେଲ ଭିତରେ ଶହୀଦ ହେଲେ ତାହାକୁ କେହି ଜାଣିନାହାନ୍ତି । ଶହୀଦ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅଗଷ୍ଟ 9 କ୍ରାନ୍ତି ଦିବସ ପାଳନ କରନ୍ତି କେବଳ ନାମକୁ ମାତ୍ର । ଯେଉଁମାନେ ଏଠି ଶହୀଦ ହୋଇଛନ୍ତି ସେମାନଙ୍କୁ ମନେ ପକାଇ ଦିଅନ୍ତି ହେଲେ ଏହି ଜେଲର ଅବସ୍ଥା ଶୋଚନୀୟ, ଭଗ୍ନ ଅବସ୍ଥାରେ ।

ନବରଙ୍ଗପୁର ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ଏହି ଐତିହାସିକ ଜେଲ ଏବେ ଭଗ୍ନ ଅବସ୍ଥାରେ । ଅଳିଆ ଆବର୍ଜନା ସହ ବିଭିନ୍ନ ପ୍ରକାରର ଗଛ ଉଠିଛି ତା’ ଉପରେ । ଜେଲ ଭାଙ୍ଗି ରୁଜି ଯାଉଛି । ଆଉ କିଛି ଦିନ ପରେ ନିଜର ସତ୍ତା ହଜେଇବ ଏହି ଜେଲ । ଏଭଳି ଏକ ଐତିହାସିକ ମୂକସାକ୍ଷୀକୁ ପୁନଃରୁଦ୍ଧାର କରିବାର ଆବଶ୍ୟକତା ରହିଛି ।

ତେବେ ଜେଲକୁ ଜାତୀୟ ସ୍ମାରକୀ ଓ ପୁନଃରୁଦ୍ଧାର ଦାବିକୁ ନେଇ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ । ସ୍ୱାଧୀନତା ସଂଗ୍ରାମର ମୂକସାକ୍ଷୀ ଜେଲର ସୁରକ୍ଷା କରାଗଲେ ଦେଶଭକ୍ତି, ଲୁକ୍କାୟିତ ଜଣା ଅଜଣା ତଥ୍ୟ ଓ ଶହୀଦଙ୍କ ସ୍ମୃତି ପରବର୍ତ୍ତୀ ପୀଢିଙ୍କୁ ପାଇଁ ସୂଚନା ମିଳିପାରିବ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.