ନବରଙ୍ଗପୁର: ସୋସିଆଲ ମିଡିଆରେ ହିନ୍ଦୁଧର୍ମକୁ ଅପମାନ ଅଭିଯୋଗ । ହିନ୍ଦୁ ଦେବାଦେବୀଙ୍କ ସମ୍ପର୍କରେ ଫେସବୁକରେ ଆପତ୍ତିଜନକ ପୋଷ୍ଟ କରିଥିବା ଅଭିଯୋଗ କରି ଦେବସେନା ପକ୍ଷରୁ ଥାନାରେ ଏତଲା ଦିଆ ହୋଇଛି ।
ଯାଜପୁର ଜିଲ୍ଲାର ମନୋରଞ୍ଜନ ଜେନା ନାମକ ଜଣେ ବ୍ୟକ୍ତି ଫେସବୁକରେ ହିନ୍ଦୁ ଦେବାଦେବୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରିଛନ୍ତି । ଦେବୀ ସରସ୍ବତୀ ବିଦ୍ୟାଦାତ୍ରୀ ହୋଇଥିବା କୌଣସି ପ୍ରମାଣ ନଥିବା ବେଳେ ଅଶିକ୍ଷିତ ବୋଲି ସେ ଦର୍ଶାଇଛନ୍ତି । ସେଭଳି ହିନ୍ଦୁ ଧର୍ମ ସହ ଅନ୍ୟ ଧର୍ମକୁ ଯୋଡି ଅପମାନ ଜନକ ପୋଷ୍ଟ କରାଯାଇଥିବା ଘଟଣା ଦେଖିବାକୁ ମିଳିଛି ।
ଘଟଣା ନେଇ ମନୋଜଙ୍କ ବିରୋଧରେ ଦେବସେନା ପକ୍ଷରୁ ଥାନାରେ ଏକ ଏତଲା ଦିଆଯାଇଛି । ଏହା ସହିତ ଦେବସେନା ପକ୍ଷରୁ ମନୋଜଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ