ETV Bharat / state

ନବରଙ୍ଗପୁରରେ ଆଇନ ବ୍ୟବସ୍ଥା ଓ 5T ଯାଞ୍ଚ କଲେ ମନ୍ତ୍ରୀ ଦିବ୍ୟଶଙ୍କର - cabinet minister captain divya shankar mishra

ନବରଙ୍ଗପୁର ଅଚାନକ ଗସ୍ତ କରି ଥାନାର ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ଅଧିକ ପଢନ୍ତୁ...

odisha
ନବରଙ୍ଗପୁରରେ ଆଇନ ବ୍ୟବସ୍ଥା ଓ 5T ଯାଞ୍ଚ କଲେ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର
author img

By

Published : Jan 30, 2020, 8:46 PM IST

ନବରଙ୍ଗପୁର: ଉପାନ୍ତ ଜିଲ୍ଲାରେ କିଭଳି ରହିଛି ଆଇନ ବ୍ୟବସ୍ଥା। କିଭଳି କାର୍ଯ୍ୟ କରୁଛି 5T ଓ ମୋ ସରକାର କାର୍ଯ୍ୟକ୍ରମ। ତାହାକୁ ଯାଞ୍ଚ କରିବାକୁ ଅଚାନକ ନବରଙ୍ଗପୁର ଜିଲ୍ଲା ଗ୍ରସ୍ତ କରିଥିଲେ ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।

ନବରଙ୍ଗପୁରରେ ଆଇନ ବ୍ୟବସ୍ଥା ଓ 5T ଯାଞ୍ଚ କଲେ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ଜିଲ୍ଲାର ପାପଡାହାଣ୍ଡି ଥାନାକୁ ଅଚାନକ ପରିଦର୍ଶନରେ ଯାଇ ଥାନାର ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି ରାଷ୍ଟ୍ର ମନ୍ତ୍ରୀ । ଥାନାରେ ପହଞ୍ଚି ବାସ୍ତବ ସ୍ଥିତି ଅନୁଧ୍ୟାନ ପରେ ଖୁସି ବ୍ୟକ୍ତ କରିଥିଲେ ମନ୍ତ୍ରୀ ଦିବ୍ୟଶଙ୍କର । ଥାନାରେ ମୋ ସରକାର ଓ 5T ବ୍ୟବସ୍ଥା ଠିକ ଢଙ୍ଗରେ କାର୍ଯ୍ୟ କରି ଏହି ବ୍ୟବସ୍ଥା ମଧ୍ୟରେ ପୋଲିସ କାର୍ଯ୍ୟ କରୁଥିବା ନେଇ ଦେଖିବାକୁ ପାଇଥିବା କହିଛନ୍ତି ମନ୍ତ୍ରୀ। ଯେଉଁ କେସ ଆସୁଛି ତାହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇ ଦୋଷୀଙ୍କୁ ଧରିବା ସହ ତାର ସମାଧାନ ତୁରନ୍ତ ହୋଇପାରୁଥିବା ମନ୍ତ୍ରୀ କହିଛନ୍ତି ।

ଏହାସହ ପୋଲିସ ପ୍ରଶାସନ ବିଷୟରେ ସରକାରଙ୍କ ସଚେତନତାର ବାର୍ତ୍ତା ଥାନା କାନ୍ଥରେ ଠିକ ଢଙ୍ଗରେ ଲେଖାଯିବା ସହ ସମ୍ପୂର୍ଣ୍ଣ ଥାନାକୁ ସିସିଟିଭି ନଜରରେ ରଖାଯାଇଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି । ଆଗକୁ ମଧ୍ୟ ଏହାର ଭତ୍ତିଭୂମିର ବିକାଶ କରାଯିବା ସହ ପ୍ରତ୍ୟେକ ଲୋକ ଯେଭଳି ଥାନା ଓ ପୋଲିସ ପ୍ରଶାସନ ଉପରେ ଆସ୍ଥା ରଖି ଥାନାକୁ ବିନା ଦ୍ଵିଧା ତଥା ଭୟରେ ନିଜ କେସ ଦାଖଲ କରିବେ । ଏହାସହ ତୁରନ୍ତ ନ୍ୟାୟ ପାଇବେ ସେନେଇ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ କହିଥିଲା । ରାତିରେ ଥାନାକୁ ଯେଭଳି ଜଣେ ସୁରକ୍ଷିତ ଭାବେ ଆସି ପାରିବ ସେନେଇ ଥାନା ଚତୁର୍ଦ୍ଦିଗ ଆଲୋକି କରଣ ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବେ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ରାଜ୍ୟ ଗୃହ ବିଭାଗ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ଅଚାନକ ନବରଙ୍ଗପୁର ଜିଲ୍ଲା ଗ୍ରସ୍ତ ପାପଡାହାଣ୍ଡି ଥାନା ପରିଦର୍ଶନ
ଫର୍ମାଟ - ଏଭିଓ, ୩୦/୦୧/୨୦
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
-------------------------------------------------
ଆଙ୍କର - ନବରଙ୍ଗପୁର ଜିଲ୍ଲାରେ କିଭଳି ରହିଛି ପୋଲିସ ବ୍ୟବସ୍ଥା । କିଭଳି କାର୍ଯ୍ୟ କରୁଛି ଫାଇଭ ଟି ଓ ମୋ ସରକାର କାର୍ଯ୍ୟକ୍ରମ । ଉପାନ୍ତ ଜିଲ୍ଲାରେ କିଭଳି ପ୍ରସ୍ତୁତ ରହିଛି ପୋଲିସ ତାହା ଯାଞ୍ଚ କରିବାକୁ ଅଚାନକ ନବରଙ୍ଗପୁର ଜିଲ୍ଲା କୁ ଗ୍ରସ୍ତ କରିଥିଲେ ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ପାପଡାହାଣ୍ଡି ଥାନାକୁ ଅଚାନକ ପରିଦର୍ଶନରେ ଯାଇ ଥାନା ର ବାସ୍ତବ ସ୍ଥିତି ଅନୁଧ୍ୟାନ କରିଥିଲେ । ପାପଡାହାଣ୍ଡି ଥାନାରେ ପହଞ୍ଚି ବାସ୍ତବ ସ୍ଥିତି ଅନୁଧ୍ୟାନ ପରେ ଥାନା ଖୁସି ବ୍ୟକ୍ତ କରିଥିଲେ ମନ୍ତ୍ରୀ ଦିବ୍ୟଶଙ୍କର । ଥାନାରେ ମୋ ସରକାର ଓ ଫାଇବ ଟି ବ୍ୟବସ୍ଥା ଠିକ ଢଙ୍ଗ ରେ କାର୍ଯ୍ୟ କରି ଏହି ବ୍ୟବସ୍ଥା ମଧ୍ୟରେ ପୋଲିସ କାର୍ଯ୍ୟ କରୁଥିବା ନେଇ ଦେଖିବାକୁ ପାଇଥିବା କହିଛନ୍ତି ମନ୍ତ୍ରୀ । ଏହାସହ ଥାନା ରେ ଯାହାବି କେଶ ଆସୁଛି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇ ଦୋଷୀ ଙ୍କୁ ଧରିବା ସହ ତାର ସମାଧାନ ତୁରନ୍ତ ହୋଇପାରୁଥିବା କହିଛନ୍ତି ମନ୍ତ୍ରୀ । ଏହାସହ ପୋଲିସ ପ୍ରଶାସନ ବିଷୟରେ ସରକାରଙ୍କ ସଚେତନତାର ବାର୍ତ୍ତା ଥାନା କାନ୍ଥ ରେ ଠିକ ଢଙ୍ଗରେଲେଖା ଯାଇଥିବା ଓ ସମ୍ପୂର୍ଣ୍ଣ ଥାନାକୁ ସିସିଟିଭି ନଜର ରେ ରଖାଯାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ମନ୍ତ୍ରୀ । ଏହାସହ ଆଗକୁ ମଧ୍ୟ ଏହାର ଭତ୍ତିଭୂମି ର ବିକାଶ କରାଯିବା ସହ ପ୍ରତ୍ୟେକ ଲୋକ ଯେଭଳି ଥାନା ଓ ପୋଲିସ ପ୍ରଶାସନ ଉପରେ ଆସ୍ଥା ରଖି ଥାନାକୁ ବିନା ଦ୍ଵିଧା ତଥା ଭୟ ରେ ନିଜ କେଶ ଦାଖଲ କରି ତୁରନ୍ତ ନ୍ୟାୟ ପାଇବେ ସେନେଇ ପଦକ୍ଷେପ ନେବା ସହ ରାତିରେ ଯେଭଳି ଥାନାକୁ ଯେଭଳି ଜଣେ ସୁରକ୍ଷିତ ଭାବେ ଆସି ପାରିବ ସେନେଇ ଥାନା ଚତୁର୍ଦିଗ ଆଲୋକି କରଣ ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବେ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।Body:Tapan Kumar Bissoyi Conclusion:NABARANGPUR

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.