ନବରଙ୍ଗପୁର: ଆଜି (ମଙ୍ଗଳବାର) ସରିଛି ପୌର ନିର୍ବାଚନ ପାଇଁ ପ୍ରଚାର-ପ୍ରସାର । ଶେଷ ଦିନରେ ଭୋଟରଙ୍କୁ ମନାଇବା ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଓ କର୍ମୀ । ଏହିପରିପ୍ରେକ୍ଷୀରେ ଉମରକୋଟ ପୌର ପରିଷଦରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।
ରାଜ୍ୟ ସରକାରଙ୍କୁ ୨୨ ବର୍ଷ ଶାସନର ହିସାବ ମାଗିବା ସହ ନବରଙ୍ଗପୁର ଓ ଉମରକୋଟ ସହରରେ ଆଜି ପର୍ଯ୍ୟନ୍ତ ବିକାସ ହୋଇନଥିବା କହିଛନ୍ତି । ଚଳିତ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇଲେ, ସହରଗୁଡ଼ିକରେ ଥିବା ସମସ୍ୟାର ସମାଧାନ ପାଇଁ କାମ କରିବେ ବୋଲି କହିଛନ୍ତି ସମୀର ମହାନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ