ETV Bharat / state

ବଲିଉଡରେ ଜଲଓ୍ବା ଦେଖାଇବେ ନବରଙ୍ଗପୁର ଯୁବକ, ପରିବାରରେ ଖୁସିର ମାହୋଲ

author img

By

Published : Jul 15, 2020, 3:50 PM IST

Updated : Jul 15, 2020, 5:09 PM IST

ନବରଙ୍ଗପୁର ଭଳି ଉପାନ୍ତ ଜିଲ୍ଲାରୁ ବଲିଉଡକୁ ଯାତ୍ରା । ଜିଲ୍ଲାର ଉମରକୋଟ ସହରର ତିକିର ସାହିର ମହମ୍ମଦ ହାରୁଣ୍ ଲାଥିଆଙ୍କ ନାତି ୱାଜିଦ୍ ମେମନ ଓରଫ ରକ୍ ଏବେ ହିନ୍ଦୀ ଚଳଚ୍ଚିତ୍ର ରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି । ଅଧିକ ଖବର ପଢନ୍ତୁ...

ରାମ ଗୋପାଲ ବର୍ମାଙ୍କ ଫିଲ୍ମରେ ଓଡିଆ ଯୁବକ
ରାମ ଗୋପାଲ ବର୍ମାଙ୍କ ଫିଲ୍ମରେ ଓଡିଆ ଯୁବକ

ନବରଙ୍ଗପୁର: ଉପାନ୍ତ ଜିଲ୍ଲାରୁ ବଲିଉଡକୁ ଯାତ୍ରା । ଜିଲ୍ଲାର ଉମରକୋଟ ସହର ତିକିର ସାହିର ମହମ୍ମଦ ହାରୁଣ୍ ଲାଥିଆଙ୍କ ନାତି ୱାଜିଦ୍ ମେମନ ଓରଫ ରକ୍ ଏବେ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି । ଏନେଇ ତାଙ୍କ ପରିବାର ରେ ଖୁସିର ଲହରୀ ଖେଳିଯାଇଛି । ଏହି ଖବର ପ୍ରଚାର ହେବ ଠାରୁ ପରିବାର ସମେତ ନବରଙ୍ଗପୁର ଜିଲ୍ଲାରେ ଖୁସିର ବାତାବରଣ । ଦିନେ ଶ୍ରୀରାମ ପଣ୍ଡା ଓ ମୁନ୍ନା ଖାଁ ଭଳି ଅଭିନେତାକୁ ଜନ୍ମ ଦେଇଥିବା ନବରଙ୍ଗପୁରରୁ ବର୍ତ୍ତମାନ ବଲିଉଡ ପାଇଁ ଯାତ୍ରା କରିବେ ନୂତନ ପୀଢ଼ିର ଯୁବକ ।

ରାମ ଗୋପାଲ ବର୍ମାଙ୍କ ଫିଲ୍ମରେ ଓଡିଆ ଯୁବକ

ଦେଶ ଦେଖିବ ନବରଙ୍ଗପୁର ଯୁବକଙ୍କ ଜଲୱା । ପ୍ରସିଦ୍ଧ ହିନ୍ଦୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ଆଗାମୀ ଚଳଚିତ୍ରରେ ସ୍ଥାନ ପାଇଛନ୍ତି ରକ୍ । ନିଜେ ରାମ ଗୋପାଳ ବର୍ମା ଏନେଇ ଟ୍ବିଟ ମାଧ୍ୟମରେ ସୂଚନା ଦେଇଛନ୍ତି । ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଓଡ଼ିଶାର ଦୁଇ ଜଣ ଉଭୟ ହିରୋ ଓ ହିରୋଇନ ସ୍ଥାନ ପାଇଛନ୍ତି । ହିରୋଇନ ଓଡିଆ ହୋଇଥିବା ବେଳେ ହିରୋ ଓଡିଆ ।

ରକଙ୍କ ଜନ୍ମ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ହୋଇଥିବା ବେଳେ ପିଲାଦିନରୁ ଦଶ ବର୍ଷ ନବରଙ୍ଗପୁରରେ କଟିଛି । ବର୍ତ୍ତମାନ ସେ ତାଙ୍କ ପରିବାର ସହ ଛତିଶଗଡ଼ରେ ବାସ କରୁଛନ୍ତି । ୱାଜିଦ ପିଲାଟି ଦିନରୁ ଅଭିନୟ ପ୍ରତି ରୁଚି ରଖିଥିବା ବେଳେ ସ୍କୁଲ ଓ କଲେଜ ସମୟରେ ଅନେକ ଡ୍ରାମାରେ ଭାଗ ନେଇ ଦର୍ଶକଙ୍କ ମନମୋହିଥିଲେ ।

ବଲିଉଡରେ ସ୍ଥାନ ପାଇବା ପାଇଁ ଅନେକ ଲୋକଙ୍କ ସ୍ବପ୍ନ ଅଧୁରା ରହିଯାଇଥିବା ବେଳେ ୱାଜିଦ ନିଜ ଅଭିନୟ ଚାତୁରୀ ମାଧ୍ୟମରେ ରାମ ଗୋପାଳ ବର୍ମାଙ୍କ ମନମୋହିବାରେ ସଫଳ ହୋଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Jul 15, 2020, 5:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.