ETV Bharat / state

ପୁଷ୍ଟିକର ମାତୃ ଓ ଶିଶୁ ଖାଦ୍ୟ ବାଟମାରଣା, ଅଙ୍ଗନବାଡି କେନ୍ଦ୍ରରେ ତାଲା ଝୁଲାଇଲେ ଗ୍ରାମବାସୀ

author img

By

Published : Jul 12, 2020, 4:13 AM IST

କୋରୋନା କଟକଣା ଯୋଗୁଁ ଲକଡାଉନ୍ ଚାଲିଥିବାରୁ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ କରି ସମସ୍ତ ଗର୍ଭବତୀ ଓ ଶିଶୁଙ୍କ ଘରକୁ ଯାଇ ଶୁଖିଲା ଖାଦ୍ୟ, ଅଣ୍ଡା, ଚାଉଳ ଯୋଗାଇ ଦେବାକୁ ସରକାରଙ୍କର ନିର୍ଦେଶ ରହିଛି, ମାତ୍ର ଏଠାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି, ଖାଦ୍ୟ ବଣ୍ଟନ କରାଯାଉନାହିଁ ।

ପୁଷ୍ଟିକର ମାତୃ ଓ ଶିଶୁ ଖାଦ୍ୟ ବାଟମାରଣା, ଅଙ୍ଗନାବାଡି କେନ୍ଦ୍ରରେ ତାଲା ଝୁଲାଇଲେ ଗ୍ରାମବାସୀ

ନବରଙ୍ଗପୁର: ଶିଶୁ ବିକାଶ ବିଭାଗ ର ଗର୍ଭବତୀ ଓ ଶିଶୁ ଖାଦ୍ୟ ବାଟମାରଣା । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକର କୋଷାଗୁମୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରୁନିଗୁଡା ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରଠାରେ ଦୀର୍ଘ ଦିନ ହେଲା ଛତୁଆ, ଅଣ୍ଡା, ଚାଉଳ ବଣ୍ଟନ କରାଯାଉ ନାହିଁ । ବର୍ତ୍ତମାନ କୋରୋନା କଟକଣା ଯୋଗୁଁ ଲକଡାଉନ୍ ଚାଲିଥିବାରୁ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ କରି ସମସ୍ତ ଗର୍ଭବତୀ ଓ ଶିଶୁଙ୍କ ଘରକୁ ଯାଇ ଶୁଖିଲା ଖାଦ୍ୟ, ଅଣ୍ଡା, ଚାଉଳ ଯୋଗାଇ ଦେବାକୁ ସରକାରଙ୍କର ନିର୍ଦେଶ ରହିଛି, ମାତ୍ର ଏଠାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି, ଖାଦ୍ୟ ବଣ୍ଟନ କରାଯାଉନାହିଁ ।

ଏହି ସମସ୍ୟା ନେଇ ଗ୍ରାମବାସୀ ମାନେ ଏ ସମ୍ବନ୍ଧରେ ବହୁବାର କୋଷାଗୁମୁଡା ଶିଶୁ ବିକାଶ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କର୍ଣ୍ଣପାତ କରୁନଥିବାରୁ ବାଧ୍ୟ ହୋଇ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ଝୁଲାଇଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ, ଉପାନ୍ତ ଆଦିବାସୀ ଅଧ୍ୟୁଷିତ କୋଷାଗୁମୁଡା ବ୍ଲକ୍ ର ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ବୋଲି ବ୍ୟତିକ୍ରମ ଦେଖିବାକୁ ମିଳୁଛି, ଗର୍ଭବତୀ ଓ ଶିଶୁମାନଙ୍କ ପାଇଁ ଆସୁଥିବା ପୁଷ୍ଟିକର ଖାଦ୍ୟକୁ ବିଭାଗୀୟ ଅଧିକାରୀ, ସୁପରଭାଇଜର ଓ ଅଙ୍ଗନବାଡ଼ି କର୍ମୀଙ୍କ ମଧୁଚନ୍ଦ୍ରିକାରେ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା କରି ମାଲାମାଲ୍ ହୋଇଛନ୍ତି । ଏଣୁ କଠୋର କାର୍ଯ୍ୟନୁଷ୍ଠାନ ନିମନ୍ତେ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଅଞ୍ଚଳ ବାସୀଙ୍କ ତରଫରୁ ଦାବି କରାଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.