ETV Bharat / state

ନବରଙ୍ଗପୁରରେ ନିଆରା ବିବାହ, ବିଜେପିରେ ସାମିଲ ହେଲେ ନବଦମ୍ପତି - ନବରଙ୍ଗପୁରରେ ନିଆରା ବିବାହ

ରିସେପସନ ପାର୍ଟିରୁ ବିଜେପି ଅଫିସ । ଏପରି ନିଆରା ବିବାହ ଦେଖିବାକୁ ମିଳିଛିନବରଙ୍ଗପୁରର ସ୍ଥିତ ସାଇ କଲ୍ୟାଣ ମଣ୍ଡପରେ। ଅଧିକ ଖବର ପଢନ୍ତୁ...

nabadapmati_bjp_ join
ନବରଙ୍ଗପୁରରେ ନିଆରା ବିବାହ,ବିଜେପିରେ ସାମିଲ ହେଲେ ନବଦମ୍ପତି
author img

By

Published : Dec 8, 2019, 9:02 PM IST

ନବରଙ୍ଗପୁର: ବିବାହକୁ ସ୍ମରଣୀୟ କରିବା ପାଇଁ ଅନେକ ଲୋକ ଖାସ ପ୍ଲାନିଂ କରିଥାନ୍ତି। ଏଥିପାଇଁ କିଏ ଅପର୍ଯ୍ୟାପ୍ତ ଟଙ୍କା ଖର୍ଚ୍ଚ କରି ଧୁମଧାମରେ ବାହା ହୁଏ ତ ଆଉ କିଏ ନିରାଡମ୍ବରରେ ବିବାହ କରେ। ହେଲେ ନବରଙ୍ଗପୁରର ସ୍ଥିତ ସାଇ କଲ୍ୟାଣ ମଣ୍ଡପ ଠାରେ ଯେଉଁ ବିବାହ ହୋଇଛି ତାହା ସମ୍ପୂର୍ଣ୍ଣ ନିଆରା।

ନବରଙ୍ଗପୁରରେ ନିଆରା ବିବାହ,ବିଜେପିରେ ସାମିଲ ହେଲେ ନବଦମ୍ପତି

ବାଜା ବାଣ ସହ ଧୁମଧାମରେ ଏହି ନବଦମ୍ପତିଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି। ଏହାସହ ନବବଧୂ ମଧ୍ୟ ଘରେ ଆସି ପହଞ୍ଚିଯାଇଛି। ହେଲେ ରିସେପସନ ପାର୍ଟି ଦିନ ଦେଖିବାକୁ ମିଳିଛି କିଛି ନିଆରା ଦୃଶ୍ୟ। ଜୀବନର ନୂତନ ଇଂନିସ ଆରମ୍ଭ କରିବା ସହ ରାଜନୀତିରେ ମଧ୍ୟ ନୂତନ ସିରିଜ୍ ଆରମ୍ଭ କରିଛନ୍ତି ଏହି ନବଦମ୍ପତି। ରିସେପସନ ପାର୍ଟି ଦିନ ଏହି ଦମ୍ପତି ବିଜେପିର ପ୍ରାଥମିକ ସଦସ୍ୟ ଭାବେ ସାମିଲ ହୋଇଛନ୍ତି।

ସୂଚନା ଅନୁସାରେ,ନବରଙ୍ଗପୁର ବିଜେପି ବିଧାୟକ ପ୍ରାର୍ଥୀ ଗୌରୀ ମାଝୀ,ଜୟପୁର ବିଜେପି ବିଧାୟକ ପ୍ରାର୍ଥୀ ଗୌତମ ସାମନ୍ତରାୟ ,ଜିଲ୍ଲା ଯୁବ ମର୍ଚ୍ଚା ସଭାପତି କାହ୍ନୁ ଚରଣ ଦାସ ଉପସ୍ଥିତ ରହି ନୂଆ ବିବାହିତ ଦମ୍ପତିଙ୍କୁ ପ୍ରାଥମିକ ସଦସ୍ୟ ଭାବେ ଗ୍ରହଣ କରିଛନ୍ତି। ଏହି ନୂଆ ଦମ୍ପତି ହେଲେ ବର ଅନନ୍ତ ପଣ୍ଡା ଓ କନ୍ୟା ଲିସାରାଣୀ ପାତ୍ର।

ଆମ ପରିବାରର ସମସ୍ତେ ଭାରତୀୟ ଜନତା ପାର୍ଟିରେ ଅଛୁ। ତେଣୁ ଆମ ପରିବାରରେ ଯେତେବେଳେ ନୂଆ ସଦସ୍ୟ ଜଣେ ଆସିଲେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏବଂ ତାଙ୍କ କାର୍ଯ୍ୟକଳାପକୁ ବେଶ ପସନ୍ଦ କରନ୍ତି। ସେଥିପାଇଁ ସେ ନିଜେ ଭାରତୀୟ ଜନତା ପାର୍ଟିରେ ପ୍ରାଥମିକ ସଦସ୍ୟ ହେବାକୁ ଇଛା କରିବାକୁ ତାଙ୍କୁ ଆମେ ଭାରତୀୟ ଜନତା ପାର୍ଟିରେ ସଦସ୍ୟ ଭାବେ ସାମିଲ କରିଥିବା ବର ଅନନ୍ତ ପଣ୍ଡା କହିଛନ୍ତି।

ନବରଙ୍ଗପୁରରୁ ତପନ ବିଶୋଇ,ଇଟିଭି ଭାରତ

Intro:ସ୍ଲଗ-ବିଜେପିର ପ୍ରାଥମିକ ସଦସ୍ୟ ଭାବେ ସାମିଲ ହେଲେ ବିବାହିତ ଦମ୍ପତି।
ଫର୍ମାଟ-ଏଭିଓ,୦୮/୧୨/୧୯
ରିପୋର୍ଟ-ତପନ ବିଶୋଇ, ନବରଙ୍ଗପୁର
---------------------------------------------
ଆଙ୍କର:-ନବରଙ୍ଗପୁର ସ୍ଥିତ ସାଇ କଲ୍ୟାଣ ମଣ୍ଡପ ଠାରେ ଏକ ନିଆରା ଢଙ୍ଗରେ ହୋଇଛି ବାହାଘର।ନିଜ ବାହା ଦିନରେ ରିସେପସନ ପାର୍ଟି ଦିନ ନୂଆ ବିବାହିତ ଦମ୍ପତି ବିଜେପି ର ପ୍ରାଥମିକ ସଦସ୍ୟ ଭାବେ ସାମିଲ ହୋଇଛନ୍ତି।ନବରଙ୍ଗପୁର ବିଜେପି ବିଧାୟକ ପ୍ରାର୍ଥୀ ଗୌରୀ ମାଝୀ,ଜୟପୁର ବିଜେପି ବିଧାୟକ ପ୍ରାର୍ଥୀ ଗୌତମ ସାମନ୍ତରାୟ ,ଜିଲ୍ଲା ଯୁବ ମର୍ଚ୍ଚା ସଭାପତି କାହ୍ନୁ ଚରଣ ଦାସ ଉପସ୍ଥିତ ରହି ନୂଆ ବିବାହିତ ଦମ୍ପତି ଙ୍କୁ ପ୍ରାଥମିକ ସଦସ୍ୟ ଭାବେ ଗ୍ରହଣ କରିଛନ୍ତି।ନୂଆ ଦମ୍ପତି ହେଲେ ବର ଅନନ୍ତ ପଣ୍ଡା ଓ କନ୍ୟା ଲିସାରାଣୀ ପାତ୍ର।ମୋ ପରିବାର ପୂର୍ବପୁରୁଷ ରୁ ଭାରତୀୟ ଜନତା ପାର୍ଟି ରେ ଅଛୁ ,ଆଜି ଆମ ପରିବାର ରେ ଯେତେବେଳେ ନୂଆ ସଦସ୍ୟ ଜଣେ ଆସିଲେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଏବଂ ତାଙ୍କ କାର୍ଯ୍ୟକଳାପ କୁ ବେଶ ପସନ୍ଦ କରନ୍ତି ସେଥିପାଇଁ ସେ ନିଜେ ଭାରତୀୟ ଜନତା ପାର୍ଟି ରେ ପ୍ରାଥମିକ ସଦସ୍ୟ ହେବାକୁ ଇଛା କଲେ ସେଥିପାଇଁ ଆଜି ଆମେ ଭାରତୀୟ ଜନତା ପାର୍ଟି ରେ ସଦସ୍ୟ ଭାବେ ସାମିଲ ହେଲୁ ବୋଲି ବର ଅନନ୍ତ ପଣ୍ଡା କହିଛନ୍ତି।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.