ETV Bharat / state

ନବରଙ୍ଗପୁର ଜିଲ୍ଲାରୁ ପୁଣି ୪୩ ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୪୮୭୩କୁ ବୃଦ୍ଧି

author img

By

Published : Oct 20, 2020, 7:23 PM IST

ନବରଙ୍ଗପୁର ଜିଲ୍ଲାରୁ ଆଜି ପୁଣି 43 ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮୭୩କୁ ବୃଦ୍ଧି । ଅଧିକ ପଢନ୍ତୁ.....

ନବରଙ୍ଗପୁର ଜିଲ୍ଲାରୁ ପୁଣି ୪୩ ଆକ୍ରାନ୍ତ ଚିହ୍ନଟ

ନବରଙ୍ଗପୁର: ଜିଲ୍ଲାରେ ଆଜି ପୁଣି 43 ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ତେନ୍ତୁଳିଖୁଣ୍ଟି ଓ କୋଷାଗୁମୁଡା ବ୍ଲକରୁ 9 ଜଣ ଲେଖାଏଁ ହୋଇଥିବାବେଳେ ନବରଙ୍ଗପୁର ପୌରାଞ୍ଚଳ ଓ ଚନ୍ଦାହାଣ୍ଡି ବ୍ଲକରୁ 6 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଝରିଗାଁ ବ୍ଲକରୁ 4 ଜଣ, ଉମରକୋଟ ପୌରାଞ୍ଚଳ ଏବଂ ପାପଡାହାଣ୍ଡି, ନନ୍ଦାହାଣ୍ଡି ବ୍ଲକରୁ 2 ଜଣ ଲେଖାଏଁ ଓ ଉମରକୋଟ, ରାଇଘର, ଡାବୁଗାଁ ବ୍ଲକରୁ ଜଣେ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 81,167 ଜଣଙ୍କର ନମୁନା ସଂଗ୍ରହ କରି କୋଭିଡ ପରୀକ୍ଷା କରାଯାଇଥିବାବେଳେ 4,873 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 4,408 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି l ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 437 ଜଣ ସକ୍ରିୟ ଆକ୍ରାନ୍ତ ଥିବାବେଳେ 327 ଜଣ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି l ଏ ନେଇ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.