ETV Bharat / state

ନବରଙ୍ଗପୁରରେ ଲକ୍ଷ୍ମୀ ବସ ସେବା ଆରମ୍ଭ, ଭର୍ଚୁଆଲରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Nov 30, 2023, 7:31 PM IST

Laccmi Bus Service: ନବରଙ୍ଗପୁରରେ ଲକ୍ଷ୍ମୀ ବସର ଶୁଭ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ୪୫ଟି ବସ ଯୋଗାଇ ଦିଆଯାଇଥିବା ବେଳେ ୪୩ ଗୋଟି ରୁଟରେ ଗଡିବ ଏହି ବସ । ଅଧିକ ପଢନ୍ତୁ

ନବରଙ୍ଗପୁରରେ ଆରମ୍ଭ ହେଲା ଲକ୍ଷ୍ମୀ ସେବା, ଭର୍ଚୁଆଲରେ ଉଦଘଟାଟନ କଲେ ମୁଖ୍ୟମନ୍ତ୍ରୀ

ନବରଙ୍ଗପୁର: ଆଜି ମାର୍ଗଶୀର ମାସର ପ୍ରଥମ ଗୁରୁବାର । ଆଜି ମାଆ ଲକ୍ଷ୍ମୀଙ୍କ ବାର ଘରେ ଘରେ ପୂଜା ପାଉଛନ୍ତି ଏହି ଭଳି ପବିତ୍ର ଦିନରେ ନବରଙ୍ଗପୁରରେ ଗଡ଼ିଛି ଲକ୍ଷ୍ମୀ ବସ । ଗମନା ଗମନର ସୁବିଧା ହେତୁ ଆର୍ଥିକ ମାନଦଣ୍ଡ ବୃଦ୍ଧିରେ ସହାୟକ ହେବ । ଆଜି (ଗୁରୁବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାରେ ଲକ୍ଷ୍ମୀ ବସ ସେବାର ଉଦଘାଟନ କରିଛନ୍ତି ।ସ୍ଥାନୀୟ ସର୍କିଟ ହାଉସ ସମ୍ମୁଖ ପଡିଆରେ ଏହି କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା ।

ନବରଙ୍ଗପୁରରେ ୪୫ଟି ବସ ଯୋଗାଇ ଦିଆଯାଇଛି ୪୩ ଗୋଟି ରୁଟରେ ଗଡିବ ଏହି ବସ ।ଏହା ଦ୍ୱାରା ଉପାନ୍ତ ଅଞ୍ଚଳରେ ଗମନାଗମନରେ ଉନ୍ନତି ଆସି ପାରିବ । ମିଶନ ଶକ୍ତି ମହିଳା, ଭିନ୍ନକ୍ଷମ, ଗର୍ଭବତୀ, ମହିଳା ମାନେ ପଞ୍ଚାୟତରୁ ବ୍ଲକ କାର୍ଯ୍ୟାଳୟକୁ ସହଜରେ ଆସିପାରିବେ । ଲକ୍ଷ୍ମୀ ସେବା ଦ୍ୱାରା ନବରଙ୍ଗପୁର ଜିଲ୍ଲାରେ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡି ହୋଇଥିଲେ ମୁଖ୍ୟମନ୍ତ୍ରୀ । ଭର୍ଚୁୃଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଯୋଗ ଦେଇଥିଲେ । ନବରଙ୍ଗପୁର ଜିଲ୍ଲାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ପରିବହନ ସଚିବ ଉଷା ପାଢ଼ୀଙ୍କ ସହ ଜିଲ୍ଲାର ସମସ୍ତ ବିଧାୟକ ସାଂସଦ ଓ ଯୋଗଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ....ନବରଙ୍ଗପୁରରେ ଗଡ଼ିଲା ଲକ୍ଷ୍ମୀ, ୫ ଟଙ୍କାରେ ଗାଁରୁ ବ୍ଲକକୁ ଯାତ୍ରା

ଏହା ମଧ୍ୟ ପଢନ୍ତୁ....ଆଉ ପାଦେ ଆଗେଇଲା ମିଶନ ଶକ୍ତି, ଯାଜପୁରରେ ଖୋଲିଲା ରାଜ୍ୟର ପ୍ରଥମ ମିଶନ ଶକ୍ତି ସିନେମା ହଲ

ଲକ୍ଷ୍ମୀ ବସ ଯୋଜନାରେରେ ନିଯୁକ୍ତି ପାଇ ବେଶ ଖୁସି ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଜିଲ୍ଲାର ଯୁବକ ଯୁବତୀ । ଆଗରୁ ଅର୍ଥ ଉପାର୍ଜନ ପାଇଁ ନିର୍ଦ୍ଧିଷ୍ଟ ଆୟର ପନ୍ଥା ନଥିବାବେଳେ ଲକ୍ଷ୍ମୀ ଯୋଜନା ଯୋଗୁଁ କର୍ମ ନିଯୁକ୍ତି ମିଳିଥିବା କହିଛନ୍ତି ।ଏହା ସହିତ ଏହି ଯୋଜନା ଆରମ୍ଭ ହେବା ପରେ ବେଶ ଖୁସି ବ୍ୟକ୍ତ କରିଛନ୍ତି ମିଶନ ଶକ୍ତି ମହିଳା । ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ଜିଲ୍ଲା ପାଇଁ ଯେଉଁ ସବୁ ବିକାଶ ମୂଳକ ଯୋଜନା କରିଛନ୍ତି । ଯଥା ଜଳ ଯୋଗାଣ, ପର୍ଯ୍ୟଟନ, ଗମନା ଗମନ ଇତ୍ୟାଦି କ୍ଷେତ୍ରରର ବିକାଶ କରିଛନ୍ତି, ତାହାକୁ ନେଇ ଜିଲ୍ଲାବାସୀ ଧନ୍ୟବାଦ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ବିଧାୟକ ମନୋହର ରନ୍ଧାରୀ, ସଦାଶିବ ପ୍ରଧାନୀ, ପ୍ରକାଶ ମାଝୀ, ଜିଲ୍ଲାପାରିଷଦ ଅଧକ୍ଷ୍ୟ ମୋତିରାମ ନାୟକ, ସହ ଜିଲ୍ଲାର ବହୁ ନେତୃମଣ୍ଡଳୀ ସହ ୧୦ ହଜାରରୁ ଅଧିକ ଜନସାଧାରଣ ଯୋଗ ଦେଇଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.