ETV Bharat / state

ପିଏମ କେୟାର୍ସକୁ ଭତ୍ତା ଟଙ୍କା ଦାନ କଲେ ବୃଦ୍ଧ - navarangpur

ପିଏମ କେୟାରକୁ ଭତ୍ତା ଟଙ୍କା ଦାନ କଲେ କମଳୁ । ପତ୍ନୀଙ୍କ ଭତ୍ତା ଟଙ୍କା ମଧ୍ୟ କଲେ ଦାନ। ଅଧିକ ପଢନ୍ତୁ...

Navarangpur man donate 1000 to pm carefund
ପିଏମ କେୟାରକୁ ଭତ୍ତା ଟଙ୍କା ଦାନ କଲେ କମଳୁ
author img

By

Published : Apr 19, 2020, 1:26 AM IST

ନବରଙ୍ଗପୁର: କୋରୋନା ଭୂତାଣୁ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ବିଭିନ୍ନ ମହଲରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏହି କ୍ରମରେ ନବରଙ୍ଗପୁର ସ୍ଥିତ ମେଦ୍ରି ସାହିର କମଳୁ ହରିଜନ ନାମକ ବ୍ୟକ୍ତିଙ୍କ ବଦାନ୍ୟତା ଦେଖିବାକୁ ମିଳିଛି ।

ନିଜର ଆର୍ଥିକ ଅବସ୍ଥା ଏତେ ସ୍ୱଚ୍ଛଳ ନଥିବା ସତ୍ତ୍ୱେ କମଳୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ନିଜ ଏବଂ ନିଜର ସ୍ତ୍ରୀ ମଙ୍ଗାଇ ହରିଜନଙ୍କର ମିଳିଥିବା ମାସିକ ୫ଶହ ଟଙ୍କା ପେନସନ ଏବଂ ନିଜ ସ୍ତ୍ରୀଙ୍କର ଗୋଟିଏ ମାସର ଭତ୍ତା ମିଶାଇ ଏକ ହଜାର ଟଙ୍କା ପିଏମ କେୟାରକୁ ଦାନ କରିଛନ୍ତି ।

ସରକାର ସବୁବେଳେ ଆମକୁ ସାହାଯ୍ୟ ଓ ସହାୟତା କରିଆସୁଛନ୍ତି । ଏଭଳି ବିପଦ ସମୟରେ ଆମର ବି ଦାୟିତ୍ୱ ଅଛି ସରକାରଙ୍କୁ କିଛି ସାହାଯ୍ୟ କରିବା ପାଇଁ ବୋଲି କମଳୁ ହରିଜନ ମତ ବ୍ୟକ୍ତ କରିଥିଲେ । ଏହି ବ୍ୟକ୍ତିଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯଉଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

For All Latest Updates

TAGGED:

navarangpur
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.