ନବରଙ୍ଗପୁର: ନନ୍ଦାହାଣ୍ଡି ତହସିଲଦାରଙ୍କୁ କାର୍ଯ୍ୟରେ ଅବହେଳା କାରଣରୁ ୫ ହଜାର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କଲେ ନବରଙ୍ଗପୁର ଜିଲ୍ଲା ଖାଉଟି ଅଦାଲତ। ଘଟଣା ଅନୁସାରେ ନନ୍ଦାହାଣ୍ଡି ତହସିଲ ଅନ୍ତର୍ଗତ ଅଣ୍ଟାସର ଗାଁର ଶତ୍ରୁଘ୍ନ ଗରଡା ଦାଖଲ ଖାରଜ ମାମଲା ସଂଖ୍ୟା ୧୦୦୬/୨୦୧୯ ରେ ଆର.ଆଇ ରିପୋର୍ଟ ଏବଂ ସମସ୍ତ ଅର୍ଡର ସିଟର ଅବିକଳ ନକଲ ପାଇଁ ନବରଙ୍ଗପୁରର N. ପ୍ରେମେଶ୍ବରନଙ୍କୁ ଲିଖିତ ଭାବେ ପ୍ରାଧିକାର ଅର୍ପଣ କରିଥିଲେ ।
![ନନ୍ଦାହାଣ୍ଡି ତହସିଲଦାରଙ୍କୁ ୫ ହଜାର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କଲେ ଅଦାଲତ](https://etvbharatimages.akamaized.net/etvbharat/prod-images/od-ngp-khauti-adalata-arthika-danda-od10028_19032021213338_1903f_1616169818_1061.jpg)
ଏହାପରେ ଏନ. ପରମେଶ୍ବରନ ନନ୍ଦାହାଣ୍ଡି ତହସିଲଦାରଙ୍କ ନିକଟରେ ଦାଖଲ ଖାରଜ ମାମଲାର ଅବିକଳ ନକଲ ପାଇଁ ୨୦୧୯ ମସିହାରେ ଆବେଦନ କରିଥିଲେ। କିନ୍ତୁ ତହସିଲ ଅଫିସକୁ ଘନ ଘନ ଯିବାପରେ ମଧ୍ୟ ଏନ. ପରମେଶ୍ବରଙ୍କୁ ନକଲ ମିଳିନଥିଲା, ଏହାପରେ ନିରାଶ ହୋଇ ଆବେଦନକାରୀ ଜିଲ୍ଲା ଖାଉଟି ଅଦାଲତର ଦ୍ବାରସ୍ଥ ହୋଇଥିଲେ।
ମାନ୍ୟବର ଅଦାଲତ ଉଭୟଙ୍କ ପକ୍ଷ ଶୁଣିବା ପରେ, କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରି ଅଦାଲତ, ନନ୍ଦାହାଣ୍ଡି ତହସିଲଦାରଙ୍କୁ ୫ ହଜାର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ