ETV Bharat / state

କୋରୋନା ମୁକାବିଲା ପାଇଁ ଉପାନ୍ତ ଅଞ୍ଚଳ ଗସ୍ତରେ ଜିଲ୍ଲାପାଳ

author img

By

Published : May 14, 2020, 3:47 PM IST

କୋରୋନା ମୁକାବିଲା କରୁଛି ଓଡିଶା । ଲୋକଙ୍କୁ ସଚେତନ କରିବା ସହ ଅସୁବିଧା ସୁବିଧା ବୁଝିବାକୁ ଉପାନ୍ତ ଅଞ୍ଚଳ ବୁଲି ଦେଖିଲେ ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ।

କୋରୋନା ମୁକାବିଲା ପାଇଁ ଉପାନ୍ତ ଅଞ୍ଚଳ ଗସ୍ତରେ ଜିଲ୍ଲାପାଳ
କୋରୋନା ମୁକାବିଲା ପାଇଁ ଉପାନ୍ତ ଅଞ୍ଚଳ ଗସ୍ତରେ ଜିଲ୍ଲାପାଳ

ନବରଙ୍ଗପୁର: କୋରୋନା ମୁକାବିଲା ନେଇ ଉପାନ୍ତ ଅଞ୍ଚଳ ବୁଲି ଦେଖିଲେ ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର । ତେନ୍ତୁଳିଖୁଣ୍ଟି ବ୍ଲକର ବିଭିନ୍ନ ଉପାନ୍ତ ଦୁର୍ଗମ ଅଞ୍ଚଳ ତଗାପାଲି, ପଦାଆଉଁଳି,କାନ୍ଦ୍ରାଗୁଡ଼ା ଭଳି ଗାଁ ମାନଙ୍କରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରି ସମସ୍ୟା ପଚାରି ବୁଝିଛନ୍ତି ।

ପ୍ରଥମେ ଲାମତାଗୁଡ଼ା ପଞ୍ଚାୟତ ଗସ୍ତ କରି ଅଗ୍ରଗାମୀ ସଂସ୍ଥା ତରଫରୁ ମନରେଗା ଯୋଜନାରେ ତଗାପାଲି ଗ୍ରାମରେ ଚାଲିଥିବା ଜମି ମରାମତି କାର୍ଯ୍ୟ ଦେଖି ଜିଲ୍ଲାପାଳ ସନ୍ତୋଷ ପ୍ରକାଶ କରିଥିଲେ । ଏବଂ ପଦାଆଉଁଳି ଗ୍ରାମରେ ଅଗ୍ରଗାମୀ ସ୍ୱେଚ୍ଛାସେବୀ ସଂସ୍ଥା ପକ୍ଷରୁ ଚାଲିଥିବା କୋଭିଡ-୧୯ ମୁକାବିଲା କରିବା ପାଇଁ ଖାଦ୍ୟ ଏବଂ ରିଲିଫ ସ୍ୱଚ୍ଛତା କିଟ ବିତରଣ ମଧ୍ୟ କରିଥିଲେ । ଏହା ସହିତ ଗାଁ ଲୋକ ମାନଙ୍କୁ କୋରୋନା ମହାମାରୀ ସମ୍ପର୍କରେ ସଚେତନ କରି ସାମାଜିକ ଦୂରତା ରକ୍ଷା କରି ଚାଲିବାକୁ ପରାମର୍ଶ ଦେଇଥିଲେ ।

ଏହାପରେ ପୂଜାରୀଗୁଡା ପଞ୍ଚାୟତର ପୋଷ୍ୟ ଗ୍ରାମ କାନ୍ଦ୍ରାଗୁଡ଼ାକୁ ଗସ୍ତ କରି ନିକଟରେ ଥିବା ଏକ ପୁରାତନ ଏବଂ ଭାଙ୍ଗି ଯାଇଥିବା ଆଡ଼ିବନ୍ଧ ଟ୍ୟାଙ୍କର ତଦାରଖ କରି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଉକ୍ତ ଆଡ଼ିବନ୍ଧ ଓ ପାଶ୍ୱର୍ରେ ଥିବା ପୋଖରୀକୁ ନବୀକରଣ କରିବାକୁ ପ୍ରକଳ୍ପ ନିର୍ଦ୍ଦେଶକ ଓ ଜଳ ବିଭାଜିକାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କୁଜାଜାନୀଗୁଡ଼ା ଗ୍ରାମରେ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ହୋଇଥିବା ୧୦ ହେକ୍ଟର ଜମିରେ ୨୦୦୦ ଗୋଟି କାଜୁ ବୃକ୍ଷ ରୋପଣ ପରିସରକୁ ବୁଲି ଦେଖିଥିଲେ ।

ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ତେନ୍ତୁଳିଖୁଣ୍ଟି ବିଡ଼ିଓ ସୁଶ୍ରୀ ଅକ୍ଷମିତା କାର୍ତ୍ତିକ, ଅଗ୍ରଗାମୀ ପ୍ରକଳ୍ପ ନିର୍ଦେଶକ, ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.