ETV Bharat / state

ଫାଇନ ଆଦାୟକୁ ବିରୋଧ କରି ନବରଙ୍ଗପୁର ଟ୍ରାକ୍ଟର ମାଲିକ ସଂଘର ଧାରଣା - Nabarangpur fine collection

ନବରଙ୍ଗପୁରରେ ବାଲି ଚାଲାଣ ସମୟରେ ଫାଇନ ଆଦାୟକୁ ନେଇ ମୁହାଁମୁହିଁ ପ୍ରଶାସନ ଓ ଟ୍ରାକ୍ଟର ମାଲିକ ସଂଘ । ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସରଣପୁର ବାଲି ଘାଟରୁ ଟ୍ରାକ୍ଟର ଯୋଗେ ବାଲି ଆଣୁଥିବା ସମୟରେ ଜିଲ୍ଲାର ଅତିରିକ୍ତ ତହସିଲଦାର ଟ୍ରାକ୍ଟରକୁ ଅଟକାଇ ୧୦ ହଜାର ଟଙ୍କା ଫାଇନ କରିଥିଲେ । ଅଧିକ ପଢନ୍ତୁ...

ଫାଇନ ଆଦାୟକୁ ବିରୋଧ କରି ନବରଙ୍ଗପୁର ଟ୍ରାକ୍ଟର ମାଲିକ ସଂଘର ଧାରଣା

author img

By

Published : Nov 19, 2020, 2:06 AM IST

ନବରଙ୍ଗପୁର: ବାଲି ଚାଲାଣ ସମୟରେ ଫାଇନ ଆଦାୟକୁ ନେଇ ମୁହାଁମୁହିଁ ପ୍ରଶାସନ ଓ ଟ୍ରାକ୍ଟର ମାଲିକ ସଂଘ । ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସରଣପୁର ବାଲି ଘାଟରୁ ଟ୍ରାକ୍ଟର ଯୋଗେ ବାଲି ଆଣୁଥିବା ସମୟରେ ଜିଲ୍ଲାର ଅତିରିକ୍ତ ତହସିଲଦାର ଟ୍ରାକ୍ଟରକୁ ଅଟକାଇ ୧୦ ହଜାର ଟଙ୍କା ଫାଇନ କରିଥିଲେ । ଏହାକୁ ନେଇ ତହସିଲ ପ୍ରଶାସନ ଓ ଟ୍ରାକ୍ଟର ମାଲିକ ସଂଘ ମୁହାଁ ମୁହିଁ ହୋଇଛନ୍ତି ।

ଫାଇନ ଆଦାୟକୁ ବିରୋଧ କରି ନବରଙ୍ଗପୁର ଟ୍ରାକ୍ଟର ମାଲିକ ସଂଘର ଧାରଣା

ଘଟଣାକୁ ବିରୋଧ କରି ନବରଙ୍ଗପୁର ତହସିଲ ଅଫିସ ଆଗରେ ଟ୍ରାକ୍ଟର ମାଲିକ ସଙ୍ଘ ପକ୍ଷରୁ ଧାରଣା ଦିଆଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କ ଗୃହ ନିର୍ମାଣ ପାଇଁ ବାଲି ନେଉଥିବା ବେଳେ ଅତିରିକ୍ତ ତହସିଲଦାର ଫାଇନ କରିଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ଯଦି ଏଭଳି ଟ୍ରାକ୍ଟରଗୁଡିକ ଉପରେ ତହସିଲ ପ୍ରଶାସନ ଫାଇନ ଆଦାୟ କରିବ ତାହେଲେ ଆଗାମୀ ଦିନରେ ଜିଲ୍ଲାରେ କୌଣସି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିର୍ମାଣରେ ଟ୍ରାକ୍ଟର ନିୟୋଜିତ କରାଯିବ ନାହିଁ ବୋଲି ଚେତାବନୀ ଦେଇଛି ସଙ୍ଘ ।

ଜିଲ୍ଲାର ବିଭିନ୍ନ ଘାଟରୁ ବଡ଼ ବଡ଼ ଟ୍ରକ ଏବଂ ଟିପର ଯୋଗେ ବିପୁଳ ବାଲି ଚାଲାଣ ହେଉଥିବା ବେଳେ ପ୍ରଶାସନ ସେଗୁଡ଼ିକୁ ନଧରି ଟ୍ରାକ୍ଟରଗୁଡିକୁ ଧରି ଫାଇନ ଆଦାୟ କରିବାରେ ଲାଗିଛି । ଏହା ପୂର୍ବରୁ ଆବାସ ଯୋଜନାରେ ନିୟୋଜିତ ଟ୍ରାକ୍ଟରରୁ ଫାଇନ ଆଦାୟ କରାଯିବ ନାହିଁ ବୋଲି ଉପଜିଲ୍ଲାପାଳ ପ୍ରତିଶୃତି ଦେଇଥିବା ବେଳେ ତହସିଲ ପ୍ରଶାସନ କିନ୍ତୁ ଫାଇନ କାଟି ଟ୍ରାକ୍ଟର ମାଲିକଙ୍କ ପ୍ରତି ଜୁଲମ କରୁଥିବା ଅଭିଯୋଗ କରିଛି ସଂଘ ।

ଗୋଟିଏ ପକ୍ଷେ ଟ୍ରାକ୍ଟର ମାଲିକ ସଂଘ ତରଫରୁ ଫାଇନକୁ ବିରୋଧ କରାଯାଇଥିବା ବେଳେ ଅନ୍ୟପକ୍ଷରେ ତହସିଲ ପ୍ରଶାସନ ନିଜ ଆଦେଶରେ ଅଟଳ ରହିଥିବା ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.