ନବରଙ୍ଗପୁର: ସାଇକଲରେ ଯାଇ ଥାନା ପରିଦର୍ଶନ କରିଛନ୍ତି ନବରଙ୍ଗପୁର ଏସପି ନିତିନ କୁସଲ । ମଙ୍ଗଳବାର ସନ୍ଧ୍ୟା ସମୟରେ ନିଜେ ଏକ ସାଇକେଲ ଧରି ତେନ୍ତୁଳିଖୁଣ୍ଟି ଥାନାରେ ପହଞ୍ଚି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ନବରଙ୍ଗପୁର ଠାରୁ ତେନ୍ତୁଳିଖୁଣ୍ଟି ଦୂରତା 25 କିଲୋମିଟର ରହିଛି ।
![ସାଇକେଲ ଯୋଗେ ତେନ୍ତୁଳିଖୁଣ୍ଟି ପହଞ୍ଚିଲେ ନବରଙ୍ଗପୁର ଏସପି](https://etvbharatimages.akamaized.net/etvbharat/prod-images/od-ngp-sp-cycle-thana-visit-7204279_19052020230934_1905f_1589909974_322.jpg)
ଏହାକୁ ଖାତିରି ନକରି ହଠାତ ନବରଙ୍ଗପୁର ଏସପି ନିତିନ କୁସଲ କର ସାଇକେଲ୍ ମାଧ୍ୟମରେ ତେନ୍ତୁଳିଖୁଣ୍ଟି ପୋଲିସ ଷ୍ଟେସନକୁ ପହଞ୍ଚିଥିଲେ, ଏବଂ ଆଇଆଇସି ପରମାନନ୍ଦ ସୁନାନୀଙ୍କ ସହିତ ଅଞ୍ଚଳର ହାଲଚାଲ ବୁଝି ଉତ୍ତମ ଭାବରେ କାର୍ଯ୍ୟ କରିବା ପାଇଁ କହିଥିଲେ । ଏହିପ୍ରକାର ପରିଦର୍ଶନ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ