ETV Bharat / state

ପୋଲିସ ଗୁଳିରେ ମାଓବାଦୀଙ୍କ ଛତ୍ରଭଙ୍ଗ, ମାଓ କ୍ୟାମ୍ପ୍‌ରୁ ଗର୍ଭ ପରୀକ୍ଷା କୀଟ୍‌ ସହ ଆପତ୍ତିଜନକ ସାମଗ୍ରୀ ଜବତ

ଓଡିଶା ପୋଲିସ ଏସଓଜି ଓ ମାଓଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏହି ଅପରେସନରେ ମାଓବାଦୀ ଖସି ପଳାଇଥିବା ବେଳେ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 27, 2023, 3:45 PM IST

ପୋଲିସ ଗୁଳିରେ ମାଓବାଦୀଙ୍କ ଛତ୍ରଭଙ୍ଗ

ନବରଙ୍ଗପୁର: ଓଡିଶା ଛତିଶଗଡ଼ ସୀମାରେ ମାଓ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଛି । ଏନେଇ ନବରଙ୍ଗପୁର ଏସପି ଏସ. ସୁଶ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏସପିଙ୍କ ସୂଚନା ଅନୁଯାୟୀ ପୋଲିସ ଏସଓଜି ଓ ମାଓଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ କେହି ମୃତାହତ ହୋଇନଥିବା ବେଳେ ବହୁ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।

ଏସପିଙ୍କ ସୂଚନା ଅନୁଯାୟୀ ଗତକାଲି ହଠାତ ପୋଲିସ ଏସଓଜି ଟିମ ଓଡିଶା ଛତିଶଗଡ଼ ସୀମାନ୍ତ ଗୋରିଆବନ୍ଧ ଜିଲ୍ଲା ଶୋଭାଠାରେ ପୋଲିସ ଓ ଏସଓଜିର ଦୁଇଟି ୟୁନିଟ ଗୋଟିଏ ମାଓବାଦୀ ବିରୋଧୀ ଅପରେସନ ଆରମ୍ଭ ହୋଇଥିଲା । ଠିକ ଏହି ସମୟରେ ପ୍ରାୟ ୨୦ରୁ ୨୫ ସଶସ୍ତ୍ର ମାଓବାଦୀଙ୍କ ସେହି ସ୍ବତନ୍ତ୍ର ପୋଲିସ ଟିମ ସହିତ ସମ୍ମୁଖୀନ ହୋଇଥିଲା । ତେବେ ପୋଲିସ ଉପରକୁ ଗୁଳିମାଡ଼ କରିଥିଲେ । ଏହାର ପ୍ରତି ଜବାବରେ ପୋଲିସ ମଧ୍ୟ ଆକ୍ରମଣ କରିଥିଲା । ଉଭୟଙ୍କ ମଧ୍ୟରେ ପ୍ରାୟ ଅଧଘଣ୍ଟା ଧରି ଗୁଳିବିନିମୟ ହୋଇଥିଲା ।

ଏହା ବି ପଢନ୍ତୁ- ରାଇଘର ସୀମାରେ ଗୁଳି ବିନିମୟ, ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

ତେବେ ଘଞ୍ଚ ଜଙ୍ଗଲର ସହାୟତାରେ ମାଓବାଦୀମାନେ ଘଟଣାସ୍ଥଳରୁ ଖସି ଯିବାରେ ସକ୍ଷମ ହୋଇଥିବା ବେଳେ ସେମାନଙ୍କ କ୍ୟାମ୍ପ୍‌ରୁ ବିଭିନ୍ନ ମାଓ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ । ହାର୍ଡକୋର ମାଓବାଦୀ ମୁରଲୀ (ସିସିଏମ, କାର୍ତ୍ତିକ (ଏସ୍ସିଏମ), ଗୁଡୁ (ଏସ୍ସିଏମ), ଆକାଶ( ଏସ୍ସିଏମ ), ନନ୍ଦାଲ (ଏସ୍ସିଏମ) ପ୍ରମୁଖ ଫେରାର ହୋଇଯାଇଛନ୍ତି । ତେବେ ଉଦ୍ଧାର ସାମଗ୍ରୀରେ କିଛି ଆପତ୍ତିଜନକ ସାମଗ୍ରୀ, ସହ ଗର୍ଭ ପରୀକ୍ଷା କୀଟ ମଧ୍ୟ ଜବତ ହୋଇଛି । ଯେଉଁଥିରେ ସେମାନେ ମହିଳାଙ୍କୁ ଯୌନ ଉତ୍ପୀଡ଼ନ କରୁଥିବା ସନ୍ଦେହ କରିଛନ୍ତି ଏସପି ।

ସୂଚନା ଥାଉ କି ଗତକାଲି ଦାନ୍ତେୱାଡା ଆରନପୁର ଅଞ୍ଚଳରେ ଆଇଡି ବିସ୍ଫୋରଣ ହୋଇଥିଲା । ଯବାନଙ୍କୁ ନେଇ ଯାଉଥିବା ଗାଡି ଆଇଡି ବିସ୍ଫୋରଣର ଶିକାର ହୋଇଥିଲା । ମାଓବାଦୀମାନେ ଜଙ୍ଗଲ ରାସ୍ତାରେ ଆଇଡି ଖଞ୍ଜିଥିବା ବେଳେ ଜିଲ୍ଲା ରିଜର୍ଭ ଫୋର୍ସର ଯବାନଙ୍କୁ ନେଇ ସେହି ବାଟ ଦେଇ ଯାଉଥିଲା । ଆଇଡି ବିସ୍ଫୋରଣ ହେବାମାତ୍ରେ ଉକ୍ତ ଗାଡିଟି ଉଡ଼ି ଯାଇଥିଲା । ଏଥିରେ ୧୦ ଜଣ ଯବାନ ଶହୀଦ ହୋଇଥିବା ବେଳେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ଆଜି ମୁଖ୍ୟମନ୍ତ୍ରୀ ବଘେଲ ଦାନ୍ତେୱାଡା ପୋଲିସ ପେରେଡ ଗ୍ରାଉଣ୍ଡ ଠାରେ ପହଞ୍ଚି ଶହୀଦଙ୍କୁ ଗାର୍ଡ ଅଫ୍ ଅନର ସହିତ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏଥିସହ ଭୂପେଶ ବାଘେଲ ଶହୀଦଙ୍କ ପରିବାର ଲୋକଙ୍କ ସହ କଥା ହୋଇ ସେମାନଙ୍କୁ ଶାନ୍ତ୍ବନା ଦେଇଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.