ନବରଙ୍ଗପୁର: ଜିଲ୍ଲା ପୋଲିସ ପକ୍ଷରୁ ଗତ 2 ଦିନ ମଧ୍ୟରେ ୨ ଲକ୍ଷ ୨୪ ହଜାର ଟଙ୍କା ଫାଇନ୍ ଆଦାୟ କରାଯାଇଛି। କୋରୋନା ନିୟମ ପାଳନ କରୁ ନଥିବା ଅମାନିଆଙ୍କଠାରୁ ମାସ୍କ ଓ ସାମାଜିକ ଦୂରତା ପାଳନ କରି ନଥିବା କାରଣରୁ ୬୪ ହଜାର ଟଙ୍କା ଓ ଯାନବାହନ ଯାଞ୍ଚ କରି ୧ ଲକ୍ଷ ୬୦ ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିବା ଜଣାପଡିଛି ।
ସେହିପରି ଉମରକୋଟରେ କୋଭିଡ କଟକଣାକୁ ବେଖାତିର କରି ଖୋଲାଯାଇଥିବା ୪ଟି ଦୋକାନକୁ ପୋଲିସ ସିଲ୍ କରିଛି । ଏସପି ପ୍ରହଲ୍ଲାଦ ସହାୟମୀନାଙ୍କ ନିର୍ଦ୍ଦେଶରେ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଇଛି। ଜିଲ୍ଲାର ସମସ୍ତ ଥାନାର ପୋଲିସ କଡାକଡି ଯାଞ୍ଚ କରୁଥିବା ଜଣାପଡିଛି।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ