ETV Bharat / state

ପେଟ୍ରୋଲ ପମ୍ପରୁ ଡକାୟତି ଉଦ୍ୟମ ପଣ୍ଡ, ୪ ଗିରଫ - ନବରଙ୍ଗପୁରରୁ ଡକାୟତ ଗିରଫ

କାଜୁ ବାଡରେ ବସି ପେଟ୍ରୋଲ ପମ୍ପରୁ ଡକାୟତି ଯୋଜନା କରୁଥିବା ବେଳେ ୪ ଜଣ ଗିରଫ । ଅଧିକ ପଢନ୍ତୁ

ପେଟ୍ରୋଲ ପମ୍ପରୁ ଡକାୟତି ଉଦ୍ୟମ ପଣ୍ଡ, ୪ ଗିରଫ

author img

By

Published : Jul 21, 2022, 7:56 AM IST

ନବରଙ୍ଗପୁର: ଜିଲ୍ଲାର ପାପଡ଼ାହାଣ୍ଡି ବ୍ଲକ ପ୍ରଧାନୀଗୁଡା ସ୍ଥିତ ଏସ୍‌ଆର ପେଟ୍ରୋଲ ପମ୍ପରୁ ଡକାୟତି ଉଦ୍ୟମ ପଣ୍ଡ । ଏଠାରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଘଟଣାସ୍ଥଳରେ ଚଢାଉ କରି ୪ ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ । କିନ୍ତୁ ଚଢାଉ ବେଳେ ଅନ୍ୟ ୪ ଜଣ ଡକାୟତ ଖସି ପଳାଇଯିବାରେ ସକ୍ଷମ ହୋଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ବରଙ୍ଗପୁର ତୋଟା ସାହିର ବିକାଶ ବୈପାରୀ, ଆକାଶ ହରିଜନ ଏବଂ ପଙ୍କଜ ବାଘେଲ ଏବଂ ପାପଡାହାଣ୍ଡି ବ୍ଲକ ଖଲିଗୁଡା ଗ୍ରାମର ତଦନ୍ତ କୋଚିମ । ଅଭିଯୁକ୍ତମାନେ ଏକ କାଜୁ ବାଡରେ ବସି ଡକାୟତି ଯୋଜନା କରୁଥିଲେ । ଏନେଇ ଡିଏସପି ବବିତା ତ୍ରିପାଠୀ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ପ୍ରଧାନୀଗୁଡା ଢାବା ନିକଟରେ ଥିବା କାଜୁ ବାଡ଼ ଭିତରେ ଟର୍ଚ୍ଚ ଲାଇଟ୍‌ ଲଗାଇ ମଦ୍ୟପାନ କରିବା ସହିତ ଏସ୍‌ଆର ପେଟ୍ରୋଲ ପମ୍ପରୁ ଲୁଟ୍‌ କରିବା ପାଇଁ ଯୋଜନା କରୁଥିଲେ । ଏ ସମ୍ପର୍କରେ ପୋଲିସ ବିଶେଷ ସୂତ୍ରରୁ ଖବର ପାଇବା ପରେ ପାପଡ଼ାହାଣ୍ଡି ଥାନା ଅଧିକାରୀ ରାମେଶ୍ବର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ଶିବଜୀ ପଣ୍ଡାଙ୍କ ନେତୃତରେ ଏକ ଟିମ୍‌ ଏହି କାଜୁ ବାଡ ଭିତରେ ଅତର୍କିତ ଚଢ଼ଉ କରିଥିଲେ । ପୋଲିସକୁ ଦେଖିବା ମାତ୍ରେ ୪ ଜଣ ଦୁର୍ବୃତ୍ତ ଚମ୍ପଟ ମାରିଥିଲେ । କିନ୍ତୁ ଅନ୍ୟ ୪ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲା ପୋଲିସ ।

ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ପୋଲିସ ଘଟଣାସ୍ଥଳରୁ ଲୁହା ରଡ୍‌, ଗୋଟିଏ କାତି, ଦୁଇଟି ମୋବାଇଲ ଏବଂ ଠେଙ୍ଗା ଜବତ କରିଥିଲା । ଦୁର୍ବୃତ୍ତଙ୍କୁ ପଚରାଉଚରା କରାଯିବା ପରେ ସେମାନେ ଏସ୍‌ଆର ପେଟ୍ରୋଲ ପମ୍ପରୁ ଲୁଟ୍‌ କରିବା ପାଇଁ ଯୋଜନା କରୁଥିବା‌ ବୋଲି ସ୍ବୀକାର କରିଥିଲେ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.