ETV Bharat / state

କାମ କରାଇ ଶ୍ରମିକଙ୍କୁ ଟଙ୍କା ଦେଲାନି ଦଲାଲ୍‌, ନ୍ୟାୟ ପାଇଁ ଶ୍ରମ ଅଧିକାରୀଙ୍କ ଦ୍ବାରସ୍ଥ

ମାଲକାନଗିରିରେ ଠକାମୀର ଶିକାର ହେଲେ ନବରଙ୍ଗପୁରର ଶ୍ରମିକ । ଶେଷରେ ଘରକୁ ଫେରି ନ୍ୟାୟ ପାଇଁ ଶ୍ରମ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ

author img

By

Published : May 10, 2023, 3:45 PM IST

ଦାଦନ ଖଟିବାକୁ ଯାଇ ଠକାମୀର ଶିକାର ହେଲେ ଶ୍ରମିକ

ନବରଙ୍ଗପୁର: ଜିଲ୍ଲାରେ ଥମିବାର ନାମ ନେଉନାହିଁ ଶ୍ରମିକଙ୍କ ଦୁଃଖ l କେତେବେଳେ ପରିବାରର ସ୍ତ୍ରୀ ଛୁଆ ବନ୍ଧା ପଡୁଛନ୍ତି ତ ଆଉ କେତେବେଳେ ମାଲିକର ନିର୍ଯାତନା ସହି ନପାରି ଲୁଚି ଛପି ଜୀବନ ବଞ୍ଚାଇ ଫେରି ଆସୁଛନ୍ତି l କିଛି ଦିନ ତଳେ ମହା ଆଡମ୍ବରରେ ପାଳନ କରାଗଲା ବିଶ୍ୱ ଶ୍ରମିକ ଦିବସ । ହେଲେ କିଛି ଦିନ ନବିତୁଣୁ ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ ।

ନବରଙ୍ଗପୁର ଏକ ପଛୁଆ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା l ଏଠାକାର ଲୋକେ ଚାଷ ଉପରେ ପ୍ରାୟତଃ ନିର୍ଭର କରିଥାଆନ୍ତି l ଶ୍ରମିକମାନେ ମଧ୍ୟ ବର୍ଷକୁ 4 ମାସ ଜମିରେ କଷ୍ଟ କରି ଦୁଇ ପଇସା ରୋଜଗାର କରୁଥିବା ବେଳେ ଅନ୍ୟ ସମୟରେ ସେମାନଙ୍କ ହାତ ଖାଲି l ଅଞ୍ଚଳରେ କର୍ମ ନିୟୋଜନର ଅଭାବ ପାଇଁ ବାହାର ରାଜ୍ୟକୁ ଯାଇ ଦାଦନ ଖଟିବା ପାଇ ବାଧ୍ୟ ହେଉଛନ୍ତି । ଅଭିଯୋଗ ଅନୁସାରେ, ନବରଙ୍ଗପୁର ଜିଲ୍ଲାର ଝରିଗାଁ ଓ ଚନ୍ଦାହାଣ୍ଡି ବ୍ଲକରୁ 42 ଜଣ ଶ୍ରମିକ ମାଲକାନଗିରି ଜିଲ୍ଲାକୁ କେନ୍ଦୁପତ୍ର ଲୋଡ କରିବା ପାଇଁ ଯାଇଥିଲେ l ଦଲାଲ ଆସି ସେମାନଙ୍କୁ 7500 ଟଙ୍କା ପ୍ରତି ଜଣକୁ ଦେବା ସହ ସପ୍ତାହକୁ ଖାଇବା ବାବଦକୁ 600 ଟଙ୍କା ଲେଖାଏଁ ଦେବ ବୋଲି କହି ଡାକିନେଇ କାମରେ ଲଗାଇଥିଲା l ଶ୍ରମିକମାନେ ମଧ୍ୟ ଠିକାରେ କାମ ନେଇ ଯଥାଶୀଘ୍ର କାମ ସାରିବା ପାଇଁ ଦିନ ରାତି କାମରେ ଲାଗି କେନ୍ଦୁପତ୍ର ଲୋଡିଂ ସମ୍ପୂର୍ଣ କରିଥିଲେ l ହେଲେ ପରେ ଆଉ ସେଇ ଦଲାଲ କିମ୍ବା ମାଲିକଙ୍କ ଆଉ ଦେଖା ମିଳି ନଥିଲା ପଇସା ମାଗିବାରୁ ତୁମେ ଅନ୍ୟ ଏକ ଜାଗାରେ ଯାଇ ସେଠାକାର କାମ ମଧ୍ୟ କର ତାପରେ ପଇସା ମିଳିବ ନଚେତ ତୁମେ କାହାକୁ କହୁଛ କୁହ ବୋଲି କହିଥିଲା ଦଲାଲ l ଏଣେ ପାଖରେ ଟଙ୍କା ନଥିବାରୁ ଶ୍ରମିକମାନେ ଦୁଇ ଦିନ ନଖାଇ ଚାଲି ଚାଲି ମାଥିଲି ଯାଏଁ ଆସି ସେଠାରୁ ବହୁ କଷ୍ଟରେ ନବରଙ୍ଗପୁର ଆସି ପହଞ୍ଚିଛନ୍ତି । ଏହାପରେ ଶ୍ରମ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଶ୍ରମିକମାନେ ଜିଲ୍ଲା ଶ୍ରମ ବିଭାଗ ଅଫିସରେ ଆସି ସେମାନଙ୍କ ଦୁଃଖ ଜଣାଇବା ପରେ ବିଭାଗ ତରଫରୁ ଆହାର କେନ୍ଦ୍ର ଠାରେ ପ୍ରଥମେ ସେମାନଙ୍କ ଖାଇବାର ବ୍ୟବସ୍ଥା କରା ଯାଇଥିଲା l ପରେ ଜିଲ୍ଲାପାଳ ଓ RTOଙ୍କ ସହ ଯୋଗାଯୋଗ କରି ଏକ ବସ୍‌ ଯୋଗେ ସେମାନଙ୍କୁ ସେମାନଙ୍କ ଗାଁରେ ଛାଡ଼ିଛି ଜିଲ୍ଲା ପ୍ରଶାସନ l ଶ୍ରମିକମାନେ ଯେହେତୁ ମାଲକାନଗିରି ଜିଲ୍ଲାକୁ କାମ ପାଇଁ ଯାଇଥିଲେ ଏବଂ ଯିବା ପୂର୍ବରୁ ସେମାନେ ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ମଧ୍ୟ କିଛି ଜଣାଇ ନଥିଲେ । ତେଣୁ ସେମାନଙ୍କ ଅଭିଯୋଗକୁ ମାଲକାନଗିରି ଜିଲ୍ଲା ଶ୍ରମ ବିଭାଗକୁ ହସ୍ତାନ୍ତର କରାଯାଇଛି ଏବଂ ସମ୍ପୂର୍ଣ୍ଣ ତଥ୍ୟ ମିଳିଲେ ଶ୍ରମିକମାନେ କିଭଳି ସେମାନଙ୍କ ଟଙ୍କା ଫେରସ୍ତ ପାଇବେ ସେଥିପ୍ରତି ଜିଲ୍ଲା ପ୍ରଶାସନ ଚେଷ୍ଟା କରିବ ବୋଲି ସୂଚନା ଦେଇଛନ୍ତି ଶ୍ରମ ବିଭାଗ ଅଧିକାରୀ କୁବେର ବେହେରା l

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.