ETV Bharat / state

ଭିଜିଲାନ୍ସ ପଞ୍ଝାରେ ଆଇଟିଡିଏର ସହକାରୀ ଯନ୍ତ୍ରୀ - ନବରଙ୍ଗପୁର ଆଇଟିଡିଏର ସହକାରୀ ଯନ୍ତ୍ରୀ ଗିରଫ

ନବରଙ୍ଗପୁର ଆଇଟିଡିଏର ସହକାରୀ ଯନ୍ତ୍ରୀ ସରକାରୀ ବୋଲେରୋରେ 3ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ନେଇ ଯାଉଥିବା ଘଟଣା । ଶୁକ୍ରବାର ଭିଜିଲାନ୍ସ ବିଭାଗ ତଦନ୍ତ ପରେ ସହକାରୀ ଯନ୍ତ୍ରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ପଢନ୍ତୁ...

nabarangpur itda je arrested by vigilance
ଆଇଟିଡିଏର ସହକାରୀ ଯନ୍ତ୍ରୀକୁ ଗିରଫ କଲା ଭିଜିଲାନ୍ସ
author img

By

Published : Dec 19, 2020, 6:30 AM IST

ନବରଙ୍ଗପୁର:ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA )ର ତିନି ଯନ୍ତ୍ରୀ ସରକାରୀ ବୋଲେରୋରେ 3ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ନେଇ ଯାଉଥିବା ବେଳେ ନବରଙ୍ଗପୁର ଭିଜିଲାନ୍ସ ଦ୍ୱାରା ଅଟକ ଘଟଣା । ଶୁକ୍ରବାର ଭିଜିଲାନ୍ସ ବିଭାଗ ବିଭିନ୍ନ ବ୍ୟାଙ୍କକୁ ଯାଇ ତଦନ୍ତ କଲାପରେ ଜଣେ ସହକାରୀ ଯନ୍ତ୍ରୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏନେଇ କୋରାପୁଟ ଡିଭିଜନର ଭିଜିଲାନ୍ସ ଡିଏସ୍ପି ସୁରେନ୍ଦ୍ରନାଥ ପାଣିଗ୍ରାହୀ ସୂଚନା ଦେଇଛନ୍ତି l

nabarangpur itda je arrested by vigilance
ଆଇଟିଡିଏର ସହକାରୀ ଯନ୍ତ୍ରୀକୁ ଗିରଫ କଲା ଭିଜିଲାନ୍ସ

ସୂଚନାଥାଉକି, ନବରଙ୍ଗପୁର ଜିଲ୍ଲା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA )ର ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ମାଝୀ ସହ ଅନ୍ୟ ଦୁଇ ସହକାରୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରା ଓ ପ୍ରମୋଦ କୁମାର ପ୍ରଧାନ ନିଜ ଅଫିସ ବୋଲେରରେ ଏକ ବ୍ୟାଗରେ 3ଲକ୍ଷ 09 ହଜାର ଟଙ୍କା ନେଇ ନବରଙ୍ଗପୁର ଠାରୁ ପାପଡାହାଣ୍ଡି ଅଭିମୁଖେ ଯାଉଥିବା ବେଳେ ପାପଡାହାଣ୍ଡି ସ୍ଥିତ ମୃଗ ବିହାର ନିକଟରେ କୌଣସିସୂତ୍ରରୁ ଖବର ପାଇଁ ନବରଙ୍ଗପୁର ଭିଜିଲାସନ୍ସ ଗାଡିକୁ ଅଟକାଇଥିଲା l ବୋଲେରୋ ଭିତରେ ଯାଞ୍ଚ କରିବା ସମୟରେ ବ୍ୟାଗ ଭିତରେ 3ଲକ୍ଷ 09ହଜାର ଟଙ୍କା ଭିଜିଲାନ୍ସ ଠାବ କରାଯାଇଥିଲା l ପଚରାଉଚରା ସମୟରେ ଉକ୍ତ ବ୍ୟାଗ ପ୍ରମୋଦ କୁମାର ପ୍ରଧାନଙ୍କ ବୋଲି ଜଣାପଡିଥିଲେ ମଧ୍ୟ ଅନ୍ୟ ଦୁଇ ଯନ୍ତ୍ରୀଙ୍କ ଏଥିରେ ସମ୍ପୃକ୍ତି ଥାଇପାରେ ବୋଲି ସନ୍ଦେହ କରି ନବରଙ୍ଗପୁର ଭିଜିଲାନ୍ସ ତିନି ଯନ୍ତ୍ରୀଙ୍କୁ ଅଟକ ରଖିଥିଲା l

ଅନ୍ୟପଟେ ଏତେ ଟଙ୍କା ଧରି ସନ୍ଧ୍ୟା ସମୟରେ ନିଜ ଅଫିସ ବୋଲେରୋରେ ସେମାନେ କେଉଁଆଡେ ନେଇ ଯାଉଥିଲେ ଏବଂ କେଉଁଠାରୁ ଆଣିଲେ ତାହାକୁ ନେଇ ନବରଙ୍ଗପୁର ଭିଜିଲାନ୍ସ ତଦନ୍ତ ଚଳାଇଥିଲା l ପ୍ରାଥମିକ ତଦନ୍ତ ବେଳେ ଟଙ୍କା ବ୍ୟାଗ ପ୍ରମୋଦଙ୍କର ବୋଲି ଜାଣିବାକୁ ପାଇବା ପରେ ତାଙ୍କୁ ପଚରାଉଚରା କରିଥିଲା l ଗୁରୁବାର ସମସ୍ତ ଟଙ୍କା ତାଙ୍କର ଓ ସେ ବିଭିନ୍ନ ବ୍ୟାଙ୍କରୁ ଉଠାଣ କରିଥିବା କହିବାରୁ ଶୁକ୍ରବାର ନବରଙ୍ଗପୁର ସହର ସ୍ଥିତ ସମସ୍ତ ବ୍ୟାଙ୍କକୁ ଯାଇ ତାହାର ତଦନ୍ତ କରିଥିଲା ଭିଜିଲାନ୍ସ l ତଦନ୍ତରେ ପ୍ରମୋଦ ଗତ 15 ଦିନ ହେବ କୌଣସି ବ୍ୟାଙ୍କରୁ ଟଙ୍କା ଉଠାଇନଥିବା ଜାଣିବାକୁ ପାଇଥିଲା ଭିଜିଲାନ୍ସ l ତେଣୁ ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ପ୍ରଧାନଙ୍କ ନାମରେ ଭିଜିଲାନ୍ସ କେଶ ନମ୍ବର 28/20 ରେଜିଷ୍ଟ୍ରସନ କରି ଗିରଫ କରିବା ସହ କୋର୍ଟଚାଲାଣ କରିଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.