ETV Bharat / state

ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ କାଟ, ବାର ଆସୋସିଏସନର ଆନ୍ଦୋଳନ ଚେତାବନୀ

author img

By

Published : Jun 1, 2022, 8:57 AM IST

ପ୍ରବଳ ତାତି ସାଙ୍ଗକୁ ଅସମ୍ଭାଳ ହେଲାଣି ବିଦ୍ୟୁତ ବିଭ୍ରାଟ l ଟି.ପି. ଦକ୍ଷିଣାଞ୍ଚଳ ଓଡ଼ିଶା ବିତରଣ ଲିମିଟେଡ଼ ଅନ୍ତର୍ଗତ ନବରଙ୍ଗପୁର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଘେରିଛନ୍ତି ଜିଲ୍ଲା ବାର ଆସୋସିଏସନ ଏବଂ ଚାମ୍ବର ଅଫ କମର୍ସର କର୍ମକର୍ତ୍ତା l ଅଧିକ ପଢ଼ନ୍ତୁ

nabarangpur district bar association warned protest due to electricity problem
ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ କାଟ, ଜିଲ୍ଲା ବାର ଆସୋସିଏସନର ଆନ୍ଦୋଳନ ଚେତାବନୀ

ନବରଙ୍ଗପୁର: ଅସମ୍ଭାଳ ହେଲାଣି ବିଦ୍ୟୁତ ବିଭ୍ରାଟ l ପ୍ରବଳ ତାତି ସାଙ୍ଗକୁ ବାରମ୍ବାର ବିଦ୍ୟୁତ କାଟ ଲୋକଙ୍କୁ ବ୍ୟସ୍ତବିବ୍ରତ କରୁଛି । ଯାହାକୁ ନେଇ ଟି.ପି. ଦକ୍ଷିଣାଞ୍ଚଳ ଓଡ଼ିଶା ବିତରଣ ଲିମିଟେଡ଼ ଅନ୍ତର୍ଗତ ନବରଙ୍ଗପୁର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଘେରିଛନ୍ତି ଜିଲ୍ଲା ବାର ଆସୋସିଏସନ ଏବଂ ଚାମ୍ବର ଅଫ କମର୍ସର କର୍ମକର୍ତ୍ତା l

TPSODL ବିଭାଗକୁ ଅଧୀନକୁ ନେଲା ବେଳେ ଲୋକଙ୍କୁ ଉତ୍ତମ ବ୍ୟବସ୍ଥା ଯୋଗାଇବାର ଚୁକ୍ତି କରିଥିଲା । କିନ୍ତୁ ଦୀର୍ଘ ୩ ମାସ ହେବ ସହରରେ ବିନା କାରଣରେ ବାରମ୍ବାର ବିଦ୍ୟୁତ କାଟ ହେଉଛି । ସେପଟେ ଗାଁ ଗହଳି କଥା ନ କହିବା ଭଲ l ବିନା ବର୍ଷା ପବନରେ ବିଦ୍ୟୁତ କାଟ ହେଉଥିଲେ ମଧ୍ୟ କାଳବୈଶାଖୀର ରୂପ ଦେଉଛି ବିଦ୍ୟୁତ ବିଭାଗ l ପ୍ରବଳ ଗରମରେ ଘନ ଘନ ବିଦ୍ୟୁତ କାଟ ଏବେ ଲୋକଙ୍କ ପାଇଁ ଚିନ୍ତା ବଢ଼ାଇଛି ।

କାର୍ଯ୍ୟ କରୁନଥିବା ପୁରୁଣା ସରଞ୍ଜାମକୁ ଦୀର୍ଘ ବର୍ଷ ଧରି ପରିବର୍ତନ ନ କରି କେବଳ କାଗଜ କଲମରେ କାମ ସାରି ହାତ ବାନ୍ଧି ବିଦ୍ୟୁତ ବିଭାଗ ବସିଥିବାର ଅଭିଯୋଗ କରିଛନ୍ତି ଓକିଲ ସଙ୍ଘ l ଏହି ସମସ୍ତ ଅବ୍ୟବସ୍ଥାକୁ ନେଇ ନିର୍ବାହୀ ଯନ୍ତ୍ରୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିବା ପରେ ବିଭାଗକୁ ଏକ ମାସର ସମୟ ଦିଆଯାଇଛି l ଆଗକୁ ବର୍ଷା ଦିନ ଆସୁଥିବା ବେଳେ ଯଥାଶୀଘ୍ର ଏହି ଅବ୍ୟବସ୍ଥାର ସ୍ଥାୟୀ ସମାଧାନ ନକଲେ ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେବେ ବୋଲି ବଣିକ ଓ ଓକିଲ ସଙ୍ଘ ଚେତାବନୀ ଦେଇଛି l

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.