ETV Bharat / state

ଜିଲ୍ଲାପାଳଙ୍କ ମାନବିକତା ଯୁବକକୁ ଦେଲା ନୂଆ ଜୀବନ - ନବରଙ୍ଗପୁର ଜିଲ୍ଲାପାଳ

ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିବା ଯୁବକଙ୍କୁ ନିଜ ଖର୍ଚ୍ଚରେ ଗାଡି ଭଡା କରି ଡାକ୍ତରଖାନା ନେଇ ମାନବିକତାର ପରିଚୟ ଦେଲେ ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ ସିଂ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Aug 7, 2019, 6:01 PM IST

ନବରଙ୍ଗପୁର: ମାନବିକତା ଦେଖାଇଲେ ଜିଲ୍ଲାପାଳ । ଦୁର୍ଘଟଣାରେ ଗୁରୁତର ଏକ ଯୁବଚାଷୀଙ୍କୁ ନିଜ ଖର୍ଚ୍ଚରେ ଗାଡି ଭଡା କରି ପହଞ୍ଚାଇଲେ ଡାକ୍ତରଖାନା । ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ ସିଂଙ୍କ ମାନବିକତାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଏ ନେଇ ଜିଲ୍ଲାବାସୀଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି ଜିଲ୍ଲାପାଳ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଜିଲ୍ଲାପାଳ ଅଜିତ ସିଂ ଜନଶୁଣାଣି ପାଇଁ ସଦର ବ୍ଲକ ଅନ୍ତର୍ଗତ ସାନମସିଗାଁ ପଞ୍ଚାୟତକୁ ଯାଉଥିବା ବେଳେ ଜଣେ ଯୁବକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିବାର ଦେଖିଥିଲେ । ଘଟଣା ଜିଲ୍ଲାପାଳଙ୍କ ନଜରକୁ ଆସିବା ପରେ ସାଙ୍ଗେସାଙ୍ଗେ ସେ ଷ୍ଟ୍ରେଚର ଯୋଗେ ଯୁବକଙ୍କୁ ନେଇ ନିକଟରେ ଥିବା ସାନମସିଗାଁ ମେଡିକାଲରେ ଭର୍ତ୍ତି କରିଥିଲେ ।

ଚିକିତ୍ସା ପରେ ଯୁବକ ଜଣକ କଥା ହେବାରୁ ତାଙ୍କ ନାମ ଦେବରାଜ ମାଝୀ ହୋଇଥିବା ବେଳେ ସେ ଦେବରାଗୁଡା ନିବାସୀ ବୋଲି ଜଣା ପଡିଥିଲା । ଯୁବକ ଜଣକ ପେଶାରେ ଜଣେ ଚାଷୀ ହୋଇଥିବା ବେଳେ ନବରଙ୍ଗପୁର ସାପ୍ତାହିକ ହାଟରୁ ପରିବା ବିକ୍ରି କରି ଫେରୁଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କହିଥିଲେ । ତେବେ ସଠିକ ସମୟରେ ଜିଲ୍ଲାପାଳ ନିଜର ମାନବିକତାର ପରିଚୟ ଦେବା ସହ ଯୁବକଙ୍କୁ ଡାକ୍ତରଖାନା ନେବା ଦ୍ବାରା ସେ ଜୀବନ ଫେରି ପାଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଶୋଇ, ଇଟିଭି ଭାରତ

Intro:ସ୍ଲଗ - ଜିଲ୍ଲାପାଳ ଙ୍କ ମାନବିକତା, ଦୁର୍ଘଟଣା ଗ୍ରସ୍ତ ଚାଷୀ କୁ ମେଡିକାଲ କୁ ନେଇ ବଞ୍ଚାଇଲେ ତା ଜୀବନ ।
ଫର୍ମାଟ - ଏଭିଓ, ୦୭/୦୮/୧୯
ରିପୋର୍ଟ -- ତପନ ବିଷୋୟୀ, ନବରଙ୍ଗପୁର
------------------------------------------------
ଆଙ୍କର - ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ ମିଶ୍ର ଙ୍କ ବଦାନ୍ୟତା । ଦୁର୍ଘଟଣା ରେ ଗଭୀର ଆଘାତ ପ୍ରାପ୍ତ ଏକ ଯୁବ ଚାଷୀଙ୍କୁ ନିଜ ଖର୍ଚ୍ଚ ରେ ଗାଡି ଭଡା କରି ପହଞ୍ଚାଇଲେ ଡାକ୍ତରଖାନା । ଗତକାଲି ମାସ ର ପ୍ରଥମ ସୋମବାର ହୋଇଥିବାରୁ ଜିଲ୍ଲା କାର୍ଯ୍ୟାଳୟଠାରେ ଅଭିଯୋଗ ଶୁଣାଣି କରିଥିଲେ । ଅଭିଯୋଗ ଶୁଣାଣି ପରେ ଅପରାହ୍ନ ସମୟରେ ସଦର ବ୍ଲକ ଅନ୍ତର୍ଗତ ସାନମସିଗାଁ ପଞ୍ଚାୟତ କୁ ଜନଶୁଣାଣୀ ପାଇଁ ଯାଉଥିଲେ । ଏହି ସମୟରେ କୋଡ଼ିଗାଁ ଓ ସାନ ମସିଗାଁ ଛକ ନିକଟରେ ଏକ ଯୁବକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିଲେ ଘଟଣା ଟି ଜିଲ୍ଲାପାଳ ଙ୍କ ନଜରକୁ ଆସିବାରୁ ତୁରନ୍ତ ଜିଲ୍ଲାପାଳ ଗାଡି ଅଟକାଇ ସେହି ଘଟଣା ସ୍ଥଳକୁ ଯାଇ ଯୁବକ ଙ୍କ ଦୁର୍ଘଟଣା ହୋଇଯାଇଥିବା ଓ ତାର ପାଟିରୁ ରକ୍ତ ଶ୍ରାବ ହେଉଥିଲା । ଗଭୀର କ୍ଷତ ଯୋଗୁଁ ସେ କିଛି ଦୁର୍ଘଟଣା ସମ୍ପର୍କରେ କିଛି କହିପାରିନଥିଲେ । ଜିଲ୍ଲାପାଳ ନିକଟରେ ଥିବା ସାନମସିଗାଁ ମେଡିକାଲ ରୁ ଷ୍ଟ୍ରେଚର ମଗାଇ ସାନମସିଗାଁ ମେଡିକାଲ ରେ ଭର୍ତି କରିଥିଲେ । ସାନମସିଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଯୁବକ ଜଣକ କଥା ହୋଇପାରିଥିଲେ । ସେତେବେଳେ ଜିଲ୍ଲାପାଳ ଜାଣିବାକୁ ପାଇଥିଲେ ଯେ ଆହତ ଯୁବକ ଜଣକ ଦେବରାଗୁଡା ର ଦେବରାଜ ମାଝୀ । ପେଶା ରେ ସେ ଜଣେ ଚାଷୀ । ପାରିବା, ଧାନ, ଓ ଆଖୁ ଚାଷ କରନ୍ତି ସେ ଓ ତାଙ୍କ ପରିବାର ଗୁଜୁରାଣ ମେଣ୍ଟାନ୍ତି । ସେ ନବରଙ୍ଗପୁର ସାପ୍ତାହିକ ହାଟରୁ ପରିବା ବିକ୍ରି କରି ଫେରୁଥିବା ବେଳେ ଦୁର୍ଘଟଣା ର ସମ୍ମୁଖୀନ ହୋଇଥିଲେ । ଏବଂ ଦୁର୍ଘଟଣା ସମ୍ପର୍କରେ କିଛି କହିପାରିନଥିଲେ ଆହତ ଯୁବ ଚାଷୀ । ଏବଂ ଦୁର୍ଘଟଣା ସମ୍ପର୍କରେ ତାଙ୍କ ପରିବାର ଙ୍କୁ ଆଶା କର୍ମୀ ଙ୍କ ଦ୍ଵାରା ଖବର ଦେଇଥିଲେ । ଏବଂ ନିଜେ ଉପସ୍ଥିତ ରହି ତାଙ୍କ ଚିକିତ୍ସା କରାଇଥିଲେ । ଜଣାଶୁଣାଣି ପରେ ପୁନର୍ବାର ମେଡିକାଲ କୁ ଆସି ତାଙ୍କ ଅବସ୍ଥା ପଚାରି ବୁଝିଥିଲେ । ଯଦି ଆବଶ୍ୟକ ପଡେ ତେବେ ବଡ଼ ମେଡିକାଲ କୁ ନେବାର ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସଠିକ ସମୟରେ ଆହତଙ୍କୁ ମେଡିକାଲ ନେବା ଦ୍ୱାରା ତାଙ୍କ ଜୀବନ ବଞ୍ଚିଯାଇଛି । ଯାହାଫଳରେ ଯୁବକ ଙ୍କ ଜୀବନ ବଞ୍ଚିଯାଇଥିଲା । ଜିଲ୍ଲାପାଳ ଙ୍କ ଏହି ବଦାନ୍ୟତା କୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ଏବଂ ଜିଲ୍ଲାବାସୀ ଜିଲ୍ଲାପାଳ ଙ୍କ ଉକ୍ତ କାର୍ଯ୍ୟକୁ ନେଇ ଭୁରୀ ଭୁରୀ ପ୍ରଶଂସା କରୁଛନ୍ତି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.