ETV Bharat / state

Panchayat Election: ଚନ୍ଦାହାଣ୍ଡିରେ ପ୍ରସ୍ତୁତି ଶେଷ - ନବରଙ୍ଗପୁରରେ ନିର୍ବାଚନ ପ୍ରସ୍ତୁତି

ଚନ୍ଦାହାଣ୍ଡି ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତି ପର୍ଯ୍ୟାୟ ଶେଷ । ଅଧିକ ପଢନ୍ତୁ

Panchayat Election: ଚନ୍ଦାହାଣ୍ଡିରେ ପ୍ରସ୍ତୁତି ଶେଷ

author img

By

Published : Feb 16, 2022, 7:44 AM IST

ନବରଙ୍ଗପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବୁଧବାର ନବରଙ୍ଗପୁର ଜିଲ୍ଲା ଝରିଗାଁ ଓ ଚନ୍ଦାହାଣ୍ଡି ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ଭୋଟ ଗ୍ରହଣ ଠାରୁ ଗଣତି ପର୍ଯ୍ୟନ୍ତ ଶୃଙ୍ଖଳିତ ଭାବେ ନିର୍ବାଚନ କାର୍ଯ୍ୟ ସୁପରିଚାଳନା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଗୁରୁତ୍ବ ଦିଆଯାଇଛି । ସୋମବାର ଜିଲ୍ଲାପାଳ କମଳଲୋଚନ ମିଶ୍ର ଝରିଗାଁ ଚନ୍ଦାହାଣ୍ଡି ଗସ୍ତ କରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କିପରି ପ୍ରସ୍ତୁତ ହୋଇଛି ତାହା ଅନୁଧ୍ୟାନ କରିଛନ୍ତି ।

Panchayat Election: ଚନ୍ଦାହାଣ୍ଡିରେ ପ୍ରସ୍ତୁତି ଶେଷ

ଜିଲ୍ଲାପାଳଙ୍କ ସହ ପିଡି ଡିଆରଡିଏ ରତ୍ନାକର ସାହୁ, ଡିଆରଡିଏ ପ୍ରୋଗ୍ରାମ୍ ଅଫିସର ରାଜେଶ ପଟ୍ଟନାୟକ, ଡିଆରଡିଏ ସୁଧାଂଶୁ ଶେଖର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ମଙ୍ଗଳବାର ଝରିଗାଁ ଚନ୍ଦାହାଣ୍ଡିରେ ପୋଲିଂ ପାର୍ଟି ପହଞ୍ଚି ନିଜ ନିର୍ଦ୍ଧାରିତ ବୁଥକୁ ପହଁଞ୍ଚିବା ପାଇଁ ସଜବାଜ ଆରମ୍ଭ କଲେଣି । ସେହିପରି ଅଞ୍ଚଳରେ କିପରି ଶୃଙ୍ଖଳିତ ମତଦାନକୁ ଗୁରୁତ୍ବ ଦେବା ନେଇ ଜିଲ୍ଲାପାଳ ବ୍ଲକ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟ ନିର୍ବାଚନ କମିଶନଙ୍କ କୋଭିଡ୍ ଗାଇଡଲାଇନ୍ ଅନୁସାରେ ମତଦାନ ସୁନିଶ୍ଚିତ କରାଯିବ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.