ନବରଙ୍ଗପୁର: କୋରୋନାରେ ଆଖୁବୁଜିଲେ ନବରଙ୍ଗପୁର ଜିଲ୍ଲାପାଳଙ୍କ ଡ୍ରାଇଭର। ଏନେଇ ଗୁରୁବାର ରାତିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶୋକସଭା ପାଳିତ ହୋଇଛି। ମୃତ ଡ୍ରାଇଭର ହେଲେ ନିରଞ୍ଜନ ସୁନା। ତାଙ୍କ ଭୁବନେଶ୍ୱର ଠାରେ ଚିକିତ୍ସାଧୀନ ଅବସ୍ଥାରେ ଅକାଳ ବିୟୋଗ ହୋଇଯାଇଛି। ଦୁଃଖଦ ଖବର ଶୁଣି ଜିଲ୍ଲାପାଳ, ଡକ୍ତର ଅଜିତ କୁମାର ମିଶ୍ର ଗଭୀର ଶୋକ ପ୍ରକାଶ କରିବା ସହିତ ସ୍ୱର୍ଗତ ସୁନାଙ୍କଙ୍କ ଉଦ୍ଧେଶ୍ୟରେ ଏକ ଶୋକସଭା କାର୍ଯ୍ୟାଳୟରେ ସାମାଜିକ ଦୂରତା ରକ୍ଷା କରି ପାଳନ କରାଯାଇଛି।
![କୋରୋନାରେ ଆଖିବୁଝିଲେ ନବରଙ୍ଗପୁର ଜିଲ୍ଲାପାଳଙ୍କ ଡ୍ରାଇଭର, 2 ମିନିଟ୍ ନୀରବ ପ୍ରାଥର୍ନା](https://etvbharatimages.akamaized.net/etvbharat/prod-images/od-ngp-corana-collector-draiver-death-7204279_24092020200626_2409f_1600958186_148.jpg)
ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ନିମାଇ ଚରଣ ସୁତାର, ଅତିରିକ୍ତ ଜିଲ୍ଲାପାଳ ସମସ୍ତ ଡେପୁଟି କଲେକ୍ଟର, ସମସ୍ତ ଆସିସିଷ୍ଟାଣ୍ଟ କଲେକ୍ଟର୍, DIO, ବିଶ୍ୱ ରଞ୍ଜନ ଭୁକ୍ତା, ଜିଲ୍ଲା କ୍ରୀଡା ଅଧିକାରୀ ମହେନ୍ଦ୍ର ସାହୁ ଉପସ୍ଥିତ ଥିଲେ।
ସେହିପରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସାହାୟକ ଏ, ସୁରେଶଙ୍କ ସହିତ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ ଅନ୍ୟ ସରକାରୀ କର୍ମଚାରୀ ଉପସ୍ଥିତ ରହି ଦିବଙ୍ଗତ ସହକର୍ମୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ 2 ମିନିଟ ନୀରବ ପ୍ରାର୍ଥନା କରିଥିଲେ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ