ETV Bharat / state

20ବର୍ଷର ସେବାକୁ ସମ୍ମାନ, ସେବତୀ ପାଇବେ ଫ୍ଲୋରେନ୍ସ ନାଇଟଆଙ୍ଗେଲ ପୁରସ୍କାର

author img

By

Published : Jun 9, 2023, 1:48 PM IST

ନବରଙ୍ଗପୁର ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି ସେବିକା ସେବତୀ ସାହୁ । ଚଳିତ ବର୍ଷ ଫ୍ଲୋରେନ୍ସ ନାଇଟଆଙ୍ଗେଲ ପୁରସ୍କାର ପାଇବେ ସେବତୀ । ଅଧିକ ପଢନ୍ତୁ

nabarangapur health worker sebati sahoo
ସେବତୀ ପାଇବେ ଫ୍ଲୋରେନ୍ସ ନାଇଟଆଙ୍ଗେଲ ପୁରସ୍କାର

ନବରଙ୍ଗପୁର: କଥାରେ ଅଛି ମାନବ ସେବା ହିଁ ମାଧବ ସେବା । ଲୋକଙ୍କ ସେବା ମନୋବୃତ୍ତି ରଖିଥିବା ମଣିଷଟିଏ ସବୁବେଳେ ଅନ୍ୟ ପାଇଁ ନିଜ ସମୟ ଓ ଶ୍ରମ ଉଭୟ ଦାନ କରିଥାଏ । ଅନ୍ୟର ମୁହଁରେ ଟିକିଏ ହସ ଦେଖିଲେ ତାକୁ ଆତ୍ମସନ୍ତୁଷ୍ଟି ମିଳିଥାଏ । ଆଉ ସେଇ ସେବା ପାଇଁ ଯଦି ତାକୁ ସମ୍ମାନରେ ସମ୍ମାନିତ କରାଯାଏ ତାହେଲେ ଜୀବନ ସାର୍ଥକ ହେଲା ଭଳି ମନେ ହୁଏ । ସେବାରୁ ଜୀବନର ବ୍ରତ କରି ନବରଙ୍ଗପୁର ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି ଜିଲ୍ଲୀ ଚିକିତ୍ସାଳୟର ସେବତୀ ସାହୁ । ଦୀର୍ଘ 20 ବର୍ଷ ଧରି ସେବତୀଙ୍କ ସେବାକୁ ସମ୍ମାନ ମିଳିଛି । ଚଳିତ ବର୍ଷ ଫ୍ଲୋରେନ୍ସ ନାଇଟଆଙ୍ଗେଲ ପୁରସ୍କାର ପାଇବେ ସେବତୀ ।

ଉନ୍ନତ ସେବା ପାଇଁ ରାଷ୍ଟ୍ରପତିଙ୍କ ଦ୍ରୌପଦୀ ମୁର୍ମୁଙ୍କ ହାତରୁ ସମ୍ମାନିତ ହେବେ ସେବତୀ ସାହୁ । ଜିଲ୍ଲା ସଦର ମହକୁମା ଠାରେ ଥିବା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ବିଭାଗରେ କାର୍ଯ୍ୟରତ ନର୍ସିଂ ଅଫିସର ସେବତୀ ସାହୁ ରାଷ୍ଟ୍ରପତିଙ୍କ ଠାରୁ ସେବା ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । 50 ବର୍ଷୀୟ ସେବତୀ ସାହୁ ବୟସ ଜୀବନର ପ୍ରଥମ ଭାଗରେ 8 ବର୍ଷ ଘରୋଇ ଡାକ୍ତରଖାନାରେ କାର୍ଯ୍ୟ କରୁଥିଲେ । ପରେ ଆଜିକୁ 20 ବର୍ଷ ହେଲା ସରକାରୀ ଡାକ୍ତରଖାନାରେ କାର୍ଯ୍ୟ କରି ଆସୁଛନ୍ତି । 20 ବର୍ଷ ହେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରିଛନ୍ତି ସେବତୀ । ଏହା ସହିତ ବିଭିନ୍ନ ଏନଜିଓ ଦ୍ୱାରା ଗ୍ରାମ ବିକାଶ କାର୍ଯ୍ୟ ଅପହଞ୍ଚ ଇଲାକାରେ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହିତ ସେବା ଯୋଗାଇ ଆସୁଛନ୍ତି ।

ଡାକ୍ତରଖାନାକୁ ରୋଗୀ ଟିଏ ଆସିଲେ ରୋଗୀ ଭଲ ନ ହେବା ଯାଏଁ ସେବାରେ ଲାଗିପଡ଼ନ୍ତି ସେବତୀ । ରୋଗୀ ଜଣକ ଭଲ ହୋଇ ଘରକୁ ଯିବା ଦେଖି ଭାବ ବିଭଳ ହୋଇପଡନ୍ତି ସେ । କୋଭିଡ ସମୟରେ ଅନେକ କାର୍ଯ୍ୟ କରିଛନ୍ତି । ଯାହାପାଇଁ ଜିଲ୍ଲା ପ୍ରଶାସନ ଦ୍ବାରା ସମ୍ମାନିତ ମଧ୍ୟ ହୋଇଛନ୍ତି । ସ୍ୱାସ୍ଥ୍ୟକ୍ଷେତ୍ରରେ ରିସର୍ଜ ଜାରି ରଖିବା ସହ ସ୍ୱାସ୍ଥ୍ୟକୁ ନେଇ କବିତା ଓ ଗଳ୍ପ ମଧ୍ୟ ଲେଖନ୍ତି ସେବତୀ । ଆଜି ତାଙ୍କୁ ଏତେ ବଡ଼ ସମ୍ମାନ ତାହା ପୁଣି ମହାମହିମ ରାଷ୍ଟ୍ରପତିଙ୍କ ହାତରୁ ମିଳିବାକୁ ଯାଉଛି । ଆସନ୍ତା 19 ତାରିଖରେ ନୂଆଦିଲ୍ଲୀରେ ରାଷ୍ଟ୍ରପତି ସେବତୀଙ୍କୁ ସମ୍ମାନିତ କରିବେ ।

ସେବତୀଙ୍କୁ ଏହି ସମ୍ମାନ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ । ଯାହାକୁ ନେଇ କାମ କରିବାର ଇଚ୍ଛା ମଧ୍ୟ ଦ୍ବିଗୁଣିତ ହେବାର ଆଶା ରଖିଛନ୍ତି ନର୍ସିଙ୍ଗ ଛାତ୍ରୀମାନେ । ଏହି ସମ୍ମାନ ହେଉଛି କର୍ମର ଫଳ ଯାହାକୁ ନେଇ ପୁରା ଜିଲ୍ଲା ଆଜି ଗର୍ବିତ ବୋଲି କହିଛନ୍ତି ମୁଖ୍ୟ ଚିକିତ୍ସାଧିକାରୀ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.