ETV Bharat / state

ଜଳବନ୍ଦୀ ଅଞ୍ଚଳରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ଜଙ୍ଗଲ ରାସ୍ତା ପାର କରି ଲୋକଙ୍କ ଦୁଃଖ ଶୁଣିଲେ - ias anya das

ଜଳବନ୍ଦୀ ହୋଇ ମୁଖ୍ୟସ୍ରୋତରୁ ବଞ୍ଚିତ ନବରଙ୍ଗପୁରର ୫ଟି ଗାଁ । ମୌଳିକ ସୁବିଧାରୁ ବିଚ୍ଛିନ୍ନ ଗାଁ ପରିଦର୍ଶନ କେଲେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ । ଅଧିକ ପଢ଼ନ୍ତୁ

ମୁଖ୍ୟତ୍ସୋତରୁ ବିଚ୍ଛିନ୍ନ ନବରଙ୍ଗପୁରର ୫ଟି ଗାଁ

author img

By

Published : Mar 19, 2023, 7:58 AM IST

ବର୍ଷ ବର୍ଷ ଧରି ଜଳବନ୍ଦୀ ହୋଇ ରହିଛି ୫ଟି ଗାଁ

ନବରଙ୍ଗପୁର: ବର୍ଷ ବର୍ଷ ଧରି ଜଳବନ୍ଦୀ ହୋଇ ରହିଛି ୫ଟି ଗାଁ । ନା ଅଛି ରାସ୍ତା ନା ମିଳୁଛି ମୌଳିକ ସୁବିଧା । ମୁଖ୍ୟସ୍ରୋତରୁ ବିଚ୍ଛିନ୍ନ ଏହି ଗାଁରେ ବସବାସ କରନ୍ତି ଶତାଧିକ ପରିବାର । ବିକାଶ ପାଇଁ ଯାତାୟାତ ବାଧକ ସାଜିଛି । ଶାସକ ତଥା ପ୍ରଶାସକ ସେମାନଙ୍କ ଅସୁବିଧା ନେଇଁ ହୃଦୟଙ୍ଗମ କରିଥିଲେ ହେଁ ବିସ୍ତିର୍ଣ୍ଣ ଇନ୍ଦ୍ରାବତୀ ଜଳ ଭଣ୍ଡାର ବିକାଶ ପାଇଁ ପ୍ରତିବନ୍ଧକ ସାଜୁଛି । ଏହି କ୍ରମରେ ନବରଙ୍ଗପୁର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନ୍ୟା ଦାସ ଜଳବନ୍ଦୀ ଅଞ୍ଚଳରେ ପହଞ୍ଚି ଲୋକଙ୍କ ଜୀବନ ଶୈଳୀ ତଥା ଅଞ୍ଚଳର ବିକାଶ ନେଇ ତଦାରଖ କରି ଫେରିଥିବା ଜଣାପଡିଛି ।

ସେଠାରୁ ଚାରି କିଲୋମିଟର ଜଙ୍ଗଲ ପାହାଡ଼ ରାସ୍ତାରେ ଚାଲି ଚାଲି ଗୁରୁମାଇଁ ଗୁଡା ଗ୍ରାମରେ ପହଞ୍ଚି ଲୋକଙ୍କ ଜୀବନ ଶୈଳୀ ବିଷୟରେ ପଚାରି ବୁଝିଥିଲେ । ଗୁରୁମାଇଁ ଗୁଡାରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ଯାଇ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନ୍ୟା ଦାସ ପିଲାଙ୍କୁ କିଛି ସମୟ ଧରି ପଠା ପଢାଇଥିଲେ । ବହୁବର୍ଷ ଧରି ଜଳବନ୍ଦୀ ଅଞ୍ଚଳରେ ଗମନାଗମନ, ବିଜୁଳି ପାନୀୟଜଳ ତଥା ଜୀବିକା କ୍ଷେତ୍ରରେ ଅନେକ ସମସ୍ୟା ଦେଖାଦେଇଥିବା ଗ୍ରାମବାସୀ ପ୍ରକାଶ କରିଥିଲେ । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସମେତ ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ମଞ୍ଚାଗାଁ ପଞ୍ଚାୟତ ଅନ୍ତର୍ଗତ ଢ଼େପଗୁଡା ଜଳ ଭଣ୍ଡାର ପଠାରେ ପହଞ୍ଚିଥିଲେ । ଢ଼େପଗୁଡା ଜଳ ଭଣ୍ଡାର ପଠାରୁ ଏକ ଯନ୍ତ୍ର ଚାଳିତ ବୋଟ ଯୋଗେ ପ୍ରାୟ ପାଞ୍ଚ କିଲୋମିଟର ଜଳ ଯାତ୍ରା କରି ଘାଟଗୁଡା ନିକଟରେ ପହଞ୍ଚିଥିଲେ ।

ସେଠାରୁ ଚାରି କିଲୋମିଟର ଜଙ୍ଗଲ ପାହାଡ଼ ରାସ୍ତାରେ ଚାଲି ଚାଲି ଗୁରୁମାଇଁ ଗୁଡା ଗ୍ରାମରେ ପହଞ୍ଚି ଲୋକଙ୍କ ଜୀବନ ଶୈଳୀ ବିଷୟରେ ପଚାରି ବୁଝିଥିଲେ । ଗୁରୁମାଇଁ ଗୁଡାରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ଯାଇ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନ୍ୟା ଦାସ ପିଲାଙ୍କୁ କିଛି ସମୟ ଧରି ପଠା ପଢାଇଥିଲେ । ବହୁବର୍ଷ ଧରି ଜଳବନ୍ଦୀ ଅଞ୍ଚଳରେ ଗମନାଗମନ, ବିଜୁଳି, ପାନୀୟଜଳ ତଥା ଜୀବିକା କ୍ଷେତ୍ରରେ ଅନେକ ସମସ୍ୟା ଦେଇ ଗତି କରୁଥିବା ଗ୍ରାମବାସୀ ନିଜ ଦୁଃଖ ଜଣାଇଥିଲେ ।

ତେବେ ଜଳ ଭଣ୍ଡାର ଅପର ପାର୍ଶ୍ବରେ ଥିବା ଘାଟଗୁଡା ନଦୀ ପଠାରୁ ଗୁରୁମାଇଁ ଗୁଡା ଗ୍ରାମ ପର୍ଯ୍ୟନ୍ତ ଦୀର୍ଘ ଚାରି କିଲୋମିଟର ରାସ୍ତା ନିର୍ମାଣ ପାଇଁ ବିଡ଼ିଓ ଭୋଇଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଜଳବନ୍ଦୀ ପାଞ୍ଚ ଖଣ୍ଡ ଗ୍ରାମକୁ ସଂଯୋଗୀ କରଣ ରାସ୍ତା ନିର୍ମାଣ ସହ ପାନୀୟ ଜଳ ଓ ବିଜୁଳି ବ୍ୟବସ୍ଥା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ନେଇ ଉନ୍ନୟନ ଅଧିକାରୀ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.