ETV Bharat / state

ରୋଗରେ ପୀଡ଼ିତ ହୋଇ ଚାଲିଗଲା ଝିଅ, ସଞ୍ଚିଥିବା ୫ ଲକ୍ଷ ଟଙ୍କା ଦାନ କରିଦେଲେ ମାଆ - ଝିଅ ପାଇଁ ସଞ୍ଚିଥିବା ଟଙ୍କାକୁ ଦାନ କଲେ ମାଆ

ଏକ ମାତ୍ର ଝିଅର ଉଜ୍ଜଳ ଭବିଷ୍ୟତ ପାଇଁ ଟଙ୍କା ସଞ୍ଚିଥିଲେ ମାଆ । ହେଲେ ରକ୍ତ ଶିଙ୍କୁଳି ବା ସିକିଲ୍‌ ସେଲ୍‌ ରୋଗରେ ପୀଡ଼ିତ ହୋଇ ଝିଅ ଚାଲିଗଲା । ମୃତ ଝିଅର ସ୍ମୃତିରେ ମାଆ ସଞ୍ଚି ରଖିଥିବା ସମସ୍ତ ଅର୍ଥକୁ ଜିଲ୍ଲା ରେଡକ୍ରସ୍‌ ପାଣ୍ଠିକୁ ଦାନ କରିଦେଲେ । ଅଧିକ ପଢ଼ନ୍ତୁ

ଝିଅ ପାଇଁ ସଞ୍ଚିଥିବା ଟଙ୍କାକୁ ଦାନ କଲେ ମାଆ
ଝିଅ ପାଇଁ ସଞ୍ଚିଥିବା ଟଙ୍କାକୁ ଦାନ କଲେ ମାଆ
author img

By ETV Bharat Odisha Team

Published : Sep 5, 2023, 6:44 AM IST

ଝିଅ ପାଇଁ ସଞ୍ଚିଥିବା ଟଙ୍କାକୁ ଦାନ କଲେ ମାଆ

ନବରଙ୍ଗପୁର: ମହାନତା ଦେଖାଇଲେ ଶିକ୍ଷୟିତ୍ରୀ । ମୃତ ଝିଅର ମେଧାବୀ ପୁରସ୍କାର ରାଶି ସହିତ ପାଞ୍ଚ ଲକ୍ଷ ଟଙ୍କାକୁ ଜିଲ୍ଲା ରେଡକ୍ରସ୍‌ ପାଣ୍ଠିକୁ ଦାନ କରିଦେଲେ । ନବରଙ୍ଗପୁର ଜିଲ୍ଲାପାଳ ଚେକ ଆକାରରେ ଏହି ଅର୍ଥ ଗ୍ରହଣ କରିଛନ୍ତି । ଶିକ୍ଷୟିତ୍ରୀ ରଶ୍ମିତା ସେଠୀଙ୍କ ଝିଅ ଦିବ୍ୟମୟୀ ପତିକା ସିକିଲ୍‌ ସେଲ୍‌ ରୋଗରେ ପୀଡ଼ିତ ଥିଲେ । ଅଳ୍ପ ବୟସରେ ଗତ ଛଅ ମାସ ତଳେ ତାଙ୍କର ମୃତ୍ୟୁ ଘଟିଥିଲା । ତେଣୁ ତାଙ୍କ ନାମରେ ଥିବା ସବୁ ମେଧାବୀ ପୁରସ୍କାର ରାଶି ଓ ସଞ୍ଚିତ ଅର୍ଥକୁ ଦାନ କରିଥିବା ଶିକ୍ଷୟିତ୍ରୀ ଜଣକ ପ୍ରକାଶ କରିଛନ୍ତି । ଶିକ୍ଷୟିତ୍ରୀଙ୍କ ଏହି ମହାନ କାର୍ଯ୍ୟକୁ ନେଇ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।

ମଣିଷ ପଣିଆର ଏକ ଜ୍ୱଳନ୍ତ ଉଦାହରଣ ପାଲଟି ଯାଇଛନ୍ତି ରଶ୍ମିତା ସେଠୀ । ପେଶାରେ ସେ ଜଣେ ଶିକ୍ଷୟିତ୍ରୀ । ରଶ୍ମିତା ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡ଼ା ପଞ୍ଚାୟତର ମିରଗାନଗୁଡ଼ାରେ ବାସ କରନ୍ତି । ନିଜର ଏକ ମାତ୍ର ଝିଅ ପାଇଁ ସଞ୍ଚିଥିବା ସବୁ ଧନକୁ ଆଜି ଦାନ କରିଦେଇଛନ୍ତି । ରଶ୍ମିତାଙ୍କ ଝିଅ ଦିବ୍ୟମୟୀ ଜଣେ ରକ୍ତ ଶିଙ୍କୁଳି ରୋଗୀ ଥିଲେ । ଅନେକ ଚିକିତ୍ସା ପରେ ମଧ୍ୟ ଡାକ୍ତର ତାଙ୍କୁ ବଞ୍ଚାଇବାରେ ସଫଳ ହୋଇପାରିନଥିଲେ । ଝିଅକୁ ରଶ୍ମିତା ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ । ସେ ତ ଏହି ଦୁନିଆରେ ନାହାନ୍ତି, ତାଙ୍କ ପାଇଁ ସଞ୍ଚିଥିବା ଅର୍ଥକୁ ସେ ପାଖରେ ରଖି କଣ କରିବେ ବୋଲି ଭାବିଥିଲେ । ତେଣୁ ଝିଅ ପାଇଥିବା ମେଧାବୀ ପୁରସ୍କାର ରାଶି ସହିତ ସଞ୍ଚିଥିବା ଟଙ୍କାକୁ ଗରିବ ପିଲାଙ୍କ କାମରେ ଲଗାଇବାକୁ ସେ ମନସ୍ତ କରିଥିଲେ । ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ପହଞ୍ଚି 5 ଲକ୍ଷ ଟଙ୍କାକୁ ନବରଙ୍ଗପୁର ରେଡକ୍ରସ୍‌ରେ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତିରେ ପ୍ରଦାନ କରିଛନ୍ତି । ଏନେଇ ରଶ୍ମିତା କହିଛନ୍ତି, "ଝିଅ ସିନା ବଞ୍ଚି ପାରିଲାନି କିନ୍ତୁ ଏହି ଅର୍ଥରେ କିଛି ଗରିବ ପିଲାଙ୍କୁ ସହଯୋଗ କରିହେବ । ପିଲାଙ୍କ ଚିକିତ୍ସାରେ ଲାଗି ପାରିବ । ଏହାଦ୍ବାରା ଝିଅର ଆତ୍ମାକୁ ଶାନ୍ତି ମିଳିବ ।"

ଏହା ମଧ୍ୟ ପଢ଼ନ୍ତୁ: ମୌସୁମୀଙ୍କ ମହାନତା: ସ୍ୱାମୀଙ୍କ ଚିକିତ୍ସା ସହାୟତା ରାଶିରୁ ବଳିଥିବା 40 ଲକ୍ଷ ଟଙ୍କା କଲେ ଦାନ

ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍‌ ସୁଶ୍ରୀଙ୍କ ଉପସ୍ଥିତିରେ ଏହି ଚେକ୍‌ ଗ୍ରହଣ କରିଥିଲେ । ଏଥିସହ ମୃତା ଦିବ୍ୟମୟୀଙ୍କ ଆତ୍ମାର ସଦଗତି କାମନା କରିଥିଲେ । ଯେଉଁ ମହତ୍‌ ଉଦ୍ଦେଶ୍ୟ ନେଇ ରଶ୍ମିତା ଏହି ଅର୍ଥ ଦାନ କରିଛନ୍ତି ନିଶ୍ଚିତ ଭାବେ ସାଧନା ହେବ ଏବଂ ଅସହାୟଙ୍କ ସାହାଯ୍ୟରେ ଅର୍ଥ ବିନିଯୋଗ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ରଶ୍ମିତାଙ୍କ ଏହି ବଦାନ୍ୟତାକୁ ନେଇ ବିଭିନ୍ନ ମହଲରୁ ପ୍ରଶଂସାର ଛୁଅ ଛୁଟିଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.