ETV Bharat / state

ମୋବାଇଲ ଚାର୍ଜ ବେଳେ ବିଦ୍ୟୁତ ଆଘାତରେ ନାବାଳକ ମୃତ - ଚାଲିଗଲା ଜୀବନ

ମୋବାଇଲ ବ୍ୟାଟେରି ଖୋଲି ଚାର୍ଜ କରିବା ବେଳେ ଘଟିଲା ଅଘଟଣ । ବ୍ୟାଟେରି ଫାଟିବା ସହ ନାବାଳକଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି ।

ବିଦ୍ୟୁତ ଆଘାତ
ବିଦ୍ୟୁତ ଆଘାତ
author img

By

Published : Dec 10, 2019, 6:47 PM IST

ନବରଙ୍ଗପୁର: ଡାବୁଗାଁ ଥାନା ଅନ୍ତର୍ଗତ ଚେରଚେଟିଆଗୁଡ଼ା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ମୋବାଇଲ ଚାର୍ଜ ବସାଇବା ସମୟରେ ନାବାଳକଙ୍କ ମୃତ୍ୟୁ ଘଟିଛି । ସନାଧର ଭତରା ନାମକ ଜଣେ ନାବାଳକ ମୋବାଇଲ ଚାର୍ଜ ବସାଇବା ସମୟରେ ବିଦ୍ୟୁତ୍ ଆଘାତରେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି । ଖବର ପାଇ ଡାବୁଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ମୋବାଇଲ ଚାର୍ଜ ବେଳେ ବିଦ୍ୟୁତ ଆଘାତରେ ନାବାଳକ ମୃତ

ମୃତ ଯୁବକ ଜଣକ ପୁଜାରିଗୁଡ଼ାର ସନାଧର ଭତରା (17 ) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଡାବୁଗାଁ ଥାନା ଅନ୍ତର୍ଗତ ପୂଜାରୀଗୁଡ଼ା ଗ୍ରାମର ଜୟରାମ ଭତରାର ପୁଅ ସନାଧର ଭତରା ନିକଟସ୍ଥ ଚେରଚେଟିଆ ଗୁଡ଼ା ଗ୍ରାମରେ ଥିବା ଭଉଣୀ ବଗ ଭତରା ଘରେ 3 ବର୍ଷ ହେଲା ରହି ଆସୁଥିଲେ । ସୋମବାର ସନାଧର ଭତରା ସାଙ୍ଗ ମାନଙ୍କ ସହ ଡାବୁଗାଁ ଥାନା ମେଦନା ଗ୍ରାମକୁ ଦଶହରା ହାଟ ବୁଲିବାକୁ ଯାଇଥିଲା । ମଙ୍ଗଳବାର ସକାଳ ପ୍ରାୟ 7.30ଟା ସମୟରେ ସନାଧର ମୋବାଇଲ ବ୍ୟାଟେରିକୁ କାଢି ବିଦ୍ୟୁତ ତାରରେ ଚାର୍ଜ କରୁଥିଲା । ଏହି ସମୟରେ ମୋବାଇଲ ବ୍ୟାଟେରି ଫାଟିଥିଲା । ଫଳରେ ଏଥିରେ ସନାଧର ଡାହାଣ ହାତ ପାପୁଲି ଫାଟି ଯାଇଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା ।

ସନାଧରର ମୃତ୍ୟୁ ପରେ ପରିବାର ଲୋକେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ । ପରେ ପୋଲିସ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ରିପୋର୍ଟ-ତପନ କୁମାର ବିଷୟି, ନବରଙ୍ଗପୁର
###ମୋବାଇଲ ଚାର୍ଜ କରିବା ବେଳେ ବିଦ୍ୟୁତ ଆଘାତରେ ଯୁବକ ର ମୃତ୍ୟୁ ### ଡାବୁଗାଁ ତା 10/12/19 ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଚେରଚେଟିଆଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା କ୍ରମରେ ଜଣେ ଯୁବକ ମୋବାଇଲ ଚାର୍ଜ ବସାଇବା ସମୟରେ ବିଦ୍ୟୁତ୍ ଆଘାତ ଘଟି ଘଟଣା ସ୍ଥଳରେ ତାର ମୃତ୍ୟୁ ଘଟିଛି . ମୃତ ଯୁବକ ଜଣକ ନିକଟ ପୁଜାରିଗୁଡ଼ା ର ସନାଧର ଭତରା (17 ) ବୋଲି ଜଣା ପଡିଛି . ଖବର ପାଇ ଡାବୁଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ଘଟଣା ର ତଦନ୍ତ କରୁଛି . ସୂଚନା ଅନୁଯାୟୀ ଡାବୁଗାଁ ଥାନା ଅନ୍ତର୍ଗତ ପୂଜାରୀ ଗୁଡ଼ା ଗ୍ରାମ ର ଜୟରାମ ଭତରା ର ପୁଅ ସନାଧର ଭତରା (17) ନିକଟ ଚେର ଚେଟିଆ ଗୁଡ଼ା ଗ୍ରାମ ରେ ତା ଭଉଣୀ ବଗ ଭତରା ଘରେ ଗତ 3 ବର୍ଷ ହେଲା ରହି ଆସୁଥିଲା . ଗତ କାଲି ସନାଧର ଭତରା ତା ସାଥୀ ମାନଙ୍କ ସହ ଡାବୁଗାଁ ଥାନା ମେଦନା ଗ୍ରାମ କୁ ଦଶ ହରା ହାଟ ବୁଲିବାକୁ ଯାଇଥିଲା . ଆଜି ସକାଳ ପ୍ରାୟ ସାଢ଼େ ସାତ ଘଣ୍ଟ ସମୟରେ ସନାଧର ତାର ମୋବାଇଲ ବେ ଟେ ରି କାଡି କରେଣ୍ଟ ତାରରେ ଚାର୍ଜ କରୁଥିବା ସମୟରେ ମୋବାଇଲ ବେ ଟେ ରୀ ଫାଟି ଯାଇଥିଲା . ଏଥିରେ ସନାଧର ର ଡାହାଣ ହାତ ପାପୁଲି ଫାଟି ଯାଇଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ତାର ମୃତୁ ଘଟିଥିଲା . ପରିବାର ଲୋକେ ସକାଳ 8 ଘଣ୍ଟ ସମୟରେ ଦେଖିବା ବେଳକୁ ସନାଧର ବିଦ୍ୟୁତ ଆଘାତ ଖାଇ ମୃତ୍ୟୁ ବରଣ କରିଥିବା ଦେଖିବାକୁ ପାଇଥିଲେ . ଏହା ପରେ ସନାଧର ର ପରିବାର ଲୋକେ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୋଲିସ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ . ପୋଲିସ ଘଟଣା ର ତଦନ୍ତ କରୁଛି .Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.