ETV Bharat / state

ପ୍ରଦୀପ ଯିବାପରେ କଂଗ୍ରେସର ହିତ ହୋଇଛି: ତାରା

author img

By

Published : Nov 7, 2021, 8:29 AM IST

Updated : Nov 7, 2021, 9:55 AM IST

ଶାସକ ଦଳରେ ମିଶିଛନ୍ତି ପ୍ରଦୀପ ମାଝୀ । କଂଗ୍ରେସର ଏହି ହେଭିୱେଟ ନେତା ଜଣକ ବିଜେଡିରେ ଯୋଗ ଦେବା ପରେ କଂଗ୍ରେସର ଭଲ ହୋଇଥିବା କହିଛନ୍ତି ତାରାପ୍ରସାଦ । ଅଧିକ ପଢନ୍ତୁ...

'ପ୍ରଦୀପ ଯିବାପରେ କଂଗ୍ରେସର ହିତ ହୋଇଛି'
'ପ୍ରଦୀପ ଯିବାପରେ କଂଗ୍ରେସର ହିତ ହୋଇଛି'

ନବରଙ୍ଗପୁର: ଶନିବାର ବିଜେଡିରେ ମିଶିଛନ୍ତି ପ୍ରଦୀପ ମାଝୀ । ପ୍ରଦୀପ କଂଗ୍ରେସ ଛାଡିବା ଦ୍ବାରା ଦଳର ହିତ ହୋଇଛି । ଦଳକୁ ତାଙ୍କର କୌଣସି ଆବଶ୍ୟକତା ନାହିଁ । ସେ ଯିବାପରେ ପାର୍ଟି ଅଧିକ ଶକ୍ତିଶାଳୀ ହୋଇଛି । ଶନି, ରାହୁ, କେତୁ ବାହାରିବା ଦ୍ବାରା ଆଗାମୀ ନିର୍ବାଚନରେ କଂଗ୍ରେସ ବିଜୟ ଲାଭ କରିବ । ଗତକାଲି(ଶନିବାର) ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପଙ୍କୁ ଏଭଳି ନିନ୍ଦା କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ।

'ପ୍ରଦୀପ ଯିବାପରେ କଂଗ୍ରେସର ହିତ ହୋଇଛି'

ସେ କହିଛନ୍ତି, କଂଗ୍ରେସ ଅମଳରେ ପ୍ରଦୀପ ସାଂସଦ ହୋଇଥିଲେ । ତାଙ୍କୁ ଉଚ୍ଚ ଆସନରେ ବସାଇଥିଲା କଂଗ୍ରେସ । ତେବେ ପୂର୍ବତନ ସାଂସଦ ଥିବା ଯୋଗୁଁ ସେ ଯେଉଁ ପେନସନ ପାଉଛନ୍ତି ତାହା ଉପରେ ତାଙ୍କର କୌଣସି ନୈତିକ ଅଧିକାର ନାହିଁ । ଯେହେତୁ ସେ ଦଳ ଛାଡିଛନ୍ତି ତେଣୁ ପେନସନ ଟଙ୍କାକୁ ଗରୀବ ପିଲା, ସାଧାରଣ ଜନତା ତଥା ମନ୍ଦିର ମସଜିଦରେ ଦାନ କରନ୍ତୁ ବୋଲି କହିଛନ୍ତି ତାରା । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାବେଳେ କଂଗ୍ରେସ ବିଧାୟକ ଦଳର ଭଲ ପ୍ରଦର୍ଶନ ନେଇ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ନିକଟରେ ପ୍ରଦୀପ ମାଝୀ କଂଗ୍ରେସ ସହ ୧୪ ବର୍ଷର ସମ୍ପର୍କ ତୁଟାଇ ଇସ୍ତଫା ଦେଇଥିଲେ । କିଛି ଦିନ ଆଗରୁ ସେ ବିଜେଡିରେ ଯୋଗ ଦେବା ନେଇ ଘୋଷଣା କରିଥିବାବେଳେ ଗତକାଲି ନିଜର ବହୁ ସମର୍ଥକଙ୍କ ସହ ଶାସକ ଦଳରେ ମିଶିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Nov 7, 2021, 9:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.