ETV Bharat / state

ଗୁଳି ଫୁଟାଇ ପେଟ୍ରୋଲ ପମ୍ପରୁ ଦେଢ ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ - ନବରଙ୍ଗପୁର ଲକ୍ଷରୁ ଅଧିକ ଟଙ୍କା ଲୁଟନେଲେ ଦୁବୃର୍ତ୍ତ

ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ମଲ୍ଲିକ ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇବା ବାହାନାରେ ବାଇକରେ ଆସି ଦୁର୍ବୃତ୍ତ ଗୁଳି ଫୁଟାଇ ଦେଢ ଲକ୍ଷରୁ ଅଧିକ ଟଙ୍କା ଲୁଟନେଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ଗୁଳି ଫୁଟାଇ ପେଟ୍ରୋଲ ପମ୍ପରୁ ଢେଡ ଲକ୍ଷ ଟଙ୍କା ଲୁଟନେଲେ ଦୁବୃର୍ତ୍ତ

author img

By

Published : Nov 4, 2020, 4:16 AM IST

Updated : Nov 4, 2020, 6:29 AM IST

ନବରଙ୍ଗପୁର: ଗୁଳି ଫୁଟାଇ ପେଟ୍ରୋଲ ପମ୍ପରୁ ଲୁଟ । ଦେଢ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଦାନୀଗୁଡା ଗ୍ରାମରେ ଥିବା ମଲ୍ଲିକ ପେଟ୍ରୋଲ ପମ୍ପରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି ।

ଗୁଳି ଫୁଟାଇ ପେଟ୍ରୋଲ ପମ୍ପରୁ ଢେଡ ଲକ୍ଷ ଟଙ୍କା ଲୁଟନେଲେ ଦୁବୃର୍ତ୍ତ
ଗୁଳି ଫୁଟାଇ ପେଟ୍ରୋଲ ପମ୍ପରୁ ଢେଡ ଲକ୍ଷ ଟଙ୍କା ଲୁଟନେଲେ ଦୁବୃର୍ତ୍ତ

ସୂଚନା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟାରେ ଏକ ବାଇକରେ ଦୁଇଜଣ ବ୍ୟକ୍ତି ପେଟ୍ରୋଲ ପମ୍ପକୁ ଆସି ତେଲ ପକାଇବା ବାହାନାରେ ଯାଇ ତେଲ ଦେଉଥିବା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଥିବା ବ୍ୟାଗକୁ ଟାଣି ଥିଲେ । କର୍ମଚାରୀ ଜଣକ ପାଟି କରିବାରୁ ଦୁର୍ବୃତ୍ତ ବନ୍ଧୁକରୁ ଗୁଳି ଫୁଟାଇ ଥିଲେ । ଏତିକିବେଳେ ପେଟ୍ରଲ ପମ୍ପ ମାଲିକ ଜାଣି ବାହାରକୁ ଆସିବାରୁ ତାଙ୍କ ଉପରକୁ ମଧ୍ୟ ମିସଫାଇରିଙ୍ଗ କରି ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ । ଉକ୍ତ ବ୍ୟାଗରେ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ଥିବା ପେଟ୍ରୋଲ ପମ୍ପ ମାଲିକ ପୋଲିସକୁ ଜଣାଇଛନ୍ତି । ଖବର ପାଇ କୋଡ଼ିଙ୍ଗା ପୋଲିସ ଘଟଣା ସ୍ଥଳକୁ ଯାଇ ବନ୍ଧୁକରୁ ଫୁଟିଥିବା ଗୁଳିର ଖୋକାକୁ ଜବତ କରିଛି ।

ସେପଟେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି କଡାକଡି ଯାଞ୍ଚ କରାଯାଉଛି । ଏହା ଏକ ନବ ନିର୍ମିତ ପେଟ୍ରୋଲ ପମ୍ପ ହୋଇଥିବାବେଳେ ଏଠାରେ କୌଣସି ସିସିଟିଭି ନଥିବାରୁ ଘଟଣା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ,ଇଟିଭି ଭାରତ

Last Updated : Nov 4, 2020, 6:29 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.