ETV Bharat / state

ନବରଙ୍ଗପୁର ଗସ୍ତରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ - ନବରଙ୍ଗପୁର ଗସ୍ତରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ

3 ଦିନିଆ ନବରଙ୍ଗପୁର ଗସ୍ତରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜନ ବାର୍ଲା । ଜିଲ୍ଲାର ଉମରକୋଟ ଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମନ୍ତ୍ରୀ । ଅଧିକ ପଢନ୍ତୁ

ନବରଙ୍ଗପୁର ଗସ୍ତରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ

author img

By

Published : Jul 6, 2022, 10:19 AM IST

ନବରଙ୍ଗପୁର: ୩ ଦିନିଆ ନବରଙ୍ଗପୁର ଗସ୍ତରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜନ ବାର୍ଲା । ଜିଲ୍ଲାର ଉମରକୋଟ ଠାରେ ବିଭିନ୍ନ କାର୍ଯ୍ୟ କ୍ରମରେ ଯୋଗ ଦେଇଛନ୍ତି ମନ୍ତ୍ରୀ । ମନ୍ତ୍ରୀ ବାର୍ଲା ଉମରକୋଟ ଠାରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ନବରଙ୍ଗପୁର ଗସ୍ତରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ

କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନାରେ ଅନ୍ତର୍ଭୁକ୍ତ ଭାରତମାଳା ପରିଯୋଜନା ରାୟପୁର- ବିଶାଖାପଟନମ ରାସ୍ତା ନିର୍ମାଣ କାର୍ଯ୍ୟ ସ୍ଥଳ ପରିଦର୍ଶନ କରିଥିଲେ। ଏହି ଭାରତମାଳାରର ନିର୍ମାଣ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବା ପାଇଁ ସେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଧ୍ଵଜାଧାରୀ ଯୋଜନା ଜଳ ଜୀବନ ମିଶନ ତଦାରଖ କରିଥିଲେ। ମନ୍ତ୍ରୀ ବାର୍ଲା ସଂଖ୍ୟା ଲଘୁ ସଂଗଠନର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିବା ସହ ବିଜେପିର ବିଭିନ୍ନ ମଣ୍ଡଳ କାର୍ଯ୍ୟ କର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି।

ଏହାସହ ପାପଡାହାଣ୍ଡି ଠାରେ ଶହିଦ ମୀନାର ପରିଦର୍ଶନ କରି 1942 ରେ ସ୍ଵାଧୀନତା ସଂଗ୍ରାମୀରେ ଯୋଗ ଦେଇ ଅମର ସ୍ଵାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ପରେ ନବରଙ୍ଗପୁର ଠାରେ ପହଞ୍ଚି ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କେନ୍ଦ୍ରୀୟ ଧ୍ଵଜାଧାରୀ ଯୋଜନାର ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି।ସମସ୍ତ କେନ୍ଦ୍ରୀୟ ଯୋଜନାର ସୁଫଳ ଯେପରି ତୃଣମୂଳ ସ୍ତରରେ ପହଞ୍ଚିବ ସେଥିପ୍ରତି ଦ୍ରୁଷ୍ଟି ଦେବାକୁ ମନ୍ତ୍ରୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ ବାର୍ଲା ଆଗାମୀ ଦୁଇ ଦିନ ଧରି ନବରଙ୍ଗପୁର ଲୋକସଭା ମାଲକାନଗିରି ଓ କୋରାପୁଟ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟ କ୍ରମରେ ଯୋଗ ଦେବେ ବୋଲି ଜଣାଯାଇଛି।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.