ETV Bharat / state

ଆଶ୍ରମ ସ୍କୁଲରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ଆଜି ପୀଡିତାଙ୍କୁ ଭେଟିବେ ପିସିସି ସଭାପତି

author img

By ETV Bharat Odisha Team

Published : Nov 11, 2023, 2:18 PM IST

ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାର ଅନୁଧ୍ୟାନ କରିବାକୁ ଆଜି ନବରଙ୍ଗପୁର ଗସ୍ତ କରିବେ ପିସିସି ସଭାପତି । ଅଧିକ ପଢନ୍ତୁ

minor girl gang raped by teachers
minor girl gang raped by teachers
minor girl gang raped by teachers

ନବରଙ୍ଗପୁର: ଆଶ୍ରମ ସ୍କୁଲ ଭିତରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ଏହି ଘଟଣାରେ ଅନୁଧ୍ୟାନ କରିବା ପାଇଁ ଆଜି ନବରଙ୍ଗପୁର ଗସ୍ତ କରିବେ ପିସିସି ସଭାପତି ଶରତ ପଟ୍ଟନାୟକ । ପ୍ରଦେଶ କଂଗ୍ରେସ ଦଳୀୟ ନେତୃବୃନ୍ଦଙ୍କୁ ନେଇ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛି । ଉକ୍ତ କମିଟି ଆଜି ନବରଙ୍ଗପୁରରେ ପହଞ୍ଚିବା ପରେ ଘଟଣାସ୍ଥଳ ପରିଦର୍ଶନ କରିବେ । ଏଥିସହ ପୀଡ଼ିତା ଏବଂ ତାଙ୍କ ପରିବାରକୁ ଭେଟି ଆଲୋଚନା କରିବେ ବୋଲି ସୂଚନା ମିଳିଛି ।

ଏହି କମିଟିର ଅଧ୍ୟକ୍ଷ ଭାବେ ନେତୃ୍ତ୍ବ ନେବେ ବିଧାୟକ ତାରା ପ୍ରସାଦ ବାହିନୀପତି । ଏଥିସହ ଏଆଇସିସି ସଦସ୍ୟା ମନସା ତ୍ରିପାଠୀ, ପିସିସି ଉପସଭାପତି ଭୁଜବଳ ମାଝୀ ପ୍ରମୁଖ ଟିମରେ ସାମିଲ ରହିବେ ବୋଲି ସୂଚନା ଦେଇଛନ୍ତି ନବରଙ୍ଗପୁର ଡିଡିସି ସଭାପତି ମୁନ୍ନା ତ୍ରିପାଠୀ । ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ମଧ୍ୟ ପିସିସି ସଭାପତି ଭେଟି ଆଲୋଚନା କରିବେ ।

ଏହା ମଧ୍ୟ ପଢନ୍ତୁ-Nabarangpur Shocker: ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ, ୨ ଶିକ୍ଷକ ଅଟକ

ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳ ସ୍ଥିତ ଏକ ଆଶ୍ରମ ବିଦ୍ୟାଳୟରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ସହ ଦୁଇ ଜଣ ଶିକ୍ଷକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ପୀଡିତାଙ୍କ ବାପାମାଆ କୁନ୍ଦେଇ ଫାଣ୍ଡିରେ ଅଭିଯୋଗ କରିବା ପରେ ପୋଲିସ ଦୁଇ ଶିକ୍ଷକଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖି ପଚରାଉଚରା କରିଥିଲା । ଅନ୍ୟପଟେ ପୀଡିତା ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ଘଟଣା ସମ୍ପର୍କରେ ଜିଲ୍ଲା ଶିକ୍ଷା ବିଭାଗ ପାଖରେ କୌଣସି ଖବର ନଥିବା ବେଳେ ଯଦି ଅଭିଯୋଗ ଆସେ ତାହେଲେ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।

ଏହା ମଧ୍ୟ ପଢନ୍ତୁ-ରାଜଧାନୀରେ ଲଜ୍ଜା, ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଏମବିଏ ଛାତ୍ର ଗିରଫ

ନବରଙ୍ଗପୁରରେ ଅଧିକାଂଶ ଲୋକେ ଆଦିବାସୀ ହୋଇଥିବା ବେଳେ ଏଠାରେ ଗରିବ ଶ୍ରେଣୀର ବ୍ୟକ୍ତିବିଶେଷ ପିଲାଙ୍କୁ ଭବିଷ୍ୟତ ଗଢ଼ିବା ଉଦ୍ଦେଶ୍ୟରେ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଆଶ୍ରମ ବିଦ୍ୟାଳୟରେ ଛାଡ଼ି ଥାଆନ୍ତି । ହେଲେ ଏଭଳି ସ୍କୁଲ୍‌ରେ କିଛି ଶିକ୍ଷକ ନିଜ ଧର୍ମକୁ ଭୁଲି କୁକର୍ମ କରିବାକୁ ପଛାଉ ନଥିବା ନଜିର ରହିଛି । ରାଇଘର ଥାନା ଅଞ୍ଚଳରେ ବି ଏଭଳି ଏକ ଘଟଣା ଏବେ ପୁଣି ସାମ୍ନାକୁ ଆସିଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.