ETV Bharat / state

ମେଡିକାଲ ସଫେଇ କର୍ମଚାରୀଙ୍କ ଧାରଣା

author img

By

Published : Jan 7, 2021, 7:24 PM IST

ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି । ଅଧିକ ପଢନ୍ତୁ...

medical cleaning staff protest-in-front Nabarangpur medical
ମେଡିକାଲ ସଫେଇ କର୍ମଚାରୀଙ୍କ ଧାରଣା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଉଛନ୍ତି । ଠିକାରେ କାମ କରୁଥିବା ଏହି ସଫେଇ କର୍ମଚାରୀମାନେ କୋଭିଡ ସମୟରେ ନିଜ ଜୀବନକୁ ବାଜି ଲଗାଇ ଡାକ୍ତରଖାନା ଭିତର ବାହାର ସବୁ ସଫା କରିବା ସହ ରୋଗୀମାନଙ୍କୁ ନେବା ଆଣିବା କାମରେ ମଧ୍ୟ ନିୟୋଜିତ ଥିଲେ । କୋଭିଡ ସମୟରେ ସଫେଇ କର୍ମଚାରୀଙ୍କ କାମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିଲା ।

ମେଡିକାଲ ସଫେଇ କର୍ମଚାରୀଙ୍କ ଧାରଣା

ଏଥିପାଇଁ ସଫେଇ କର୍ମଚାରୀଙ୍କୁ କୋଭିଡ ପ୍ରୋତ୍ସାହନ ରାଶି ପ୍ରଦାନ କରିବାର ନିୟମ ମଧ୍ୟ ରହିଥିଲା । କିନ୍ତୁ, ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ସଫେଇ କର୍ମଚାରୀମାନଙ୍କୁ ଏହି ରାଶି ପ୍ରଦାନ କରାଯାଇନାହିଁ, ଏହାକୁ ନେଇ ସଫେଇ କର୍ମଚାରୀ ସଂଘ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କୌଣସି ସମାଧାନ ନହେବାରୁ ଆଜି(ଗୁରୁବାର) ଠାରୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସଫେଇ କର୍ମଚାରୀମାନେ ସବୁ କାମଧନ୍ଦା ଛାଡି ମେଡ଼ିକାଲ ସାମନାରେ ଧାରଣାରେ ବସିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.