ETV Bharat / sports

ଚେପକ୍‌ରେ କୋହଲି-ମାନିଆ; ଭାରତ-ବାଂଲାଦେଶ ମ୍ୟାଚ୍‌ ଛାଡ଼ି ନେଟ୍ସରେ ବିରାଟଙ୍କ ଅଭ୍ୟାସ ଦେଖିଲେ ଦର୍ଶକ - Virat Kohli Practice in Nets

author img

By ETV Bharat Sports Team

Published : 2 hours ago

Virat Kohli Practice in Nets : ଚେପକ୍‌ରେ ଭାରତ-ବାଂଲାଦେଶ ମ୍ୟାଚ୍‌ ଚାଲିଥିଲା, ହେଲେ ମ୍ୟାଚ୍‌ ନଦେଖି ନେଟ୍ସରେ ବିରାଟଙ୍କ ଅଭ୍ୟାସ ଦେଖିଲେ ଦର୍ଶକ । ଅଧିକ ପଢ଼ନ୍ତୁ

Virat Kohli Practice in Nets
Virat Kohli Practice in Nets (ETV Bharat)

ଚେନ୍ନାଇ : ଏମ୍‌ଏ ଚିଦାମ୍ବରମ (ଚେପକ୍‌) ଷ୍ଟାଡିୟମରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଦମଦାର ବିଜୟ ହାସଲ କରିଛି ଭାରତ । ଏହି ମ୍ୟାଚ୍‌ ମଧ୍ୟରେ ଅନେକ ରୋଚକ ଘଟଣା ଘଟିଥିଲା, ଯାହାର ଭିଡିଓ ଏବଂ ଫଟୋ ଏବେ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ସେ ଋଷଭ ପନ୍ତ ଓ ଲିଟନ ଦାସଙ୍କ ମଧ୍ୟରେ ବଲ ଥ୍ରୋ'କୁ ନେଇ ବାର୍ତ୍ତାଳାପ ହେଉ ବା ପନ୍ତ ବାଂଲାଦେଶର ଫିଲ୍ଡିଂ ସଜାଇବାର ଭିଡିଓ ହେଉ । ଏହାରି ମଧ୍ୟରେ ଅନ୍ୟ ଏକ ଭିଡିଓ ଏବଂ କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଖୁବ ବୁଲୁଛି । କୁହାଯାଉଛି, ମ୍ୟାଚ୍‌ ଚାଲିଥିବା ସମୟରେ ଏହା ବିରାଟ କୋହଲି ନେଟ୍ସରେ ଅଭ୍ୟାସ ସମୟର । ଯେଉଁଥିରେ ଦେଖିବାକୁ ମିଳୁଛି, ବହୁ ସଂଖ୍ୟାରେ ଦର୍ଶକ ଭାରତ-ବାଂଲାଦେଶ ମଧ୍ୟରେ ମ୍ୟାଚ୍‌ ଛାଡ଼ି କୋହଲିଙ୍କ ଅଭ୍ୟାସ ଦେଖିବାକୁ ପସନ୍ଦ କରିଛନ୍ତି ।

ଖରାପ ଫର୍ମରେ ରୋହିତ-ବିରାଟ :-

ହେଲେ ଭାରତୀୟ ପ୍ରଶଂସକଙ୍କ ମନ ଦୁଃଖ ଦଳର ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଜାରି ରହିଥିବା ଖରାପ ଫର୍ମ ପାଇଁ । ରୋହିତ ପ୍ରଥମ ମ୍ୟାଚ୍‌ର ପ୍ରଥମ ପାଳିରେ 6 ଓ ଦ୍ବିତୀୟ ପାଳିରେ କେବଳ 5 ରନ କରିବାରେ ସକ୍ଷମ ହୋଇଥିଲେ । ଅନ୍ୟପଟେ କୋହଲି ପ୍ରଥମ ପାଳିରେ 6 ରନ କରି ଆଉଟ୍‌ ହୋଇଥିବାବେଳେ ଦ୍ବିତୀୟ ପାଳିରେ ଭଲ ଆରମ୍ଭ ପାଇଥିଲେ । ହେଲେ ବଡ଼ ସ୍କୋର କରିବାରେ ସକ୍ଷମ ହୋଇନଥିଲେ । ସେ କେବଳ 17 ରନ କରି ଦ୍ବିତୀୟ ପାଳିରେ ଆଉଟ୍‌ ହୋଇଥିଲେ । ତେବେ ଦ୍ବିତୀୟ ପାଳିରେ କୋହଲି ଆଉଟ୍‌ ହେବାପରେ ଭାରତ ବ୍ୟାଟିଂ କରୁଥିବା ସମୟରେ କୋହଲି ଖେଳ ନଦେଖି ନେଟ୍‌ରେ ଅଭ୍ୟାସ ଜାରି ରଖିଥିଲେ । ଋଷଭ ପନ୍ତ ଶତକ ପୂରଣ କରିବା ସମୟରେ ସେ ଅଭ୍ୟାସ ସାରି ଫେରୁଥିଲେ ଏବଂ ପନ୍ତଙ୍କ ଶତକ ଦେଖିବାକୁ ଅଟକି ଯାଇଥିବା ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

କମ୍‌ବ୍ୟାକ୍‌ ପାଇଁ ପ୍ରତିଶୃତିବଦ୍ଧ କୋହଲି :-

ମ୍ୟାଚ୍‌ର ତୃତୀୟ ଦିନରେ ଋଷଭ ପନ୍ତ ଓ ଶୁଭମନ ଗିଲ୍‌ ବ୍ୟାଟିଂ କରୁଥିବା ସମୟରେ ବିରାଟ କୋହଲିଙ୍କୁ ଡଗ୍‌ଆଉଟଚ୍‌ରେ ବେଶୀ ସମୟ ଦେଖିବାକୁ ମିଳିନଥିଲା । କାରଣ ସେ ଷ୍ଟାଡିୟମ ପଛରେ ନେଟ୍ସରେ ଅଭ୍ୟାସ କରିବାକୁ ଚାଲିଯାଇଥିଲେ । ତାଙ୍କ ସହ ଯଶସ୍ବୀ ଜୟସ୍ବାଲ ମଧ୍ୟ କିଛି ସମୟ ଥ୍ରୋ-ଡାଉନ୍‌ ଅଭ୍ୟାସ କରିଥିଲେ । ପ୍ରଥମ ମ୍ୟାଚ୍‌ରେ ବିଫଳ ହେବା ପରେ ଯେପରି କମ୍‌ବ୍ୟାକ୍‌ ପାଇଁ ପ୍ରତିଶୃତିବଦ୍ଧ ହୋଇଛନ୍ତି କୋହଲି । 27 ସେପ୍ଟେମ୍ବରରୁ କାନପୁରରେ ଖେଳାଯିବାକୁ ଥିବା ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଦମଦାର ପ୍ରତ୍ୟାବର୍ତ୍ତନ ପାଇଁ ଝାଳବୁହା ଅଭ୍ୟାସ କରିଛନ୍ତି । ଏହି ସମୟର ଅନେକ ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି ।

ମ୍ୟାଚ୍‌ ଛାଡି କୋହଲିଙ୍କ ଅଭ୍ୟାସ ଦେଖିଲେ ଦର୍ଶକ :-

ଏହାରି ମଧ୍ୟରେ ସବୁଠାରୁ ବଡ଼ କଥା ହେଉଛି, ଭାଇରାଲ ହେଉଥିବା ଫଟୋ ଓ ଭିଡିଓରେ ଦେଖିବାକୁ ମିଳୁଛି ଯେ ବହୁ ସଂଖ୍ୟାରେ ଦର୍ଶକ ଷ୍ଟାଡିୟମ ଷ୍ଟାଣ୍ଡରୁ ଭିତରେ ଚାଲିଥିବା ମ୍ୟାଚ୍‌କୁ ନଦେଖି ଷ୍ଟାଡିୟମ ପଛକୁ ଦେଖୁଛନ୍ତି । ଏଥିରେ ଦାବି କରାଯାଉଛି ଯେ ଦର୍ଶକମାନେ ଭାରତ-ବାଂଲାଦେଶ ମ୍ୟାଚ୍‌କୁ ଛାଡ଼ି ନେଟ୍ସରେ କୋହଲିଙ୍କ ଅଭ୍ୟାସ ଦେଖିବାକୁ ଅଧିକ ପସନ୍ଦ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.