ETV Bharat / state

ମାତୃ ସମ୍ମାନ ସମାରୋହ, ମନମୋହିଲା ଟୁରୀ ନଦୀର ଅନ୍ତର କଥା ମଞ୍ଚସ୍ଥ ନାଟକ - ନବରଙ୍ଗପୁରରେ ମାତୃ ସମ୍ମାନ ସମାରୋହ

ନବରଙ୍ଗପୁର ଜିଲ୍ଲାରେ ୧୩ତମ ମାତୃ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଛି । ମନମୋହିଲା ''ଟୁରୀ ନଦୀର ଅନ୍ତର କଥା" ମଞ୍ଚସ୍ଥ ନାଟକ । ଅଧିକ ପଢନ୍ତୁ

Matru sanmana samaroha
ମାତୃ ସମ୍ମାନ ସମାରୋହ
author img

By ETV Bharat Odisha Team

Published : Aug 24, 2023, 1:59 PM IST

ମାତୃ ସମ୍ମାନ ସମାରୋହ

ନବରଙ୍ଗପୁର: ସ୍ୱାଧୀନତା ସଂଗ୍ରାମୀଙ୍କ ଶ୍ରାଦ୍ଧ ବାର୍ଷିକୀ ଓ ସ୍ବେଚ୍ଛାସେବୀ ସଂଗଠନ ମାତୃ ଆଶ୍ରୟ ଆଶ୍ରମ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ୧୩ତମ ମାତୃ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଛି । ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଜଗନ୍ନାଥ ତ୍ରିପାଠୀଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଦୀର୍ଘ 16ବର୍ଷ ହେବ ଏହି ମାତୃ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇ ଆସୁଛି । ଜିଲ୍ଲା ଶାସ୍ତ୍ରୀ ଭବନ ଠାରେ ଏହି ସମାରୋହ ଅନୁଷ୍ଠିତ ହୋଇଛି ।

ମାତୃ ଆଶ୍ରୟ ଆଶ୍ରମ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ୧୩ତମ ମାତୃ ସମ୍ମାନରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ନବରଙ୍ଗପୁର ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର କାର୍ଯ୍ୟରତ ସେବିକା ସେବତୀ ସାହୁ, ସ୍ଵାଧୀନତା ସଂଗ୍ରାମୀଙ୍କ କନ୍ୟା ଲକ୍ଷ୍ମୀ ମାଝୀ ଓ ରାଜ୍ୟ ହସ୍ତ ଶିଳ୍ପ ପୁରସ୍କାର ପ୍ରାପ୍ତ ନବରଙ୍ଗପୁର ଲାଖ କାରିଗରୀ ପ୍ରଭାତୀ ପାତ୍ର ଏବଂ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷୟତ୍ରୀ ବିଶିଷ୍ଟ ଲେଖିକା ଜେମା ମଣି ବିଶୋୟୀଙ୍କୁ ସମ୍ମାନରେ ସମ୍ମାନିତ କରାଯାଇଛି । ତତ୍ ସଙ୍ଗେ ସଙ୍ଗେ ସଂଗ୍ରାମ ତଥା ସଂଗ୍ରାମୀଙ୍କ ସ୍ମୁତି ଉଦ୍ଦେଶ୍ୟରେ ବହୁ ପୁରାତନ ଇଂରେଜ ଶାସନ ସମୟର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅମଳର କୀର୍ତ୍ତିରାଜି ଫୋଟ ଓ ଅନ୍ୟାନ୍ୟ ସେସମୟର ଚରଖା ଠାରୁ ଆରମ୍ଭ କରି ପ୍ରାୟ ୫ ହଜାର ଫୋଟ ଚିତ୍ର ପ୍ରଦର୍ଶନୀରେ ସ୍ଥାନ ପାଇଥିଲା ।

ସମାରୋହ ସନ୍ଧ୍ୟା ସମୟରେ ନାଟକ"ଟୁରୀ ନଦୀର ଅନ୍ତର କଥା" ମଞ୍ଚସ୍ଥ ହୋଇଥିବା । ସ୍ଥାନୀୟ କଳାକାରମାନଙ୍କ ଦ୍ବାରା ଏହି ନାଟକ ପରିବେଷଣ କରା ଯାଇଥିଲା। ପ୍ରଜ୍ବଳିତ କ୍ରାନ୍ତି ମଶାଲ ପବିତ୍ର ରାମ ଧୂନ୍ ଓ ପାରମ୍ପାରିକ ବାଦ୍ୟ ମଧ୍ୟରେ ସମାରୋହକୁ ଉପଭୋଗ କରିଥିଲେ ଜିଲ୍ଲାବାସୀ । ଆଜି (ଗୁରୁବାର) ସହର ପରିକ୍ରମା କରି ସରକାରୀ କ୍ରାନ୍ତି ଦିବସ କାର୍ଯ୍ୟକ୍ରମ ପାପଡ଼ାହାଣ୍ଡିରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି ।

ଏହା ବି ପଢନ୍ତୁ...ନବରଙ୍ଗପୁରରେ ଅଗଷ୍ଟ କ୍ରାନ୍ତି ଦିବସ ପାଳନ, ବ୍ରିଟିଶ ଅମଳର ଜେଲକୁ ଜାତୀୟ ସ୍ମାରକୀର ମାନ୍ୟତା ଦେବାକୁ ଦାବି

ଜିଲ୍ଲାପାଳ କୋମଳ ଲୋଚନ ମିଶ୍ର ଫୋଟ ପ୍ରଦର୍ଶନୀକୁ ଉଦଘାଟନ କରିଥିବା ବେଳେ ନବରଙ୍ଗପୁର ସାଂସଦ, ବିଧାୟକ, ନବରଙ୍ଗପୁର ପୌରପାଳ ସାଙ୍ଗକୁ ନବରଙ୍ଗପୁରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଦୀପ ପ୍ରଜ୍ବଳନ କରି ସ୍ବର୍ଗତ ସ୍ବାଧୀନତା ସଂଗ୍ରାମୀ ଜଗନ୍ନାଥ ତ୍ରିପାଠୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ୨୦୨୩ ମସିହା କ୍ରାନ୍ତି ମଶାଲ ପ୍ରଜ୍ବଳନ କରିଥିବା ବହୁ ସ୍ଵାଧୀନତା ସଂଗ୍ରାମୀ ପରିବାରର ଦାୟାଦ୍ ମାନେ ଉପସ୍ଥିତ ରହି ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.