ନବରଙ୍ଗପୁର: ଜିଲ୍ଲା ରାଇଘର ବ୍ଲକରେ ମାଓ ବ୍ୟାନର ଓ ପୋଷ୍ଟର ମାରିବା ସହ ମାଓ ସଙ୍ଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ବାରା ଛତିଶଗଡ଼ ଏବଂ ଓଡ଼ିଶାରେ ଚାଲିଥିବା ମାଓ ଦମନ ଅଭିଯାନକୁ ବିରୋଧ କରିଛି ମାଓ ସଙ୍ଗଠନ। ଉଭୟ ରାଜ୍ୟର ସୀମାନ୍ତ ଅଞ୍ଚଳରେ ଅବସ୍ଥିତ ଧମତରୀ, କାଙ୍କେର, ଗରୀୟାବନ୍ଧ, ନୂଆପଡ଼ା, ନବରଙ୍ଗପୁର ଆଦି ଅଞ୍ଚଳରେ ବନ୍ଦ ଡାକରା ଦିଆଯାଇଛି। ମାଓବାଦୀଙ୍କ ପକ୍ଷରୁ ନବରଙ୍ଗପୁରର ରାଇଘର ଥାନା ଅଧିନସ୍ଥ ଭାରଶୁଣ୍ଡି ଓ ଖଲେପାରା ଆଦି ଦୁଇଟି ସ୍ଥାନରେ ବ୍ୟାନର ଲଗାଯାଇଛି।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ